ସନ୍ନି ଲିଓନିଙ୍କ ପ୍ରଥମ ଦରମା ଏମିତି କାମରେ ଲାଗିଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ସନ୍ନି ଲିଓନିଙ୍କ ପ୍ରଥମ ଦରମା ଏମିତି କାମରେ ଲାଗିଥିଲା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ଘରର ସ୍ଥିତି ଭଲ ନ ଥିଲା। କିନ୍ତୁ ମତେ ପାଠଶାଠ ପଢେଇ ମଣିଷ କରିବାକୁ ମୋ ବାପା ମା’ ବହୁତ ଚେଷ୍ଟା କରିଥିଲେ। ଖାଲି ସେତିକି ନୁହେଁ ମୋ ପାଇଁ ମା’ ତାର ମଙ୍ଗଳସୂତ୍ର ବି ବିକି ଦେଇଥିଲା।”

କଥାଟା ସନ୍ନି ଲିଓନିଙ୍କର। ତାଙ୍କ ବାୟୋପିକ୍‌ “Karenjit Kaur – The Untold Story of Sunny Leone”ରେ  ଉପସ୍ଥାପିତ ହୋଇଛି ଏପରି କିଛି ଘଟଣା। ଯାହାକୁ ଭାବି କାନ୍ଦି ପକାନ୍ତି ନିଜେ ସନ୍ନି।

ବାସ୍ତବରେ ସନ୍ନି ବହୁ ଅଭାବ ଓ ଅନଟନ ଭିତରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପଞ୍ଜାବରୁ କ୍ୟାନାଡା ଯାଇ ତାଙ୍କ ବାପା ଅବସ୍ଥାପିତ ହୋଇଥିଲେ। ସେହିଠାରେ ୧୯୮୧ ମେ ୩୧ରେ ଜନ୍ମ ହୁଅନ୍ତି ସନ୍ନି। ପିଲାବେଳ, କୈଶୋର ଆଉ ଆଦ୍ୟ ଯୌବନ ସେହିଠାରେ ହିଁ କଟିଛି।

ପରିସ୍ଥିତିରେ ପଡ଼ି ପ୍ରଥମେ ବିଭିନ୍ନ ମ୍ୟାଗାଜିନ ପାଇଁ ବୋଲ୍ଡ ଫଟୋ ଶୁଟ୍ କରୁକରୁ ସନ୍ନି ପାଲଟି ଯାଆନ୍ତି ପର୍ନ ଷ୍ଟାର। ନିଷିଦ୍ଧ କୋଠରୀରେ ପୁରୁଷ ନାରୀର ସମ୍ପର୍କ ତାଙ୍କ ପାଇଁ ବୃତ୍ତି ପାଲଟିଯାଏ ।

କେହିକେହି ହୁଏତ ତାଙ୍କର ଏ ବୃତ୍ତିକୁ ହୀନ ଦୃଷ୍ଟିରେ ଦେଖୁଥାଇ ପାରନ୍ତି କିନ୍ତୁ ଏମିତି କାମ କରି ପ୍ରଥମ ରୋଜଗାରରେ ସେ ମହତ୍‌ କାମଟିଏ କରିଥିଲେ।

ପ୍ରଥମ ଥର ସନ୍ନି ‘ପେଣ୍ଟ ହାଉସ୍‌’ ମ୍ୟାଗାଜିନ ପାଇଁ ବୋଲ୍‌ଡ ଫଟୋ ଶୁଟ୍ କରି ଏକ ହଜାର ଡଲାର୍‌ କମାଇଥିଲେ। ଯାହା ଥିଲା ତାଙ୍କର ପ୍ରଥମ ଆୟ। ଏଥିରୁ ୪୦ ଡଲାର୍‌ ନେଇ ସେ ବନ୍ଧା ପଡିଥିବା ମାଆଙ୍କର ମଙ୍ଗଳସୂତ୍ରକୁ ମୁକୁଳାଇଥିଲେ।

ଏ ପ୍ରସଙ୍ଗଟି ସନ୍ନିଙ୍କ ପାଇଁ ବେଶ ମର୍ମସ୍ପର୍ଶୀ । ଆଉ ଏ ବିଷୟରେ ପଚାରିଲେ ସେ କହନ୍ତି- “ମୁଁ ମା’ର ମଙ୍ଗଳସୂତ୍ର ମୁକୁଳାଇଥିଲି ସତ। ହେଲେ ମା’ ଜାଣି ନ ଥିଲା ମୁଁ କ’ଣ କରେ।”



from OdishaReporter https://ift.tt/2MADTNz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages