କରୁଣାନିଧିଙ୍କ ଅବସ୍ଥା ସଙ୍କଟାପନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

କରୁଣାନିଧିଙ୍କ ଅବସ୍ଥା ସଙ୍କଟାପନ୍ନ

ଚେନ୍ନାଇ: ଦୀର୍ଘ ଦିନ ହେଲା ଅସୁସ୍ଥତା କାରଣରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା  ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ନେତା ଏମ୍‌ କରୁଣାନିଧିଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ। ଗତ କିଛି ଦିନ ଧରି କରୁଣାନିଧିଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଏବେ ପୁଣି ବିଗିଡ଼ିବା ଆରମ୍ଭ ହୋଇଛି।

ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ ହୋଇଯାଇଥିବା ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାବେରୀ ହସ୍ପିଟାଲ୍‌ ପକ୍ଷରୁ ଆଜି ସୂଚନା ଦିଆଯାଇଛି।  ଏହି ଖବର ପାଇ ତାଙ୍କ ଝିଅ କାନିମୋଝି ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି।

କରୁଣାନିଧିଙ୍କ ଶହଶହ ସମର୍ଥକ ପୂର୍ବଭଳି ହସ୍ପିଟାଲ୍‌ ବାହାରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଜାରି ରଖିଛନ୍ତି।

ଜୁଲାଇ ୨୮ରେ କରୁଣାନିଧିଙ୍କୁ ଭୀଷଣ ଜ୍ୱର ହେବାରୁ ତାଙ୍କୁ କାବେରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେବେଠାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।  ଅନେକ ରାଜନେତା ହସ୍ପିଟାଲ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝଛନ୍ତି।



from OdishaReporter https://ift.tt/2ncfBhY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages