
ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ଅଛଡ଼ା ଗାଁ ନାଲୁହା ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଖୁଣ୍ଟା ଓ ପୁରୁଣା ବାରିପଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଲଗାଣ ବର୍ଷା ହେବା ଫଳରେ ନାଲୁହା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆଗକୁ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ଜଳସ୍ରୋତ ବୃଦ୍ଧି ପାଇବାର ଆଶଙ୍କା ରହିଛି।
from OdishaReporter https://ift.tt/2MkFQxG
No comments:
Post a Comment