ଜାଣନ୍ତି କି, ପ୍ରସିଦ୍ଧ ଲେଖକ, ଗୀତିକାର ଓ  ନିର୍ଦ୍ଦେଶକ ଗୁଲ୍‌ଜାର୍‌ଙ୍କ ପ୍ରକୃତ ନାଁ ? ପଢ଼ନ୍ତୁ, ତାଙ୍କ ସମ୍ପର୍କରେ ଏହି ୧୦ଟି ଅଜଣା କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଜାଣନ୍ତି କି, ପ୍ରସିଦ୍ଧ ଲେଖକ, ଗୀତିକାର ଓ  ନିର୍ଦ୍ଦେଶକ ଗୁଲ୍‌ଜାର୍‌ଙ୍କ ପ୍ରକୃତ ନାଁ ? ପଢ଼ନ୍ତୁ, ତାଙ୍କ ସମ୍ପର୍କରେ ଏହି ୧୦ଟି ଅଜଣା କଥା

ମୁମ୍ବାଇ: କଳ୍ପନା ଓ ଭାବନାର ବୈଚିତ୍ର୍ୟକୁ ଶବ୍ଦର ଯାଦୁରେ ସଜାଇ ଶରୀରରେ ଶିହରଣ ସୃଷ୍ଟି କରିପାରିବା ଭଳି ଅଭୂତପୂର୍ବ ସାମର୍ଥ୍ୟର ଅଧିକାରୀ ହେଉଛନ୍ତି ପ୍ରସିଦ୍ଧ ଲେଖକ, ଗୀତିକାର, ନିର୍ଦ୍ଦେଶକ ତଥା ଫିଲ୍ମ୍‌ ନିର୍ମାତା ଗୁଲ୍‌ଜାର୍‌ ।

ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟର ଏହି ପ୍ରଖ୍ୟାତ ବ୍ୟକ୍ତି ଏବେ ପାକିସ୍ତାନ୍‌ରେ ଥିବା ଝେଲମ୍‌ ଜିଲ୍ଲାର ଦୀନା ଗାଁରେ ଅଗଷ୍ଟ ୧୮,୧୯୩୪ ମସିହାରେ ଜନ୍ମ ହୋଇଥିଲେ ।

ତେବେ ଗୁଲ୍‌ଜାର୍‌ଙ୍କ ପ୍ରକୃତ ନାଁ ହେଉଛି, ସମ୍ପୂର୍ଣ୍ଣ ସିଂହ କାଲ୍‌ରା।

gulzarଗ୍ୟାରେଜ୍‌ ମେକାନିକ୍‌ରୁ ଲୋକପ୍ରିୟ ଗୀତିକାର:

ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଗୁଲ୍‌ଜାର୍‌ ଜଣେ ଗ୍ୟାରେଜ୍‌ ମେକାନିକ୍‌ ଥିଲେ। ପିଲାଦିନୁ ତାଙ୍କର ଲେଖାଲେଖି ପ୍ରତି ଖୁବ୍ ଆଗ୍ରହ ଥିଲା ଏବଂ ବଡ଼ ହେଲେ ସେ ଜଣେ ଗୀତିକାର ହେବାର ସ୍ୱପ୍ନ ଦେଖିଥିଲେ। ବହୁ ସଂଘର୍ଷ ପରେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଥିଲା ଏବଂ ଏବେ ଇଣ୍ଡଷ୍ଟ୍ରିର ସେ ଜଣେ ଖୁବ୍ ଲୋକପ୍ରିୟ ବ୍ୟକ୍ତିତ୍ୱ।

ଏହି ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ ଜନ୍ମଦିନ ଅବସରରେ ଆସନ୍ତୁ, ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।

– ଗୁଲ୍‌ଜାର୍‌ ୨୦ଥର ‘ଫିଲ୍ମ୍‌ ଫେୟାର୍‌’ ଏବଂ ୫ଥର ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି ।

– ୨୦୧୦ରେ ତାଙ୍କୁ ‘ସ୍ଲମ୍‌ ଡଗ୍‌ ମିଲେନିୟର୍‌’ ଫିଲ୍ମର ଗୀତ ‘ଜୟ ହୋ’ ପାଇଁ ‘ଗ୍ରାମୀ ଆୱାର୍ଡ’ ମିଳିଥିଲା।

– ୨୦୧୩ରେ ତାଙ୍କୁ ‘ଦାଦା ସାହେବ ଫାଲ୍‌କେ’ ସମ୍ମାନ ମିଳିଥିଲା।

-ଗୁଲ୍‌ଜାର ସବୁବେଳେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧନ୍ତି। କଲେଜ୍‌ରେ ପଢିବା ଦିନରୁ ହିଁ ସେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧି ଆସୁଛନ୍ତି।

– ପ୍ରଥମେ ସେ ପ୍ରସିଦ୍ଧ ଫିଲ୍ମ୍‌ ନିର୍ଦ୍ଦେଶକ ବିମଲ୍‌ ରୟଙ୍କ ସହ ଆସିଷ୍ଟାଣ୍ଟ୍‌ ଭାବେ କାମ କରୁଥିଲେ। ତେବେ ଏସ୍‌.ଡି ବର୍ମନଙ୍କ ‘ବିନ୍ଦିନୀ’ ଫିଲ୍ମରୁ ହିଁ ସେ ଗୀତିକାର ଭାବେ କାମ ଆରମ୍ଭ କରିଥିଲେ।

-ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ମେରେ ଆପ୍‌ନେ(୧୯୭୧)’। ଏହା ବେଙ୍ଗଲୀ ଫିଲ୍ମ ‘ଆପ୍‌ନା ଜନ୍‌’ର ରିମେକ୍‌।

– ତାଙ୍କ ପ୍ରଯୋଜିତ ଫିଲ୍ମ ‘ହୁ ତୁ ତୁ’ ଫ୍ଲପ୍‌ ହେବା ପରେ ସେ ଫିଲ୍ମ ନିର୍ମାଣ ବନ୍ଦ କରିଦେଲେ। ଏହା ପରେ ସେ ସାୟରୀ ଏବଂ କାହାଣୀ ଲେଖିବାରେ ଅଧିକ ଧ୍ୟାନ ଦେଲେ।

– ଗୁଲଜାର୍‌ଙ୍କୁ ଟେନିସ୍‌ ଖେଳିବାକୁ ଭଲ ଲାଗେ।

-ଗୁଲ୍‌ଜାର୍‌ଙ୍କ ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି, ‘କୋଶିଶ(୧୯୭୨)’, ‘ଆନ୍ଧି(୧୯୭୫)’, ‘ମିରା’, ‘ଲେକିନ୍’, ‘କିତାୱ(୧୯୭୭)’, ଏବଂ ‘ଇଜାଜତ୍‌(୧୯୮୭)’ ପ୍ରମୁଖ।



from Odisha Reporter https://ift.tt/2MTeKxU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages