
ଲଣ୍ଡନ୍: ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ‘ବାଉନ୍ସ ବ୍ୟାକ୍’ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପାଇଁ ଏବେ ବର୍ଷା ବାଧକ ସାଜିଛି।
ଆଜିଠାରୁ ଲର୍ଡସ୍ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ଲଗାଣ ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ ଘଟିଛି। ଭାରତୀୟ ସମୟ ୩ଟାରେ ଟସ୍ ପଡ଼ିବାର ଥିଲା। କିନ୍ତୁ ଧାର୍ଯ୍ୟ ସମୟର ପ୍ରାୟ ଦେଢ଼ ଘଣ୍ଟା ବିତି ଯାଇଥିଲେ ହେଁ ଟସ୍ ପଡ଼ି ନାହିଁ। ଏବେ ବି ଲଣ୍ଡନ୍ରେ ଝିପ୍ଝିପ୍ ବର୍ଷା ଜାରି ରହିଛି। ଗ୍ରାଉଣ୍ଡ ଷ୍ଟାଫ୍ ଲର୍ଡସ୍ ପିଚ୍କୁ ଘୋଡ଼ାଇ ରଖିଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗକୁ ଆହୁରି ବର୍ଷା ହେବ। ଏହି ଖବର ମିଳିବା ପରେ ଷ୍ଟାଡିୟମ୍ରେ ଉପସ୍ଥିତ ଥିବା ଦର୍ଶକଙ୍କ ମନରେ ହତାଶା ଖେଳି ଯାଇଛି। ତଥାପି ସେମାନେ ଷ୍ଟାଡିୟମ୍ ନ ଛାଡ଼ି ମ୍ୟାଚ୍ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ଆଶା ରଖିଛନ୍ତି।
ପ୍ରଥମ ଟେଷ୍ଟ୍ରେ ଟିମ୍ ଇଣ୍ଡିଆ ମାତ୍ର ୩୧ରେ ପରାସ୍ତ ହୋଇଥିଲା। ଏହି ପରାଜୟ ଯୋଗୁ ଭ୍ରମଣକାରୀ ଦଳ ୫ଟିକିଆ ଟେଷ୍ଟ୍ ସିରିଜ୍ରେ ୧-୦ରେ ପଛରେ ରହିଛି।
ଲର୍ଡସ୍ରେ ଭାରତୀୟ ଦଳ ଦୁଇ ଜଣ ସ୍ପିନର୍ଙ୍କୁ ଖେଳାଇବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏବେ ବର୍ଷା ଲାଗି ରହିଥିବାରୁ ଏହି ରଣନୀତିରେ କିଛିଟା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
from OdishaReporter https://ift.tt/2vwEB8i


No comments:
Post a Comment