ସମବାୟ ବ୍ୟାଙ୍କରେ ବେଆଇନ୍‌ ଭାବେ ନିଯୁକ୍ତି ପାଇବେ ଆଇଏଏସ୍‌ ଅଫିସର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ସମବାୟ ବ୍ୟାଙ୍କରେ ବେଆଇନ୍‌ ଭାବେ ନିଯୁକ୍ତି ପାଇବେ ଆଇଏଏସ୍‌ ଅଫିସର !

ଭୁବନେଶ୍ୱର : ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପଦବୀରେ ଜଣେ ଆଇଏଏସଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯିବାକୁ ନେଇ ଚର୍ଚ୍ଚା।

ବୈଦ୍ୟନାଥନ୍ କମିଟି ସୁପାରିସ୍ ଆଧାରରେ ନାବାର୍ଡଠୁ ଅର୍ଥ ପାଣ୍ଠି ହାସଲ ନିମନ୍ତେ କେନ୍ଦ୍ର ସରକାର, ନାବାର୍ଡ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଏମ୍ଓୟୁ ହୋଇଥିଲା। ସେଥିରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରିବେ ନାହିଁ ଓ ଆଇଏଏସ୍ କିମ୍ବା ଓଏଏସଙ୍କୁ ନିଯୁକ୍ତି ନ ଦେବାକୁ ସରକାର ସମ୍ମତି ଜଣାଇ ସେହି ଅନୁରୂପ ରାଜ୍ୟ ସମବାୟ ଆଇନରେ ମଧ୍ୟ ସଂଶୋଧନ କରିଥିଲେ।

କିନ୍ତୁ ରାଜ୍ୟ ସରକାର ଏବେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ର ଏମଡି ଭାବେ ଆଇଏଏସ୍ ଅଫିସର୍ ଏସ୍ଏନ୍ ଗିରିଶଙ୍କୁ ନିଯୁକ୍ତି ଦେବା ପରେ ଏହାପଛରେ ରହିଥିବା ବିଭିନ୍ନ କାରଣକୁ ନେଇ ଏବେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସମବାୟ ବ୍ୟାଙ୍କର ଏମଡି ପଦବୀ ପୂରଣ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞାପନ ଦେଇଥିଲେ। ସାକ୍ଷାତକାର ପ୍ରକ୍ରିୟା ପରେ ଦେନା ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଏହି ପଦ ନିମନ୍ତେ ଚୟନ କରାଯାଇଥିଲା।

ମୁଖ୍ୟ ସଚିବଙ୍କ ଅନୁମୋଦନରେ ଫାଇଲ୍ ସମବାୟ ମନ୍ତ୍ରୀଙ୍କ ଅଫିସ୍ ବାଟ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। କିନ୍ତୁ ଯାହାଙ୍କୁ ଏହି ପଦ ପାଇଁ ଚୟନ କରାଯାଇଥିଲା, ସିଏ କୁଆଡ଼େ ଉପକୂଳ ଓଡ଼ିଶାର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ। ଆଉ ତାଙ୍କ ପିତାଙ୍କର ବିଜେଡିରୁ ଇସ୍ତଫା ଦେଇଥିବା ଜଣେ ସାଂସଦଙ୍କ ସହ ସମ୍ପର୍କ ରହିଛି ବୋଲି କିଛି ତୋଷାମଦକାରୀ ନେତାଙ୍କ କଥାରେ କୁଆଡ଼େ ସେହି ସାକ୍ଷାତକାର ପ୍ରକ୍ରିୟାକୁ ତୃତୀୟ ମହଲା ସମ୍ପୂର୍ଣ୍ଣ ଅଣଦେଖା କରିଥିଲା। ଆଉ ଏମ୍ଓୟୁକୁ ଉଲ୍ଲଘଂନ କରି ଏମଡି ପଦରେ ଜଣେ ଆଇଏଏସଙ୍କୁ ଅବସ୍ଥାପିତ କରିଛନ୍ତି।

ଚର୍ଚ୍ଚା ହେଉଛି, ଏବେ ବ୍ୟାଙ୍କର ପାଣ୍ଠିକୁ ଲୁଟିବା ପାଇଁ କୁଆଡ଼େ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମାଇକ୍ରୋ ଏଟିଏମ୍ ଯୋଗାଣକାରୀ ସଂସ୍ଥାର ବକେୟା ବିଲକୁ ମଞ୍ଜୁର କରି ତା’ଠୁ ପିସି ନେବାକୁ ଜଣେ ମନ୍ତ୍ରୀ ଚାହିଁ ବସିଥିବାବେଳେ ବ୍ୟାଙ୍କ ସହ ଜଡ଼ିତ ଜଣେ ରାଜନେତା କୁଆଡ଼େ ପିଅନ ଓ ଜୁନିୟର ମ୍ୟାନେଜର ନିଯୁକ୍ତି ଦେଇ କୋଟି କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି ବୋଲି ଚର୍ଚ୍ଚା।



from OdishaReporter https://ift.tt/2MnXz7B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages