ବାହାରିଲା କଂଗ୍ରେସର ପୁରୁଣା ରୋଗ: ନୂଆ ଟିମ୍‌କୁ ନେଇ ଚାପରେ ନିରଞ୍ଜନ, ପୁଣି ବଢ଼ିବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ବାହାରିଲା କଂଗ୍ରେସର ପୁରୁଣା ରୋଗ: ନୂଆ ଟିମ୍‌କୁ ନେଇ ଚାପରେ ନିରଞ୍ଜନ, ପୁଣି ବଢ଼ିବ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ମାସର କସରତ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଢ଼ିଥିବା କମିଟିକୁ ନେଇ ଏବେ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ନିର୍ବାଚନୀ ବର୍ଷରେ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ନିରଞ୍ଜନଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହୋଇଥିବାବେଳେ ଅନ୍ୟ ଗୋଷ୍ଠୀର ନେତାମାନଙ୍କୁ ଥଇଥାନ ନିମନ୍ତେ ସେ କମିଟିର କଳେବର ବୃଦ୍ଧି ନିମନ୍ତେ ଯୋଜନା କରୁଥିବା ଜଣାପଡ଼ିଛି।

ବିଶେଷକରି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଜନିତ ତିକ୍ତତାକୁ ପ୍ରଶମିତ କରିବା ପାଇଁ ସମ୍ପାଦକ ପଦବୀକୁ ୯୯ରୁ ୧୫୦କୁ ବୃଦ୍ଧି କରିବା ଉପରେ ବିଚାରବିମର୍ଶ ଚାଲିଥିବା ପିସିସି ସୂତ୍ରରୁ ସୂଚନା ମିଳିଛି।

ନିରଞ୍ଜନଙ୍କ ନୂଆ ଟିମକୁ ନେଇ ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ, ଶରତ ରାଉତ, ସଂଗ୍ରାମ ଜେନା (ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବକଂଗ୍ରେସ ସଭାପତି)ଙ୍କ ଭଳି ନେତାମାନେ ପ୍ରଶ୍ନ ଉଠାଇବା ପରେ ଅସନ୍ତୋଷକୁ ପ୍ରଶମିତ କରିବାକୁ ତାଳିପକା ଉଦ୍ୟମ ଆରମ୍ଭ ହୋଇଛି।

ପିସିସି କମିଟି ସହ ଦଳର କୋର କମିଟି, ନିର୍ବାଚନୀ କମିଟି, ଶୃଙ୍ଖଳା କମିଟି ଓ ପ୍ରଚାର କମିଟିର ଆକାରକୁ ବିଶାଳ କରାଯାଇଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ନେତାଙ୍କୁ ଏସବୁରୁ ଦୂରେଇ ରଖାଯାଇଥିବା ଜଣାପଡ଼ିଛି।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ନିର୍ବାଚନୀ ବର୍ଷରେ ଗୁରୁତ୍ୱ ବହନ କରୁଥିବା ପ୍ରଦେଶ ନିର୍ବାଚନ କମିଟିରେ ଜୟଦେବ ଜେନା, ଶରତ ରାଉତ, ଶ୍ରୀକାନ୍ତ ଜେନା , ଚିନ୍ମୟ ଦାସ, ସୁରେଶ ରାଉତରାୟଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ସାମିଲ କରାଯାଇନାହିଁ ।

ସେହିପରି ଦଳର ଶୃଙ୍ଖଳା କମିଟିକୁ ପିସିସି ସଭାପତି ପରୋକ୍ଷରେ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ନିରଞ୍ଜନ କେବଳ ନିଜର ସମସ୍ତ ସମର୍ଥକଙ୍କୁ ସେଥିରେ ସାମିଲ କରିଛନ୍ତି ବୋଲି ଅଭିଯୋଗ ଉଠିଛି। ହେମାନନ୍ଦ ବିଶ୍ୱାଳଙ୍କୁ ଛାଡ଼ିଦେଲେ ବାକି ସମସ୍ତ ସଦସ୍ୟ ନିରଞ୍ଜନଙ୍କ ଅନୁଗତ ବୋଲି କୁହାଯାଉଛି। ନିର୍ବାଚନୀ ବର୍ଷରେ କୌଣସି ନେତା ସ୍ୱର ଉଠାଇଲେ ତାଙ୍କ ବିରୋଧରେ ଏହି କମିଟି ମାଧ୍ୟମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ବିକଳ୍ପକୁ ସେ ଉନ୍ମୁକ୍ତ ରଖିଥିବା ବିଶ୍ଵାସ କରାଯାଉଛି।

ନିରଞ୍ଜନଙ୍କ ଏହି ଟିମ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ପିସିସିର ପୂର୍ବତନ ସମ୍ପାଦକ ଚିନ୍ମୟ ଦାସ କହିଛନ୍ତି ଯେ, କମିଟିରେ ଅନେକ ଯୋଗ୍ୟ ନେତାଙ୍କୁ ବାଦ୍ ଦିଆଯାଇଛି। କମିଟିକୁ ନେଇ ଅସନ୍ତୋଷ ରହିଛି। ଏଥିପାଇଁ ଆସନ୍ତା ୨୦ ତାରିଖରେ ନେତାମାନେ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ଓ ପ୍ରତିବାଦ ସ୍ୱରୂପ ପିସିସି କାର୍ଯ୍ୟାଳୟରେ ଧାରଣାରେ ବସିବେ।

ସେହିପରି ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା କହିଛନ୍ତି ଯେ ପ୍ରସାଦ ହରିଚନ୍ଦନଙ୍କ ଟିମ୍ ବଡ଼ ହୋଇଯିବାରୁ ତା’ଉପରେ ବାର୍ତ୍ତମାନର ସଭାପତି ପ୍ରଶ୍ନ ଉଠାଇଥିଲେ। ବହୁ ଲୋକରେ ମୂଷା ମରେନି ବୋଲି କହିଥିବା ନିରଞ୍ଜନ ପଟ୍ଟନାୟକ ଏବେ ଏତେ ବଡ଼ କମିଟି କଲେ କେମିତି ବୋଲି ସେ ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ଯୋଗ୍ୟତା ଓ ସଂଗଠନ ଆଧାରରେ କମିଟି ସଦସ୍ୟ ଚୟନ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି।

ଅପରପକ୍ଷରେ ନିରଞ୍ଜନଙ୍କ ସମର୍ଥକ ଗୋଷ୍ଠୀର ନେତା ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, ‘ନିର୍ବାଚନୀ ବର୍ଷରେ ଏଭଳି ଏକ ବୃହତ୍ ଟିମର ଆବଶ୍ୟକତା ପଡ଼ିବା ସ୍ୱାଭାବିକ। ସବୁ ନେତାଙ୍କୁ ତ କମିଟିରେ ସାମିଲ କରିହେବ ନାହିଁ।’

ତେବେ ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି କମିଟିରେ ଆଉ କିଛି ସମ୍ପାଦକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ଚାଲିଛି । ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଜଣେ ଲେଖାଏ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯିବ। ଯାହାଫଳରେ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା କାର୍ଯ୍ୟକ୍ରମ ସହଜ ହୋଇପାରିବ। ଖୁବଶୀଘ୍ର ଏନେଇ କେନ୍ଦ୍ରୀୟ ନେତାଙ୍କ ଅନୁମୋଦନ ନିଆଯିବ।

ତେବେ ପିସିସି କମିଟିକୁ ନେଇ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ନିରଞ୍ଜନ ଏବେ ପ୍ରସାଦଙ୍କ ଟିମରେ ଥିବା କିଛି ନେତାଙ୍କ ସମେତ ଅନ୍ୟ ଦୁଇଟି ଗୋଷ୍ଠୀର ନେତାମାନଙ୍କୁ ସାମିଲ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2Bk1sZV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages