ଦିନେ ଭାଇଙ୍କ ନେଟ୍ସ ବାହାରେ ଅପେକ୍ଷା କରୁଥିବା ଝିଅ ଏବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓପନର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଦିନେ ଭାଇଙ୍କ ନେଟ୍ସ ବାହାରେ ଅପେକ୍ଷା କରୁଥିବା ଝିଅ ଏବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓପନର୍‌

ମୁମ୍ବାଇ: ଭାଇଙ୍କ ଭଳି ନିଜ ନାଁ ବି ଖବରକାଗଜରେ ବାହାରିବ,ଏହା ହିଁ ଥିଲା ସ୍ୱପ୍ନ। ଖାସ୍ ଏଥିପାଇଁ ସବୁଦିନ ଭାଇ ପ୍ରାକ୍ଟିସ୍ କରୁଥିବା ନେଟ୍‌ସ୍‌ ବାହାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ କ୍ରିକେଟ୍‌ ଖେଳିବାକୁ ସୁଯୋଗ ଖୋଜୁଥିଲେ। ଆଉ ସୁଯୋଗ ମିଳିବା ମାତ୍ରେ ବ୍ୟାଟ୍‌ ଧରି ଦୁଇ ଚାରିଟା ବଲ୍‌କୁ ନିସ୍ତୁକ ପ୍ରହାର କରୁଥିଲେ।

ପିଲାବେଳର ସେହି ସ୍ୱପ୍ନ ଏବେ ସାକାର ହୋଇଛି। ଏବେ ଜାତୀୟ ଦଳର ଷ୍ଟାର୍ ଓପନର୍‌ ମାନ୍ୟତା ପାଇଥିବା ସେ ଦିନର ସେହି ଝିଅ ହେଉଛନ୍ତି, ସ୍ମୃତି ମନ୍ଧାନା। ସ୍ମୃତି ଏକ କ୍ରିକେଟ୍‌ର ପରିବାରରୁ ଆସିଛନ୍ତି। ତାଙ୍କ ବାପା ଓ ଭାଇ ଉଭୟେ କ୍ରିକେଟ୍‌ ଖେଳାଳି। ସ୍ମୃତିଙ୍କ ଭାଇ ଅଣ୍ଡର୍‌ ନାଇଣ୍ଟିନ୍‌ ଭାରତୀୟ ଦଳ ପାଇଁ ଖେଳି ସାରିଛନ୍ତି।

ଭାଇ ଯେତେବେଳେ ନେଟ୍‌ସରେ ପ୍ରାକ୍ଟିସ୍ ପାଇଁ ଯାଉଥିଲେ, ପିଲାବେଳେ ସ୍ମୃତି ମଧ୍ୟ ତାଙ୍କ ସାଙ୍ଗରେ ଯାଉଥିଲେ। ଏଥିପାଇଁ ତାଙ୍କୁ ଭୋର୍ ୫ଟାରୁ ଉଠିବାକୁ ପଡ଼ୁଥିଲା। ଭାଇ ପ୍ରାକ୍ଟିସ୍ କରୁଥିବାବେଳେ ସ୍ମୃତି ନେଟ୍‌ସ ବାହାରେ ଛିଡ଼ା ହୋଇ ଅପେକ୍ଷା କରୁଥିଲେ। ଭାଇଙ୍କ ଅଭ୍ୟାସ୍‌ ସରିବା ପରେ ତାଙ୍କୁ ୧୦ରୁ ୧୫ଟି ବଲ୍‌ ଖେଳିବାକୁ ଅନୁମତି ମିଳୁଥିଲା। ଏକଥା ସ୍ମୃତି ଏକ ସାକ୍ଷାତକାରରେ କହିଛନ୍ତି।

ପିଲାବେଳେ ସ୍ମୃତି ତାଙ୍କ ମା’ଙ୍କୁ ସବୁବେଳେ କହୁଥିଲେ, ଦିନେ ତାଙ୍କ ନାଁ ବି ଭାଇଙ୍କ ନାଁ ପରି ବଡ଼ ବଡ଼ ଅକ୍ଷରରେ ଖବରକାଗଜରେ ବାହାରିବ। ଏବେ ଏକ ବ୍ୟାଙ୍କ୍‌ର ପଦାଧିକାରୀ ରୂପେ କାର୍ଯ୍ୟରତ ଭାଇ କ୍ରିକେଟ୍‌ ଖେଳ ଛାଡ଼ି ଦେଇଛନ୍ତି ସତ, କିନ୍ତୁ ତାଙ୍କ ପ୍ରେରଣା ହିଁ ଆଜି ସ୍ମୃତିଙ୍କୁ ନୂଆ ପରିଚୟ ଦେଇଛି।

ଗୁଜରାଟରେ ଏକ ଅଣ୍ଡର୍‌ ନାଇଣ୍ଟିନ୍‌ ମ୍ୟାଚ୍‌ରେ ସେ ଅପରାଜିତ ୨୨୪ ରନ୍‌ କରି ନିଜ ଦଳକୁ ଅଗ୍ରଣୀ ଦେଇଥିଲେ। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ ତାଙ୍କ ଭାଇଙ୍କୁ ଯେଉଁ ବ୍ୟାଟ୍‌ ଉପହାର ଦେଇଥିଲେ, ସେହି ବ୍ୟାଟ୍‌ରେ ହିଁ ସ୍ମୃତି  ଏହି ସ୍କୋର୍ କରିଥିଲେ।

୨୦୧୪ରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବାଂଲାଦେଶରେ ଆୟୋଜିତ ୱିମେନ୍ ଟି ଟ୍ୱେଣ୍ଟି ପାଇଁ ସ୍ମୃତିଙ୍କୁ ଭାରତୀୟ ଦଳରେ ସାମିଲ୍ ହେବାକୁ ଡାକରା ମିଳିଥିଲା। ଏହି କାରଣରୁ ସେ ଆଉ ପରୀକ୍ଷା ଦେଇ ପାରି ନଥିଲେ।


ସେହିବର୍ଷ ହିଁ ସ୍ମୃତି ତାଙ୍କ ଟେଷ୍ଟ୍ ଡେବ୍ୟୁ କରିଥିଲେ ଏବଂ ପଦାର୍ପଣ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ୍‌ କରିଥିଲେ। ଏହି ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ଇଂଲଣ୍ଡ ବିପକ୍ଷରେ ବିଜୟୀହୋଇଥିଲା। ବାସ୍‌, ଏହା ପରଠାରୁ ସ୍ମୃତି ଆଉ ପଛକୁ ଫେରି ନାହାନ୍ତି।

୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଆଇସିସି ମହିଳା ଶ୍ରେଷ୍ଠ ଖେଳାଳି ତାଲିକାରେ ସ୍ମୃତି ସ୍ଥାନ ପାଇଥିଲେ। ଏହି ବର୍ଷ ହିଁ ସେ ୱିମେନ୍‌ସ ବିଗ୍‌ ବାସ୍‌ ଲିଗ୍‌(WBBL) ଖେଳିବା ପାଇଁ ଚୁକ୍ତି କରିଥିଲେ। ଏପରି ଚୁକ୍ତି କରିବାରେ ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର୍ ।

୨୦୧୭ ମହିଳା ବିଶ୍ୱକପ୍‌ରେ ସ୍ମୃତିଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ପ୍ରଭାବଶାଳୀ ଥିଲା। ଯଦିଓ ଫାଇନାଲ୍‌ରେ ସେ ବିନା ସ୍କୋର୍‌ରେ ଆଉଟ୍ ହୋଇଥିଲେ ଏବଂ ଏହି ମ୍ୟାଚ୍‌ରେ ହାରି ଭାରତୀୟ ମହିଳା ଦଳ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା।

ବାମହାତୀ ବ୍ୟାଟିଂ ସହ ଅଫ୍ ବ୍ରେକ୍ ବୋଲିଂ କରୁଥିବା ସ୍ମୃତି ଏବେ ସାରା ବିଶ୍ୱ ମହିଳା କ୍ରିକେଟ୍‌ରେ ଏକ ଅତି ପରିଚିତ ନାଁ।



from OdishaReporter https://ift.tt/2vO7A7R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages