ଏବେ ଚର୍ଚ୍ଚାରେ ‘ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି’ ଆଉ ‘ଡନହିଲ୍‌ ସିଗାରେଟ, କାହିଁକି ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଏବେ ଚର୍ଚ୍ଚାରେ ‘ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି’ ଆଉ ‘ଡନହିଲ୍‌ ସିଗାରେଟ, କାହିଁକି ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉଟ୍‌ଲୁକ୍‌ର ସମ୍ପାଦକ ରୁବେନ୍ ବାନାର୍ଜୀଙ୍କ ନିଖିତ “ନବୀନ ପଟ୍ଟନାୟକ” ପୁସ୍ତକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନର କେତେକ କଥା ଉପରେ ଆଲୋକପାତ କରିଛନ୍ତି ରୁବେନ। ଯାହାକୁ ନେଇ ବିତର୍କ ମଧ୍ୟ ଆରମ୍ଭ ହେଲାଣି। ଜଣେ ପଦସ୍ଥ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ଆଧାର କରି ଏଭଳି ପୁସ୍ତକ ପ୍ରକାଶନ କେତେଦୂର ଯଥାର୍ଥ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ପୁସ୍ତକରେ ନବୀନଙ୍କ ପ୍ରିୟ ପାନୀୟ ଓ ସିଗାରେଟ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ରୁବେନ୍‌। ପଟ୍ଟନାୟକ ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି ଓ ଡନହିଲ୍‌ ସିଗାରେଟ୍‌କୁ ଖୁବ୍‌ ଭଲ ପାଆନ୍ତି ବୋଲି ଏଥିରେ ଲେଖାଯାଇଛି।

ଆପଣ ଜାଣନ୍ତି କି, କ’ଣ ଏହି ଦୁଇ ଦ୍ରବ୍ୟ ଯାହା ସମ୍ପର୍କରେ ରୁବେନ୍‌ ଉଲ୍ଲେଖ କରିଛନ୍ତି ତାହା କ’ଣ ଓ କାହିଁକି ଏତେ ପ୍ରସିଦ୍ଧ ? ତା ହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି

ସ୍କଟଲ୍ୟାଣ୍ଡର ପ୍ରସିଦ୍ଧ ମଦ ବ୍ୟବସାୟୀ ମ୍ୟାଥ୍ୟୁ ଗ୍ଲୋଗ୍‌ଙ୍କ ଦ୍ୱାରା ଗ୍ରାଉଜ୍‌ ବ୍ରାଣ୍ଡ ମଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଯାହାର ଗୋଟିଏ ଉତ୍ପାଦ ହେଉଛି ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି।  ଯାହାକୁ ରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ରାଜକୀୟ ମଦ୍ୟ ଭାବେ ଗୃହୀତ କରାଯାଇଛି। ଏହି  ମଦ୍ୟ କମ୍ପାନୀ ପଛରେ ଏକ ରୋଚକ ଇତିହାସ ରହିଛି।

ସ୍କଟଲ୍ୟାଣ୍ଡର ପର୍ଥ ଅଞ୍ଚଳରେ ମଦ ବ୍ୟବସାୟ ଆରମ୍ଭ କରିଥିଲେ ମ୍ୟାଥ୍ୟୁ ଗ୍ଲୋଜ୍‌। ସେ ବିଭିନ୍ନ ସ୍ଥାନରୁ ମଦ ଆଣି ପର୍ଥ ସହରର ଛୋଟ ଛୋଟ ବ୍ୟବସାୟୀଙ୍କୁ ବିତରଣ କରୁଥିଲେ। ୧୮୪୨ ମସିହାରେ ତାଙ୍କ ପ୍ରସିଦ୍ଧି ଏତେ ପରିବ୍ୟାପ୍ତ ହୋଇଥିଲା ଯେ, ଏହି ସମୟରେ ରାଣୀ ଭିକ୍ଟୋରିଆରଙ୍କ ପର୍ଥ ଆଗମନ ସମୟରେ ଅତିଥି ଓ ଅଭ୍ୟାଗତମାନଙ୍କୁ ମଦ୍ୟ ପରଷିବା ପାଇଁ ମ୍ୟାଥ୍ୟୁଙ୍କୁ ହିଁ ନିମନ୍ତ୍ରଣ ମିଳିଥିଲା।

ସେବେଠାରୁ ୧୮୬୦ ପର୍ଯ୍ୟନ୍ତ ନିଜସ୍ୱ ଶୈଳୀରେ ମଦ୍ୟ ବିକ୍ରୟ କରୁଥିଲେ ମ୍ୟାଥ୍ୟୁ। ତାଙ୍କ ପରେ ତାଙ୍କ ପୁଅ ୟୁଲିୟମ୍‌ ଗ୍ଲୋଗ୍‌ ଏବଂ ତାଙ୍କ ପରେ ପୁତୁରା  ମ୍ୟାଥ୍ୟୁ ଗ୍ଲୋଗ୍‌ ଏହି ପାରିବାରିକ ବ୍ୟବସାୟରେ ନିଜକୁ ସାମିଲ କରନ୍ତି।

୧୮୯୬ରେ ସେ ଗ୍ଲୋଗ୍‌ ନିଜସ୍ୱ ଶୈଳୀରେ ପ୍ରସ୍ତୁତ ଏକ ହ୍ୱିସ୍କି ମାର୍କେଟକୁ ଛାଡନ୍ତି । ଯାହାର ନାଁ ରଖାଯାଏ ଫେମସ୍‌- ଗ୍ରାଉଜ୍‌(Grouse)। ଦୀର୍ଘଦିନ ଧରି ଏହି ନାମରେ ବ୍ୟବସାୟ ଚାଲିବା ପରେ ୧୯୦୫ ମସିହାରେ ଗ୍ଲୋଗ୍‌ଙ୍କ କନ୍ୟା ଏହାର ଲୋଗୋ ପ୍ରସ୍ତୁତ କରନ୍ତି। ଏହା ପରେ ନିରବଛିନ୍ନ ଭାବେ ଗାଉଜ୍‌ ହ୍ୱିସ୍କି ପ୍ରସ୍ତୁତ ହୁଏ। ୧୯୮୪ରେ ଏହାକୁ ରାଜକୀୟ ମର୍ଯ୍ୟାଦା ପ୍ରାପ୍ତ ହୋଇଯିବା ପରେ ଏହାର ମୂଲ୍ୟ ଅକାଶ ଛୁଆଁ ହୋଇପଡ଼େ। ବିଶ୍ୱର ଏକ ଦାମୀ ଓ ପ୍ରଖ୍ୟାତ ବ୍ରାଣ୍ଡ୍‌ର ଏହି ମଦ୍ୟ ଭାରତରେ ଅଳ୍ପ ପରିମାଣରେ ବିକ୍ରି  ହୋଇଥାଏ।

 

ଡନହିଲ୍‌ ସିଗାରେଟ୍‌

୧୯୭୦ ମସିହାରେ ଆମେରିକାର ତମାଖୁ ବିକ୍ରେତା ଆଲଫ୍ରେଡ୍‌ ଡନ୍‌ହିଲ୍‌ ଡ୍ୟୁକ୍‌ ଷ୍ଟ୍ରିଟ୍‌ ଅଞ୍ଚଳରେ ଏକ ଛୋଟ ଦୋକାନରେ ଆରମ୍ଭ କରିଥିଲେ ତମାଖୁ ଓ ସିଗାରେଟ୍‌ ଦୋକାନ। ନିଜ ଦୋକାନରେ ଲୋକମାନଙ୍କୁ ଧୂମପାନ ସେବା ଯୋଗାଇ ଦେଉଥିଲେ ଡନ୍‌ହିଲ୍‌। ୧୯୦୮ରେ ସେ “ଆବସର୍ବଲ” ନାମକ ଏକ ସିଗାରେଟ୍‌ ମାର୍କେଟକୁ ଛାଡ଼ନ୍ତି। ଯାହାକି ସ୍ୱାସ୍ଥ୍ୟ ଅନୁକୂଳ ଥିଲା। ସାରା ପୃଥିବୀରେ ଧୂମପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ଲୋଗାନ୍‌ ଦିଆଯାଉଥିବା ବେଳେ ପ୍ରଥମ ଥର ଏହି ସିଗାରେଟ୍‌ ସପକ୍ଷରେ “Hygienic Cigarette” ସ୍ଲୋଗାନ ଦିଆଗଲା। ଏଭଳି ଏକ ପଦକ୍ଷେପ ଲାଗି ୧୯୨୭ରୁ ୧୯୯୫ ପର୍ଯ୍ୟନ୍ତ ଏହାକୁ ରାଜକୀୟ ମର୍ଯ୍ୟାଦା ମଧ୍ୟ ପ୍ରଦାନ କରାଯାଇଥିଲା । ଡନ୍‌ହିଲ ବିଶ୍ୱର ସବୁଠାରୁ ଦାମୀ ୫ ସିଗାରେଟ୍‌ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ।



from OdishaReporter https://ift.tt/2LVTQSy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages