ତୃତୀୟ ଟେଷ୍ଟ୍ ପାଇଁ ସାମିଲ୍ ହୋଇପାରନ୍ତି ରିଷଭ୍ ପନ୍ଥ୍, ଯଶ୍‌ପ୍ରୀତ୍ ବୁମ୍ରା: ‘ଟାର୍ଗେଟ୍‌’ରେ ରବି ଶାସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ତୃତୀୟ ଟେଷ୍ଟ୍ ପାଇଁ ସାମିଲ୍ ହୋଇପାରନ୍ତି ରିଷଭ୍ ପନ୍ଥ୍, ଯଶ୍‌ପ୍ରୀତ୍ ବୁମ୍ରା: ‘ଟାର୍ଗେଟ୍‌’ରେ ରବି ଶାସ୍ତ୍ରୀ

cricket

ମୁମ୍ବାଇ: ଇଂଲଣ୍ଡ ଗସ୍ତର ପ୍ରଥମ ଦୁଇଟି ଟେଷ୍ଟରେ ଦୟନୀୟ ଭାବେ ପରାସ୍ତ ହୋଇ ଚାପରେ ଥିବା ଟିମ୍ ଇଣ୍ଡିଆ ଶନିବାରରୁ ନଟିଂହାମ୍‌ରେ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ୍‌କୁ ଜିତିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ।

ତେବେ ଭାରତୀୟ ଶିବିର ପାଇଁ ଖୁସି ଖବର ହେଉଛି, ବାମ ହାତ ବୁଢ଼ା ଅଙ୍ଗୁଳିରେ ଗୁରୁତର ଆଘାତ ଯୋଗୁ ଗତ ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ମୁମ୍ବାଇ ସ୍ପିଡ୍‌ଷ୍ଟର୍‌ ଯଶ୍‌ପ୍ରୀତ୍‌ ବୁମ୍ରା ଏହା ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ତୃତୀୟ ଟେଷ୍ଟରେ ବୁମ୍ରାଙ୍କୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି।

ସେହିପରି ଯୁବ ୱିକେଟ୍ କିପର୍ ବ୍ୟାଟ୍‌ସ୍‌ମ୍ୟାନ୍‌ ରିଷଭ୍ ପନ୍ଥଙ୍କୁ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିପାରେ।

ନିୟମିତ ୱିକେଟ୍ କିପର୍ ରିଦ୍ଧିମାନ ଶାହାଙ୍କ ବଦଳରେ ଟେଷ୍ଟ୍ ଟିମ୍‌କୁ ଫେରିଥିବା ଭେଟେରାନ୍ କାର୍ତ୍ତିକ ପ୍ରଥମ ଦୁଇଟି ଟେଷ୍ଟରେ ୪ଟି ଇନିଂସରୁ ମାତ୍ର (୦,୧,୨୦,୦) ୨୧ ରନ୍ କରି ତାଙ୍କ ବ୍ୟାଟିଂ ଦକ୍ଷତାର ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି। ଏହି କାରଣରୁ ନଟିଂହାମ୍‌ରେ ରିଷଭ୍‌ଙ୍କୁ ଟେଷ୍ଟ୍ ଡେବ୍ୟୁର ସୁଯୋଗ ମିଳିବା ଆଶା କରାଯାଉଛି।

ଲର୍ଡସ୍‌ ଟେଷ୍ଟ୍‌ରେ କାନ୍ଧରେ ଆଘାତ ପାଇଥିବା ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ସେମାନଙ୍କ ଆହତ ସମସ୍ୟାରୁ ମୁକୁଳିଛନ୍ତି। ଉଭୟଙ୍କ ସହ ଦ୍ରୁତ ବୋଲର୍ ଯଶ୍‌ପ୍ରୀତ୍‌ ବୁମ୍ରା ତାଙ୍କ ହାତରୁ ପ୍ଲାଷ୍ଟର୍‌ ଖୋଲି ଦୀର୍ଘ ସମୟ ବୋଲିଂ କରୁଥିବା ଦେଖିବାକୁ ମିଳିଛି।

ସେହିପରି ଦ୍ୱିତୀୟ ଟେଷ୍ଟରେ କିଛି ସମସ୍ୟା ଯୋଗୁ ଇଲିଂଶ୍ ଟିମ୍‌ର ଦ୍ୱିତୀୟ ଇନିଂସ ବ୍ୟାଟିଂ ଶେଷ ବେଳକୁ ପଡ଼ିଆ ଛାଡ଼ିଥିବା ଅଧିନାୟକ କୋହଲି ଏହା ଭିତରେ ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେଇ ସାରିଛନ୍ତି ।

ତେବେ କୋହଲିଙ୍କ ଅଧିନାୟକତ୍ୱ ଆରମ୍ଭରୁ ଟେଷ୍ଟ୍‌ ଟିମ୍‌ରେ ଚାଲିଥିବା ଅଦଳ ବଦଳ ପ୍ରକ୍ରିୟା ନଟିଂହାମ୍‌ରେ ମଧ୍ୟ ଜାରି ରହିବ। ଏବେ ଟିମ୍ ଇଣ୍ଡିଆ ୫ଟିକିଆ ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୦-୨ରେ ପଛୁଆ ରହିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇଂଲଣ୍ଡ ଗସ୍ତରେ ଟେଷ୍ଟ୍ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଏବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ସୋଶାଲ୍ ମିଡିଆରେ ଫ୍ୟାନ୍‌ମାନେ ଏଭଳି କ୍ରମାଗତ ପରାଜୟ ପାଇଁ ଶାସ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ତାଙ୍କ ବଦଳରେ ରାହୁଲ୍ ଡ୍ରାଭିଡ୍‌ଙ୍କୁ ଏବେ କୋଚ୍ ପଦରେ ବସାଇବାର ସମୟ ଆସିଛି ବୋଲି ଫ୍ୟାନ୍‌ମାନେ ଯୁକ୍ତି ବାଢ଼ିଛନ୍ତି। ଏମାନଙ୍କ ସହ ସ୍ୱର ମିଳାଇ ଭାରତୀୟ ଦଳର ପୂର୍ବତନ୍ ଅଫ୍‌ ସ୍ପିନର୍‌ ହରଭଜନ୍ ସିଂହ ମଧ୍ୟ ଶାସ୍ତ୍ରୀଙ୍କୁ ଦଳର କ୍ରମାଗତ ପରାଜୟ ପାଇଁ ଜବାବ୍ ତଲବ କରିଛନ୍ତି।

ଭଜି କହିଛନ୍ତି ଯେ ଟିମ୍‌ କାହିଁକି ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ରେ ଶୋଚନୀୟ ପ୍ରଦର୍ଶନ ଜାରି ରଖିଛି, ସେଥିପାଇଁ ମୁଖ୍ୟ କୋଚ୍‌ ଶାସ୍ତ୍ରୀଙ୍କୁ ହିଁ ଆଜି ନହେଲେ ଆସନ୍ତାକାଲି ଉତ୍ତର ଦେବାକୁ ପଡ଼ିବ।

ସୂଚନା ଅନୁସାରେ, ନଟିଂହାମ୍‌ରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଲେ, ବିସିସିଆଇ ମଧ୍ୟ ଉଭୟ ଅଧିନାୟକ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ଜବାବ୍ ତଲବ କରିବାକୁ ଚିନ୍ତା କରୁଛି।

ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭରୁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଥିଲେ ଯେ ଇଂଲିଶ୍‌ କଣ୍ଡିସନ୍‌ର ବାହାନା ଦେଖାଇ ଟିମ୍ ଇଣ୍ଡିଆ ପରାଜୟର କାରଣକୁ ଏଡ଼ାଇ ଯାଇପାରିବ ନାହିଁ।



from OdishaReporter https://ift.tt/2nEIALx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages