କେଉଁ ଫ୍ରେମ୍‌ର ଚଷମା ଆପଣଙ୍କ ମୁହଁକୁ ଖୁବ୍ ମାନିବ, ଜାଣନ୍ତୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

କେଉଁ ଫ୍ରେମ୍‌ର ଚଷମା ଆପଣଙ୍କ ମୁହଁକୁ ଖୁବ୍ ମାନିବ, ଜାଣନ୍ତୁ !

women-glasses

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏମିତି ବି ହୁଏ, ଆପଣ ଅପ୍ଟିକାଲ୍‌ରେ କୌଣସି ଫ୍ରେମ୍‌ର ଚଷମା ଦେଖିବା ମାତ୍ରେ ତାକୁ ପସନ୍ଦ କରି ଦିଅନ୍ତି ଏବଂ ଆପଣଙ୍କ ମୁହଁକୁ କିପରି ମାନୁଛି, ତାହା ଭଲରେ ପରଖିବା ପୂର୍ବରୁ କିଣି ଘରକୁ ନେଇ ଆସନ୍ତି। ତେବେ ଘରକୁ ଆସି ବାରମ୍ବାର ଆଇନା ଦେଖିବା ପରେ ଆପଣଙ୍କୁ ଲାଗେ ଯେ ଚଷମାଟି ଆପଣଙ୍କ ମୁହଁକୁ ମାନୁ ନାହିଁ।

ଏପରି ହେବାର କାରଣ କ’ଣ, ଜାଣିଛନ୍ତି ? ଏହାର କାରଣ ହେଉଛି, ଚଷମାର ଫ୍ରେମ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକୃତିର ମୁହଁକୁ ଧ୍ୟାନରେ ରଖି ତିଆରି କରାଯାଇଥାଏ। ଏଣୁ କିଛି ଲୋକଙ୍କୁ ସେମାନଙ୍କ ମୁହଁକୁ କେଉଁ ପ୍ରକାର ଚଷମା ଫ୍ରେମ୍ ମାନିବ, ତାହା ଜଣା ନଥାଏ। ଯଦି ଆପଣ ନିଜ ଚେହେରାକୁ ସୁଟ୍ କଲା ଭଳି ଚଷମା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଚଷମାର ଫ୍ରେମ୍‌ ପସନ୍ଦ କରିବା ପାଇଁ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍ ଦେଉଛୁ। ଏହି ଅନୁସାରେ, ଚଷମା ଫ୍ରେମ୍‌ ବ୍ୟବହାର କଲେ, ଆପଣଙ୍କୁ ଖୁବ୍ ମାନିବ ଏବଂ ଆପଣ ବି ବେଶ୍ ଷ୍ଟାଇଲିଶ୍‌ ଦିଶିବେ।

ଜାଣନ୍ତୁ, ମୁହଁର ଆକୃତି କିପରି ଥିଲେ, କେଉଁ ଫ୍ରେମ୍‌ର ଚଷମା ପିନ୍ଧିବେ।
Oval shapeଓଭାଲ୍‌ ସେପ୍‌ ବା ଅଣ୍ଡାକୃତି ମୁହଁ
ଏହି ଆକାରର ଚେହେରା ଥିବା ବ୍ୟକ୍ତିଙ୍କୁ ଆଦର୍ଶ ଚେହେରା ବୋଲି କୁହାଯାଇଥାଏ। ଏମାନଙ୍କୁ ସାଧାରଣତଃ ଚଉଡ଼ା ଫ୍ରେମ୍‌ର ଚଷମା ଅଧିକ ମାନିଥାଏ। ଏହା ବ୍ୟତୀତ ଆପଣ ଅଖରୋଟ୍‌ ଆକାରର ଚଷମା ମଧ୍ୟ ପିନ୍ଧି ପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ, ଚଷମାର ଫ୍ରେମ୍‌ ଯେପରି ଅଧିକ ଲମ୍ୱା ଏବଂ ପତଳା ନହେବ।
heart shapeହାର୍ଟ୍‌ ସେପ୍‌ ମୁହଁ
ହାର୍ଟ ସେପ୍‌ର ମୁହଁ ଥିବା ଲୋକଙ୍କ ମଥା ଏବଂ ଗାଲର ହାଡ଼ ଚଉଡ଼ା ହୋଇଥାଏ। ଏହା ସହିତ ଏମାନଙ୍କ ଚିନ୍‌ ବା ଥୋଡ଼ି ପତଳା ହୋଇଥାଏ। ‌ଏପରି ମୁହଁ ଥିବା ବ୍ୟକ୍ତିଙ୍କୁ ରେକ୍ଟାଙ୍ଗୁଲାର୍‌, ଓଭାଲ୍‌ ବା ରାଉଣ୍ଡ୍‌ ସେପ୍‌ ଫ୍ରେମ୍‌ର ଚଷମା ଖୁବ୍ ମାନିଥାଏ। ଫିକା ରଙ୍ଗର ଚଷମା ମଧ୍ୟ ଏମାନଙ୍କ ମୁହଁକୁ ଆକର୍ଷଣୀୟ କରିଥାଏ। ଧ୍ୟାନ ରଖନ୍ତୁ, ଫ୍ରେମ୍‌ର ଉପରଭାଗ ଅପେକ୍ଷା ତଳଭାଗ ଯେପରି ଚଉଡ଼ା ରହେ। ଏଥିରେ ଆପଣଙ୍କ ଚେହେରା ବାଲାନ୍ସ୍‌ ରହିଥାଏ।
square shapeସ୍କୋୟାର୍‌ ସେପ୍‌ ମୁହଁ
ସ୍କୋୟାର୍‌ ଆକାରର ମୁହଁ ଥିବା ବ୍ୟକ୍ତିଙ୍କ ମଥା ଏବଂ ଗାଲ ଚଉଡ଼ା ହୋଇଥାଏ। ଏମାନଙ୍କ ମୁହଁର ଲମ୍ୱା ଏବଂ ଚଉଡା ସମାନ ରହିଥାଏ। ଏଥିପାଇଁ ଏମାନଙ୍କ ମୁହଁରେ ଓଭାଲ୍‌ ବା ରାଉଣ୍ଡ୍‌ ସେପ୍‌ ଚଷମା ଭଲ ଲାଗିଥାଏ। ଯଦି ଚାହୁଁଛନ୍ତି ଯେ ନିଜ ମୁହଁ କିଛିଟା ସଫ୍ଟ୍‌ ଲାଗୁ, ତେବେ ଲମ୍ବା ତୁଳନାରେ ଚଉଡ଼ା ଅଧିକ ଥିବା ପତଳା ଏବଂ ଷ୍ଟାଇଲିଶ୍‌ ଫ୍ରେମ୍‌ର ଚଷମା ପିନ୍ଧନ୍ତୁ।
diamond shapeଡାଇମଣ୍ଡ୍‌ ସେପ୍‌ ମୁହଁ

ଏହି ଆକାରର ମୁହଁ ଥିବା ବ୍ୟକ୍ତିଙ୍କର ମଥା ଏବଂ ଗାଲର ଲାଇନ୍‌ ପତଳା। ଏହା ସହ ଏମାନଙ୍କ ଗାଲର ହାଡ଼ ଚଉଡା ଏବଂ ଉଚ୍ଚା ହୋଇଥାଏ। ଆଖିକୁ ହାଇଲାଇଟ୍‌ ଏବଂ ଚିକ୍‌ ବୋନସ୍‌କୁ ସଫ୍ଟ୍‌ କରିବା ପାଇଁ ଏହି ମୁହଁର ବ୍ୟକ୍ତି ଅଣ୍ଡାକାର ଆକାରର ଚଷମା ଫ୍ରେମ୍‌ ବାଛନ୍ତୁ। ଏହା ବ୍ୟତୀତ ଆପଣ କ୍ୟାଟ୍‌ ଆଇ ଫ୍ରେମ୍‌ ବି ପିନ୍ଧି ପାରିବେ।
round shapeରାଉଣ୍ଡ୍‌ ସେପ୍‌ ମୁହଁ
ରାଉଣ୍ଡ୍‌ ସେପ୍‌ ଚେହେରା ଥିବା ବ୍ୟକ୍ତିଙ୍କର ମୁହଁ ଲମ୍ୱା ଏବଂ ଚଉଡ଼ା ସମାନ ଥାଏ। ଯଦି ଏହି ପ୍ରକାର ବ୍ୟକ୍ତି ନିଜ ମୁହଁକୁ ପତଳା ଏବଂ ଲମ୍ୱା ଦେଖାଯିବା ଚାହୁଁଛନ୍ତି, ତେବେ ଆଙ୍ଗୁଲାର୍‌ ନ୍ୟାରୋ (Angular Narrow)  ଫ୍ରେମ୍‌ର ଚଷମା ବ୍ୟବହାର କରନ୍ତୁ।
base tri-angle shapeବେସ୍‌ ଡାଉନ୍‌ ଟ୍ରାଇ-ଆଙ୍ଗଲ୍‌ ମୁହଁ
ଏହି ଆକାରର ମୁହଁ ଥିବା ଲୋକଙ୍କର ମଥା ଛୋଟ ହୋଇଥାଏ। ଗାଲ ଏବଂ ଚିନ୍ ବା ଥୋଡ଼ି ଚଉଡା ହୋଇଥାଏ। ଏଥିପାଇଁ ଏମାନଙ୍କୁ କ୍ୟାଟ୍‌ ଆଇ ଫ୍ରେମ୍‌ର ଚଷମା ଖୁବ୍ ମାନିଥାଏ।
ଚଷମା କିଣିବାରେ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଫ୍ରେମ୍ ବାଛିବା ପାଇଁ ଆପଣ ନିଜ ମୁହଁର ଆକାର ପ୍ରତି ନିହାତି ଧ୍ୟାନ ରଖନ୍ତୁ।



from OdishaReporter https://ift.tt/2KVmDkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages