ଭାରତୀୟ ସେନାର ପାଲଟା ଜବାବ୍‌, ୨ ପାକ୍ ଯବାନ୍ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଭାରତୀୟ ସେନାର ପାଲଟା ଜବାବ୍‌, ୨ ପାକ୍ ଯବାନ୍ ନିହତ

army

ଶ୍ରୀନଗର: ଗୋଟିଏ ପଟେ ସ୍ୱାଧୀନତା ଦିବସ ପାଇଁ ପାକିସ୍ତାନ୍‌ ସେନାର ମିଷ୍ଟାନ୍ନ ବଣ୍ଟନ ତ ଆରପଟେ ଅନୁପ୍ରବେଶ ଉଦ୍ୟମ। ଅଗଷ୍ଟ ୧୪ ସ୍ୱାଧୀନତା ଦିବସ ପାଇଁ ପଞ୍ଜାବର ୱାଘା ସୀମାରେ ପାକିସ୍ତାନ୍ ଯବାନ ଭାରତୀୟ ସେନାକୁ ମିଠା ବାଣ୍ଟୁ ଥିବାବେଳେ ସେପଟେ କଶ୍ମୀରର ଟଙ୍ଗଧର ସେକ୍ଟର୍‌ରେ ଅନୁପ୍ରବେଶ ଉଦ୍ୟମ କରି ଗୁଳି ମାଡ଼ କରିଛନ୍ତି। ତେବେ ଟଙ୍ଗଧର ସେକ୍ଟର୍‌ରେ ପାକିସ୍ତାନୀ ଯବାନ୍‌ଙ୍କ ଏହି ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନ୍ ପଣ୍ଡ କରି ଦେଇଛନ୍ତି।

ଭାରତୀୟ ସେନାର ପାଲଟା ଗୁଳି ମାଡ଼ରେ ଦୁଇ ଜଣ ପାକ୍ ସୈନ୍ୟଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଜମ୍ମୁ କଶ୍ମୀରର ଟଙ୍ଗଧର ସେକ୍ଟର୍‌ରେ ପାକିସ୍ତାନ୍‌ ସେନାର କିଛି ଯବାନ ଭାରତୀୟ ସୀମା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ପ୍ରଥମେ ଏଥିପାଇଁ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ପୋଷ୍ଟ୍‌କୁ ଲକ୍ଷ୍ୟ କରି ଗୁଳିମାଡ଼ ହୋଇଥିଲା। ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା।

ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବା ପରେ ଦୁଇ ଜଣ ପାକିସ୍ତାନୀ ଯବାନ୍‌ଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର କୁପୱାଡ଼ା ଜିଲ୍ଲାର ଏହି ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ମଙ୍ଗଳବାର ଭାରତୀୟ ସେନା ଏହାର ପ୍ରତିଶୋଧ ନେଇଥିବା କୁହଯାଉଛି।



from OdishaReporter https://ift.tt/2OvJqpt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages