ଆସୁଛି ନିର୍ବାଚନ: ଘର ସଜାଡ଼ିବାକୁ ଏମିତି ସବୁ ଉପାୟ ପାଞ୍ଚିଛି ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଆସୁଛି ନିର୍ବାଚନ: ଘର ସଜାଡ଼ିବାକୁ ଏମିତି ସବୁ ଉପାୟ ପାଞ୍ଚିଛି ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ତା’ର ବିଭିନ୍ନ ଛାମୁଆ ସଂଗଠନକୁ କ୍ରିୟାଶୀଳ କରିବାରେ ଲାଗିଛି। ଜୁଲାଇ ୨୭ରେ ବିଜୁ ଯୁବ ବାହିନୀ ବ୍ୟାନରରେ ଦଳର ଛାତ୍ର ଓ ଯୁବ ସଂଗଠନର ସମାବେଶ ଏବଂ ଅଗଷ୍ଟ ୯ ତାରିଖରେ ଆଦିବାସୀ ସାମ୍ମୁଖ୍ୟର ସମାବେଶ କରିଥିବା ବିଜେଡି ଆସନ୍ତା ୨୪ ତାରିଖରେ ମହିଳା ସଂଗଠନର ପଦାଧିକାରୀଙ୍କ ସମାବେଶର ଆୟୋଜନ କରୁଛି।

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ସମାବେଶରେ ପ୍ରତ୍ୟେକ ବ୍ଲକକୁ  ଅତିକମରେ ୫ ଜଣ ନେତ୍ରୀ (ଦଳୀୟ ପଦାଧିକାରୀ) ସାମିଲ ହେବେ। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରର ପ୍ରାୟ ଦେଢ଼ ହଜାର ଦଳୀୟ ମହିଳା ପଦାଧିକାରୀଙ୍କୁ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଛି।

ଆଗକୁ ନିର୍ବାଚନ ଥିବାବେଳେ ସୁପ୍ତ ପଡ଼ିଥିବା ମହିଳା ସଂଗଠନକୁ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଏଭଳି ସମାବେଶ କରାଯାଉଥିବା ଜଣାପଡ଼ିଛି।

ନିର୍ବାଚନ ପୂର୍ବରୁ ମହିଳା ସଂଗଠନକୁ ଅଧିକ ସକ୍ରିୟ କରିବା ତଥା ପଦାଧିକାରୀଙ୍କୁ ସାଂଗନିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଦଳର ମୁଖ୍ୟାଳୟରେ ଏହି କର୍ମଶାଳା ଆୟୋଜନ କରାଯାଉଛି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକ ଏହି କର୍ମଶାଳାକୁ ଉଦ୍‌ଘାଟନ କରିବେ।

ବିଜେପି ପକ୍ଷରୁ ଉଜ୍ୱଳା ଯୋଜନା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ପ୍ରଚାର ପ୍ରସାର କରାଇ ସାଧାରଣ ଲୋକଙ୍କୁ ଆକୃଷ୍ଟ କରାଯାଉଥିବା ବେଳେ ଦଳର ମହିଳା ସଂଗଠନ କିଭଳି ଏହାର ମୁକାବିଲା କରିବ, ସେଥିପାଇଁ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯିବ।

ଏହା ସହିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ସକ୍ରିୟ କରାଇବା ସହ ସେମାନଙ୍କର ସମସ୍ୟାକୁ ପ୍ରଶାସନ ନିକଟରେ ରଖିବା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ବିଶେଷକରି ସ୍ୱାସ୍ଥ୍ୟବୀମା ଓ ଖାଦ୍ୟ ଯୋଜନାର ଫାଇଦା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ଦଳର ନେତ୍ରୀମାନଙ୍କୁ  ପ୍ରଶିକ୍ଷଣ ଦିଆଯିବ।

ରାଜ୍ୟସ୍ତରୀୟ ସମ୍ମିଳନୀ ପରେ ଜିଲ୍ଲା ଓ ବ୍ଲକ ସ୍ତରରେ ଏଭଳି କର୍ମଶାଳା ଆୟୋଜନ କରି ଦଳ ମହିଳା ଭୋଟରଙ୍କ ନିକଟକୁ ଯିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ ବୃକ୍ଷରୋପଣ ନାଁରେ ଭୁବନେଶ୍ୱରରେ ବିଜୁ ଯୁବ ବାହିନୀର ସମାବେଶ କରି ବିଜେଡି ଯୁବ ଓ ଛାତ୍ର ଗୋଷ୍ଠୀକୁ ସକ୍ରିୟ କରିବାକୁ ଦଳ ଉଦ୍ୟମ କରିଛି। ତା’ପରେ ବିଶ୍ୱ ଆଦିବାସୀ ଦିବସରେ ଜନଜାତି ସମୁଦାୟର ରାଜ୍ୟସ୍ତରୀୟ ସମାବେଶ କରି ଆଦିବାସୀ ଭୋଟକୁ କରାୟତ୍ତ କରିବା ନିମନ୍ତେ ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛି।

ଏବେ ମହିଳା ସମାବେଶ ମାଧ୍ୟମରେ ଗାଁ ଗହଳିରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବ୍ଲୁ-ପ୍ରିଣ୍ଟର  ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଦଳର ବିଭିନ୍ନ ଛାମୁଆ ସଂଗଠନର ପଦାଧିକାରୀଙ୍କ ବୈଠକ ମାଧ୍ୟମରେ ସେମାନଙ୍କୁ ସକ୍ରିୟ କରାଇବା ପାଇଁ ଏଭଳି ସମାବେଶ ଓ କର୍ମଶାଳା ଆୟୋଜନ କରାଯାଊ ଥିବା କୁହାଯାଉଛି।



from Odisha Reporter https://ift.tt/2MVNQFN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages