ରାଜ୍ୟସଭା ନିର୍ବାଚନରେ ‘ନୋଟା’ର ବ୍ୟବହାରକୁ ସୁପ୍ରିମକୋର୍ଟଙ୍କ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ରାଜ୍ୟସଭା ନିର୍ବାଚନରେ ‘ନୋଟା’ର ବ୍ୟବହାରକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ଏଣିକି କୌଣସି ପ୍ରକାରର ନୋଟା (ନନ୍‌ ଅଫ୍‌ ଦି ଆବଭ୍)ର ବ୍ୟବସ୍ଥା ରହିପାରିବ ନାହିଁ। ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନରେ ବ୍ୟବହୃତ ବ୍ୟାଲଟ୍‌ ପେପରରେ ‘ନୋଟା’ର ବ୍ୟବସ୍ଥା ରହିବା ପାଇଁ ଜାରି କରିଥିବା ବିଜ୍ଞପ୍ତିକୁ ଖାରଜ୍‌ କରି ଆଜି ଦେଶର ସର୍ବୋଚ୍ଚ ଅଦାଲତ ଏଭଳି ରୁଲିଂ ଦେଇଛନ୍ତି।

୨୦୧୪ରେ ନିର୍ବାଚନ କମିଶନ ଜାରି କରିଥିବା ‘ନୋଟା’ ସମ୍ପର୍କିତ ବିଜ୍ଞପ୍ତିକୁ ତତ୍କାଳୀନ ଗୁଜରାଟ୍‌ କଂଗ୍ରେସ୍‌ର ଚିଫ୍‌ ହ୍ୱିପ୍‌ ଶୈଲେଶ ମନୁଭାଇ ପାର୍ମାର ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେ ଆବେଦନରେ ଦର୍ଶାଇଥିଲେ ଯେ ରାଜ୍ୟସଭା ନିର୍ବାଚନରେ ଏଭଳି ନୋଟା ବ୍ୟବସ୍ଥା ଦ୍ୱାରା ଘୋଡ଼ା ବେପାର ଓ ଭୋଟ୍‌ରେ ଅନିୟମିତତା ବୃଦ୍ଧି ପାଇବ।

ଏହାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର ଓ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି।

ଖଣ୍ଡପୀଠ କହିଛନ୍ତି “ ରାଜ୍ୟସଭା ଭୋଟ୍‌ ବେଳେ ନିର୍ବାଚନ କମିଶନ କୌଣସି ପ୍ରକାରର ‘ନୋଟା’ର ବ୍ୟବସ୍ଥା କରିପାରିବେ ନାହିଁ। ଏହା ଅଦୌ ଗ୍ରହଣୀୟ ନୁହେଁ। ଏଭଳି ‘ନୋଟା’ ବ୍ୟବସ୍ଥା କେବଳ ପ୍ରତ୍ୟକ୍ଷ ନିର୍ବାଚନରେ ବ୍ୟବହୃତ ହେବା ଦରକାର।

“କାହିଁକି ଏକ ସାମ୍ବିଧାନିକ ବ୍ୟବସ୍ଥାରେ ଅସାମ୍ବିଧାନିକ କାର୍ଯ୍ୟର ବ୍ୟବହାର ହେବ? ଯଦି ଜଣେ ବ୍ୟକ୍ତି ରାଜ୍ୟସଭା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରୁନାହିଁ, ତା’ହେଲେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଦଳ ବହିଷ୍କାର କରିପାରିବ। କିନ୍ତୁ ନିର୍ବାଚନ କମିଶନ ଏଭଳି ‘ନୋଟା’ର ବ୍ୟବସ୍ଥା କରି ରାଜ୍ୟସଭା ନିର୍ବାଚନରେ ଜଣେ ରାଜନେତାଙ୍କୁ ଭୋଟ୍‌ ନ ଦେବାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି।”

୨୦୧୩ରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ‘ନୋଟା’ର ବ୍ୟବହାର କରିବାକୁ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଥିଲେ। ୨୦୧୪ରେ ନିର୍ବାଚନ କମିଶନ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନରେ ‘ନୋଟା’ର ବ୍ୟବସ୍ଥା ଲାଗୁ କରିଥିଲେ। କିନ୍ତୁ ଏହାକୁ କଂଗ୍ରେସ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।



from Odisha Reporter https://ift.tt/2PkOsGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages