ବିମାନରେ ଇଲିଶି ଚାଲାଣ ଉଦ୍ୟମ କରି ଫସିଗଲେ ପାଇଲଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ବିମାନରେ ଇଲିଶି ଚାଲାଣ ଉଦ୍ୟମ କରି ଫସିଗଲେ ପାଇଲଟ୍‌

କୋଲକତା: ଫସିଗଲେ ପାଇଲଟ୍‌। ବିମାନରେ ଇଲିଶି ମାଛର ଚୋରାଚାଲାଣ ଉଦ୍ୟମ କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଏୟାର ଇଣ୍ଡିଆର ଜଣେ ପାଇଲଟ ବିମାନରେ ଇଲିଶି ଚୋରାଲାଣ ଉଦ୍ୟମ କରୁଥିବା ବେଳେ ଢାକା ବିମାନବନ୍ଦରର ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଯାଇଛନ୍ତି। ଢାକାରୁ କୋଲକତା ଆସୁଥିବା ଏୟାର ଇଣ୍ଡିଆରେ ବେଆଇନ୍‌ ଭାବେ ଇଲିଶି ଲୋଡ୍ ହୋଇଥିବାରୁ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଥିଲା।

ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ପାଇଲଟ୍‌ଙ୍କୁ ଏନେଇ ସ୍ପଷ୍ଟୀକରଣ ମଗାଯାଇଛି। ଅଗଷ୍ଟ ୮ ତାରିଖରେ ବିମାନଟି କୋଲକାତାରେ ନିର୍ଦ୍ଧାରିତ ସମୟଠାରୁ ଘଣ୍ଟାଏ ବିଳମ୍ବରେ ପହଞ୍ଚି ଥିଲା।

ଅଭିଯୋଗ ଅନୁଯାୟୀ, ଏ-୩୧୯ ଏୟାର ଇଣ୍ଡିଆ ବିମାନ ସକାଳ ୯ଟାରେ ଉଡ଼ାଣ ଆରମ୍ଭ କରିବାର ଥିଲା। ବିମାନରେ ୫୪ ଜଣ ଯାତ୍ରୀ ଥିଲେ। ତେବେ ଢାକା ବିମାନବନ୍ଦରରେ ସୁରକ୍ଷାକର୍ମୀ ଯାଞ୍ଚ କରୁଥିବା ବେଳେ ବିମାନରେ କୌଣସି ଏକ ବଡ଼ ପ୍ୟାକେଟକୁ ନେଇ ସେମାନଙ୍କର ସନ୍ଦେହ ଜାତ ହୋଇଥିଲା। ତଦନ୍ତ ବେଳେ ଏହି ପ୍ୟାକେଟ୍‌ଟି ଉକ୍ତ ବିମାନର ପାଇଲଟ୍‌ ହିଁ ଲୋଡ୍ବ କରିଥିବା ଜଣାପଡ଼ିଥିଲା।

ସେଠାକାର ସୁରକ୍ଷାକର୍ମୀ ଏନେଇ ଖୋଳତାଡ଼ କରିବାରୁ ପ୍ୟାକେଟରେ ଖାଦ୍ୟ ସାମଗ୍ରୀ ଥିବା ପାଇଲଟ୍‌ କହିଥିଲେ। ହେଲେ ପ୍ୟାକେଟ୍ ଖୋଲିବାକୁ କହିବାରୁ ସେ ରାଜି ହୋଇ ନଥିଲେ। ଏହାକୁ ନେଇ ସମ୍ପୃକ୍ତ ପାଇଲଟ୍‌ ଓ ଢାକା ସୁରକ୍ଷାକର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା।

ବ୍ୟାଗ୍‌ ଖୋଲି ଦେଖିଲା ବେଳକୁ ସେଥିରେ ୨.୫ କେଜିର ଇଲିଶି ମାଛ ଥିଲା।  ଢାକା ସୁରକ୍ଷାକର୍ମୀଙ୍କ  କହିବା ଅନୁଯାୟୀ ଭାରତୀୟ ନିୟମ ଅନୁଯାୟୀ, ବିମାନରେ  ବିନା ଲାଇସେନ୍ସରେ କୌଣସି ଦେଶରୁ କିଛି କଞ୍ଚାମାଲ, ଫଳ, ପନିପରିବା ଏବଂ ମାଛ ଆଦି ଚାଲାଣ ହୋଇପାରିବନାହିଁ।

ସେହିପରି ବେଆଇନ୍‌ ଇଲିଶି ଚାଲାଣ ଉପରେ ବାଂଲାଦେଶ ସରକାର କଟକଣା ଲାଗୁ କରିଛନ୍ତି। ଏନେଇ ଢାକା ପୁଲିସ ପକ୍ଷରୁ ସମ୍ପୃକ୍ତ ପାଇଲଟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପରେ ପାଇଲଟ୍‌ଙ୍କୁ ଛାଡ଼ିଦିଆଯାଇଥିଲା। ଏହି କାରଣରୁ ବିମାନ ଉଡ଼ାଣରେ ଘଣ୍ଟାଏ ବିଳମ୍ବ ହୋଇଥିବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ବାଂଲାଦେଶୀ ଇଲିଶି ବିଶ୍ଵ ବଜାରରେ ଖୁବ୍‌ ମହଙ୍ଗା।



from Odisha Reporter https://ift.tt/2nTXNZz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages