ହୀରା ନେଇ ଫେରାର୍‌ ହୋଇ ଯାଉଥିଲା ଜନ୍ଦା, ସୋଶାଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ହୀରା ନେଇ ଫେରାର୍‌ ହୋଇ ଯାଉଥିଲା ଜନ୍ଦା, ସୋଶାଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରାୟ ସମସ୍ତଙ୍କ ଘରେ ଜନ୍ଦା ଓ ପିମ୍ପୁଡି ଦେଖିବାକୁ ମିଳନ୍ତି। ଏହି କ୍ଷୁଦ୍ରକାୟ ଜୀବମାନେ ଛୋଟ ଛୋଟ ଖାଦ୍ୟ ସାମଗ୍ରୀ ବୋହି ନେଉଥିବା, ଆପଣ ଦେଖିଥିବେ। କିନ୍ତୁ ଗୋଟିଏ ଜନ୍ଦା ନିଜ ଓଜନଠାରୁ ଯଥେଷ୍ଟ ଅଧିକ ଏକ ହୀରା ଖଣ୍ଡକୁ ନେଇ ଯାଉଥିବା ଶୁଣିଲେ ବା ଦେଖିଲେ, ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ଏକ ଜନ୍ଦା ଛୋଟିଆ ହୀରା ଖଣ୍ଡଟିଏ ବୋହି ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହେବା ପରେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ ସେହି ହୀରା ଖଣ୍ଡଟିକୁ ଜନ୍ଦାଟି କେଉଁଠୁ ଆଣିଲା, ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ।

ଜନ୍ଦାଟି ହୀରା ଖଣ୍ଡ ନେଇ ଯାଉଥିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ଦେଖି ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

କିଛି ୟୁଜର୍ସ କହିଛନ୍ତି ଯେ ଜିନ୍ଦା ଓ ପିମ୍ପୁଡ଼ିମାନଙ୍କୁ ବି ଆଉ ବିଶ୍ୱାସ କରିହେବ ନାହିଁ। ଆଉ କେତେକ ୟୁଜର୍ସ ଏପରି ମଧ୍ୟ କହିଛନ୍ତି, ହୀରା ଖଣ୍ଡ ଚୋରି କରି ଫେରାର୍ ହୋଇଯିବା ପାଇଁ ଜନ୍ଦାମାନଙ୍କୁ ସ୍ୱତନ୍ତ୍ର ତାଲିମ୍‌ ଦିଆଯାଇଛି।

ସେହିପରି କିଛି ୟୁଜର୍ସ ହୀରା ଖଣ୍ଡ ନେଇ ଯାଉଥିବା ଜନ୍ଦାକୁ ‘କୋଟିପତି ଜନ୍ଦା’ ବୋଲି ମଧ୍ୟ କହିଛନ୍ତି।

ଗୋଟିଏ ଜନ୍ଦା ଛୋଟ ହୀରା ଖଣ୍ଡ ବୋହି ନେବାକୁ ସକ୍ଷମ କି ?

ଗୋଟିଏ ଜନ୍ଦା ଛୋଟ ହୀରା ଖଣ୍ଡକୁ ବୋହି ପାରିବା ପାଇଁ ସକ୍ଷମ କି ନାହିଁ, ତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ। ତେବେ ଆମେରିକାସ୍ଥିତ ଏକ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁଯାୟୀ, ଜନ୍ଦାମାନେ ନିଜ ଓଜନର ୧୦୦ଗୁଣା ଅଧିକ ଭାରୀ ସାମଗ୍ରୀ ଉଠାଇପାରିବାକୁ ସକ୍ଷମ।

 

 



from Odisha Reporter https://ift.tt/2wtTCHt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages