ବିଜେପି ସାଂସଦଙ୍କ କଥା ଶୁଣି ହସରେ ଫାଟିଲା ଲୋକସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ବିଜେପି ସାଂସଦଙ୍କ କଥା ଶୁଣି ହସରେ ଫାଟିଲା ଲୋକସଭା

lawmaker

ନୂଆଦିଲ୍ଲୀ: ବିଜେପିର ନେତାମାନେ ବାରମ୍ୱାର ବିବାଦୀୟ ମନ୍ତବ୍ୟ ଦେଇ ଲୋକଲୋଚନକୁ ଆସିଥାଆନ୍ତି। ତେବେ ବିଜେପି ସାଂସଦ ହରିନାରାୟଣ ରାଜଭର୍‌ ଦେଇଥିବା ମନ୍ତବ୍ୟକୁ ନେଇ ଗତକାଲି ଲୋକସଭାରେ ହାସ୍ୟରୋଳ ଦେଖିବାକୁ ମିଳିଥିଲା।

ସେ କହିଥିଲେ,“ସରକାର ମହିଳା କମିଶନ୍ ସହିତ ଅନେକ କମିଶନ୍ ଗଠନ କରିଛନ୍ତି। କିନ୍ତୁ ପୁରୁଷଙ୍କ ସମସ୍ୟାର ସମାଧାନ ପାଇଁ କୌଣସି କମିଶନ୍ ନାହିଁ। ଅନେକ ପୁରୁଷ ନିଜ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ସ୍ତ୍ରୀଙ୍କ ରୋଷର ଶିକାର ହୋଇ ଅନେକ ପୁରୁଷ ଜେଲ୍‌ରେ ମଧ୍ୟ ଅଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପୁରୁଷ କମିଶନ୍‌ ଗଠନ ହେବା ଆବଶ୍ୟକ।”

ଗତକାଲି ଶୂନ୍ୟକାଳରେ ସେ ଗୃହରେ ଏ କଥା ଉଠାଇଥିଲେ। ତାଙ୍କର ଏହି ଦାବି ଶୁଣି ଗୃହରେ ହାସ୍ୟରୋଳ ଦେଖିବାକୁ ମିଳିଥିଲା। ଉପସ୍ଥିତ ସମସ୍ତ ସାଂସଦ ହସିଥିଲେ।



from OdishaReporter https://ift.tt/2LU57CE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages