
ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ସିରିଜ୍ ବୋମା ମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ୩ ଜଣ ଯୁବକ ଏକ ବାଇକ୍ରେ ଆସି ପ୍ରଥମେ ରଙ୍ଗଣିପାଟଣାରେ ବୋମାମାଡ଼ କରିଥିଲେ। ଏହାପରେ ମକରପଦ ଓ କୋମଣ୍ଡରେ ବୋମାମାଡ଼ କରିଥିଲେ।
ବୋମାମାଡ଼ କରିଥିବା ତିନି ଯୁବକଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ବେଲଗୁଣ୍ଠାର ବଳିଆ ପଣ୍ଡା ଓ ସରଣକୂଳର ରାମଚନ୍ଦ୍ର ହୋତା। ପୁଲିସ୍ ଏ ଦୁଇ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ସେମାନଙ୍କର ଆଉ ଜଣେ ସାଥୀ ଫେରାର ହୋଇଯାଇଛି।
ବୋମାମାଡ଼ରେ ରାଜକିଶୋର ସାହୁ ନାମକ ଜଣେ ପଥଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଏ ବୋମାମାଡ଼ର କାରଣ ସଂପର୍କରେ ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ସୂଚନା ଅନୁସାରେ, ବଳିଆଙ୍କୁ କେହି ଜଣେ ଫୋନ୍ କରି ଧମକ ଦେଇଥିଲେ। ତା’ପରେ ସେ ତାଙ୍କ ବନ୍ଧୁମାନଙ୍କ ସହ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାକୁ ଆସି ବୋମାମାଡ଼ କରିଥିଲେ।
from Odisha Reporter https://ift.tt/2wqtX2C
No comments:
Post a Comment