
ଇସ୍ଲାମାବାଦ: ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଆସନ୍ତା ବୁଧବାର ଦିନ ଲାହୋରଠାରେ ଏହି ଐତିହାସିକ ଆଲୋଚନା ହେବ।
ସିନ୍ଧୁ ନଦୀ ଜଳକୁ ନେଇ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ବିବାଦର ସମାଧାନ କରିବାକୁ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି।
ପାକିସ୍ତାନ ଗଣମାଧ୍ୟମ ଡନ୍ରେ ପ୍ରକାଶିତ ଖବର ଅନୁଯାୟୀ, ଭାରତର ସିନ୍ଧୁ ନଦୀ ଜଳ କମିଶନର୍ ପିକେ ସକ୍ସେନା ଆଲୋଚନା ପାଇଁ ସୋମବାର ବିଳମ୍ବିତ ରାତିରେ ଲାହୋରରେ ପହଞ୍ଚିବାର କାର୍ଯକ୍ରମ ରହିଛି। ସେ ଦୁଇ ଦିନ ଧରି ତାଙ୍କ ପାକିସ୍ତାନ ପ୍ରତିପକ୍ଷ ସୟିଦ ମେହର ଅଲ୍ଲୀ ଶାହାଙ୍କ ସହ ସିନ୍ଧୁ ନଦୀ ଜଳ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ।
ଶେଷଥର ପାଇଁ ଉଭୟ ଦେଶର ସ୍ଥାୟୀ ସିନ୍ଧୁ ନଦୀ ଜଳ କମିଶନର୍ ନୂଆଦିଲ୍ଲୀରେ ବୈଠକ କରିଥିଲେ। ଏହି ସମୟରେ ୧୯୬୦ ମସିହାରେ ସିନ୍ଧୁ ନଦୀ ଜଳକୁ ନେଇ ଉଭୟ ଦେଶ କରିଥିବା ଚୁକ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ତେବେ କ୍ରିକେଟର୍ରୁ ରାଜନେତା ପାଲଟିଥିବା ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ ଆଲୋଚନା କରିବାକୁ ରାଜି ହୋଇଛନ୍ତି।
from Odisha Reporter https://ift.tt/2P7a0FI
No comments:
Post a Comment