ନେଲ୍‌ ପଲିଶ୍ ଛଡ଼ାଇବା ଚିନ୍ତା ଘାରୁଛି ? ଜାଣନ୍ତୁ ଏ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ନେଲ୍‌ ପଲିଶ୍ ଛଡ଼ାଇବା ଚିନ୍ତା ଘାରୁଛି ? ଜାଣନ୍ତୁ ଏ ଉପାୟ

nail

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନେଲ୍‌ ପଲିଶ୍ ଲଗାଇବା ପରେ ଆପଣଙ୍କ ହାତର ଆଙ୍ଗୁଳି ସୁନ୍ଦର ଲାଗିଥାଏ। କିଛିଦିନ ପରେ ଆପଣ ନୂଆ ରଙ୍ଗର ନେଲ୍‌ ପଲିଶ୍ ଲଗାଇବା ପାଇଁ  ଏହାକୁ ଛଡ଼ାଇବାକୁ ଚାହିଁଥା’ନ୍ତି। ଏଥିପାଇଁ ନେଲ୍‌ ରିମୁଭର୍‌ ଲଗାଇଥା’ନ୍ତି। ଅନେକ ମହିଳା ନେଲ୍‌ ରିମୁଭର୍‌ ପାଇଁ ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ। ଏଣୁ ନେଲ୍‌ ପଲିଶ୍ ଛଡ଼ାଇ ନଥା’ନ୍ତି। ହେଲେ କିଛି ଦିନ ପରେ ଏହା ଅଧା ଅଧା ଛାଡ଼ି ଆପଣଙ୍କ ନଖକୁ ଅସୁନ୍ଦର କରି ଦେଇଥାଏ।

ତେବେ କେବଳ ଯେ ରିମୁଭର୍‌ରେ ହିଁ ନେଲ୍‌ ପଲିଶ୍ ଛଡ଼ାଯାଇପାରେ, ତାହା ଭାବିବା ଠିକ ନୁହେଁ । ଆଜି ଆମେ ଆପଣଙ୍କୁ ନେଲ୍‌ ପଲିଶ୍ ଛଡ଼ାଇବାର ଘରୋଇ ଉପାୟ କହିବାକୁ ଯାଉଛୁ।

alchoholଆଲ୍‌କୋହଲ୍‌: ଯଦି ଆପଣଙ୍କ ଘରେ ଆଲ୍‌କୋହଲ୍‌ ଅଛି, ତେବେ ଏଥିରୁ କିଛି ବୁନ୍ଦା ନିଜ ନଖ ଉପରେ ପକାନ୍ତୁ ଏବଂ ଏକ ସୂତା କପଡ଼ାରେ ଘଷି ନେଲ୍‌ ପଲିଶ୍ ଛଡ଼ାନ୍ତୁ। ଦେଖିବେ, ପୁରୁଣା ପଲିଶ୍ ଆପଣଙ୍କ ନଖରୁ ଛାଡ଼ିଯିବ।

vinegarଭିନେଗାର୍‌: ଭିନେଗାର୍‌କୁ ଆପଣ ନେଲ୍‌ ପଲିସ୍‌ ଛଡ଼ାଇବା ପାଇଁ ବ୍ୟବହାର କରିପାରିବେ। ତୁଳାରେ ଅଳ୍ପ ଭିନେଗାର୍‌ ଆଣି ନେଲ୍‌ ପଲିସ୍‌କୁ ଘଷି ଛଡ଼ାନ୍ତୁ। ଏହା ସମ୍ପୂର୍ଣ୍ଣ ଛାଡ଼ିଯିବ।

waterଗରମ ପାଣିଯଦି ଆପଣଙ୍କ ଘରେ ଭିନେଗାର୍‌ କିମ୍ୱା ଆଲ୍‌କୋହଲ୍‌ ନାହିଁ, ତେବେ ଗରମ ପାଣିରେ ମଧ୍ୟ ଆପଣ ନେଲ୍‌ ପଲିଶ୍ ଛଡ଼ାଇ ପାରିବେ। ଏକ କପ୍‌ ଗରମ ପାଣି ଆଣନ୍ତୁ, ସେଥିରେ ନଖକୁ ୧୦ ମିନିଟ୍‌ ବୁଡ଼ାଇ ରଖନ୍ତୁ। ଏହା ପରେ ନଖକୁ କପଡ଼ାରେ ପୋଛି ଦିଅନ୍ତୁ।

Toothpasteଟୁଥ୍‌ପେଷ୍ଟ୍‌: ଟୁଥ୍‌ପେଷ୍ଟ୍‌କୁ ମଧ୍ୟ ଆପଣ ନେଲ୍‌ ପଲିଶ୍ ଛଡ଼ାଇବା ପାଇଁ ବ୍ୟବହାର କରିପାରିବେ। ଯଦି ଏହା ନଖରୁ ସମୂର୍ଣ୍ଣ ରୂପେ ଛାଡ଼ୁନାହିଁ, ତେବେ ନଖରେ ଅଳ୍ପ ଟୁଥ୍‌ପେଷ୍ଟ୍‌ ଲଗାଇ ଦିଅନ୍ତୁ। ଏହା ପରେ ଧୀରେ ଧୀରେ ନଖକୁ ତୁଳାରେ ଘଷି ନେଲ୍‌ ପଲିଶ୍ ଛଡ଼ାନ୍ତୁ।

nail2ନେଲ୍‌ ପଲିଶ୍: କେବଳ ଘରୋଇ ଉପାୟରେ ନୁହେଁ, ନେଲ୍‌ ପଲିଶ୍ ସାହାଯ୍ୟରେ ମଧ୍ୟ ଆପଣ ଅନ୍ୟ ଏକ ନେଲ୍‌ ପଲିଶ୍କୁ ଛଡ଼ାଇ ପାରିବେ। ନୂଆ ନେଲ୍‌ ପଲିଶ୍ ଲଗାଇବା ପୂର୍ବରୁ ଏହାର କିଛି ବୁନ୍ଦା ନଖରେ ପକାନ୍ତୁ ଏବଂ ତୁଳାରେ ଘଷି ଛଡ଼ାନ୍ତୁ। ଦେଖିବେ ଆପଣଙ୍କ ହାତରୁ ପୁରୁଣା ନେଲ୍‌ ପଲିଶ୍ ଛାଡ଼ିଯିବ।

ଏବେ ଆପଣ ଆରାମ୍‌ରେ ନିଜ ମନ ପସନ୍ଦ ରଙ୍ଗର ନେଲ୍‌ ପଲିଶ୍ ଲଗାନ୍ତୁ।



from Odisha Reporter https://ift.tt/2LdTWPT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages