
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ ଦୁଃଖ ଥିଲେ ଅବା ଅତ୍ୟଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ ଆପଣଙ୍କ ଆଖିରେ ପାଣି ଆସିଯାଇଥାଏ। କୌଣସି କାରଣକୁ ନେଇ ହେଉ ପଛେ, ଜଣେ କାନ୍ଦୁଥିଲେ ଆଖପାଖରେ ଥିବା ଲୋକଙ୍କ ଆଖିରେ ବି ଜମିଯାଏ ଲୁହ। ଲୋକଟିର କାନ୍ଦ ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି କାନ୍ଦିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ ? ତେବେ ଆସନ୍ତୁ ଜାଣିବା, କାନ୍ଦିବା ଦ୍ୱାରା ଆମ ଶରୀରକୁ କି ପ୍ରକାର ଲାଭ ମିଳିଥାଏ।
ଝାଳ ଓ ପରିସ୍ରା ଜରିଆରେ ଶରୀରରୁ ଅଦରକାରୀ ତତ୍ତ୍ୱ ବାହାରି ଯାଇଥାଏ, ଏହା ଆମେ ଜାଣିଛନ୍ତି। ହେଲେ, ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି, କାନ୍ଦିବା ଦ୍ୱାରା ମଧ୍ୟ ଶରୀରରୁ ଅଦରକାରୀ ତତ୍ତ୍ୱ ବାହାରି ଯାଇଥାଏ।
ଚିନ୍ତାରୁ ମୁକ୍ତିଦିଏ
ସର୍ଭେ ରିପୋର୍ଟ ଅନୁସାରେ ଚିନ୍ତାରେ କାନ୍ଦିବା କିମ୍ବା ଆଖିରେ ସମସ୍ୟା ଥିଲେ ଲୁହ ବାହାରିବା ମଧ୍ୟରେ ପାର୍ଥକ୍ୟ ରହିଛି। ଯେତେବେଳେ ଆମେ କାନ୍ଦିଥାନ୍ତି, ଶରୀରରେ Adrenocorticotropic ଓ Lucine ନାମକ ଷ୍ଟ୍ରେସ୍ ହରମୋନ୍ ବାହାରିଥାଏ। ଏହା ଶରୀର ପାଇଁ ଲାଭଦାୟକ ଓ ଚିନ୍ତାରୁ ମୁକ୍ତି ଦେଇଥାଏ।
ମେମ୍ବ୍ରେନ୍କୁ ଶୁଖିବାକୁ ଦେଇ ନଥାଏ
ଲୁହ, ଆଖିର ମେମ୍ବ୍ରେନ୍କୁ ଶୁଖିବାକୁ ଦେଇ ନଥାଏ। ଏହା ଶୁଖି ଗଲେ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ଫଳରେ କମ ଦେଖାଯାଇଥାଏ। କାନ୍ଦିବା ଦ୍ୱାରା ମେମ୍ବ୍ରେନ୍ ଠିକ୍ ରହିଥାଏ ଓ ଆଖି ଖରାପ ହେବାର ଡର ନଥାଏ।
ସଂକ୍ରମଣରୁ ବଞ୍ଚାଇଥାଏ
ଲୁହରେ Lysozyme ନାମକ ତତ୍ତ୍ୱ ରହିଥାଏ। ଯାହା ବାହାରର ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଇନ୍ଫେକ୍ସନ୍ ବା ସଂକ୍ରମଣ ହୋଇ ନଥାଏ। ତେବେ କେବଳ କାନ୍ଦିବା ସମୟରେ ହିଁ Lysozyme ବାହାରିଥାଏ। ତେଣୁ କାନ୍ଦିବା ଆଖି ପାଇଁ ହିତକର ହୋଇଥାଏ।
କାନ୍ଦିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ଓ ମନ ସ୍ଥିର ରହିଥାଏ। କିଛି ଲୋକ ନିଜ ରାଗ ଓ ଚିନ୍ତାକୁ ମନରେ ଦବାଇ ରଖିଥାନ୍ତି, ଯାହା ଭବିଷ୍ୟତରେ ଭୟଙ୍କର ରୂପ ନେଇଥାଏ। ଯଦି ଭାବନାତ୍ମକ ଚିନ୍ତା ରହିଛି ଓ କାନ୍ଦିବାକୁ ମନ ହେଉଛି, ତେବେ ନିଶ୍ଚିତ କାନ୍ଦନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ।
ଅବସାଦ ଦୂର କରେ
ଅବସାଦରେ ଥିଲେ ଲୋକେ ବିଭିନ୍ନ ପ୍ରକାର ଔଷଧ ଖାଇଥାନ୍ତି, ଯୋଗ କରିଥାନ୍ତି। ହେଲେ ଯଦି ଏପରି ସମସ୍ୟାରେ ଅଛନ୍ତି, ତେବେ ମନେ ରଖନ୍ତୁ କାନ୍ଦିବା ହିଁ ସବୁଠାରୁ ଭଲ ଉପଚାର। ଯିଏ ବି ବନ୍ଧୁ ପରିଜନ ପାଖରେ ଅଛନ୍ତି, ତାଙ୍କ ଆଗରେ ମନଭରି କାନ୍ଦି ନିଅନ୍ତୁ। ଦେଖିବେ ମନ ହାଲକା ଲାଗିବ। ମନ ସ୍ଥିର ରହିଲେ, ଶରୀର ବି ସୁସ୍ଥ ରହିବ।
from OdishaReporter https://ift.tt/2P1AbOW
No comments:
Post a Comment