
ନୂଆଦିଲ୍ଲୀ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଆଜି ସଂସଦରେ ଏକଚ୍ଛତ୍ରବାଦ ଶାସକ ଆଡ୍ଲ୍ଫ ହିଟଲର୍ଙ୍କ ଉପସ୍ଥିତିକୁ ନେଇ ଭ୍ରମ ସୃଷ୍ଟି ହୋଇଥିଲା।
କାରଣ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଭିନ୍ନ ଭିନ୍ନ ଶୈଳୀରେ ଆନ୍ଦୋଳନ କରି ଆସୁଥିବା ଟିଡିପି ସାଂସଦ ତଥା ପୂର୍ବତନ ଅଭିନେତା ନାରମାଲ୍ଲି ଶିବପ୍ରସାଦ ଆଜି ହିଟଲରଙ୍କ ବେଶ ଧାରଣ କରିଥିଲେ।
ଏପରି କରି ସେ କେନ୍ଦ୍ର ବିରୋଧରେ ନିଜର ପ୍ରତିବାଦ ପ୍ରକଟ କରିଛନ୍ତି।
୩ ଦିନ ତଳେ ଶିବପ୍ରସାଦ ଭଗବାନ ରାମଙ୍କ ଅବତାର ଧାରଣ କରିଥିଲେ। ସ୍ୱତନ୍ତ୍ର ମାନ୍ୟତା ଦାବିରେ ଶିବପ୍ରସାଦ ସତ୍ୟ ସାଇ ଓ ନାରଦ ମୁନିଙ୍କ ଅବତାର ଧାରଣ କରି ବିକ୍ଷୋଭ କରିବାର ମଧ୍ୟ ନଜିର ରହିଛି।
ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦୀର୍ଘ ଦିନରୁ ରାଜ୍ୟ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରି ଆସୁଛନ୍ତି।
ଏହି ଦାବିକୁ କେନ୍ଦ୍ର କରି ଗତ ମାର୍ଚ୍ଚ ମାସରେ ଟିଡିପି କେନ୍ଦ୍ରରେ କ୍ଷମତାସୀନ ଏନ୍ଡିଏଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା।
from OdishaReporter https://ift.tt/2AVGYGP
No comments:
Post a Comment