
ଆଠଗଡ଼ (ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ତେଣୁ ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଶୈବପୀଠ ଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଲାଗିଛି।
ତେବେ ମହାଦେବଙ୍କୁ ଜଳ ଲାଗି କରିବା ଆଗରୁ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଆଠଗଡ଼ ଅଞ୍ଚଳରେ।
ସୂଚନା ଅନୁସାରେ, ପାଇକେରାପୁରରେ ରାସ୍ତା କଡ଼ରେ ପଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରି ନାହିଁ। ଏହାସହ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।
from OdishaReporter https://ift.tt/2ne8Zj6
No comments:
Post a Comment