କ୍ରିକେଟରଙ୍କ ଟାଟୁ କରିବା ପଛର ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

କ୍ରିକେଟରଙ୍କ ଟାଟୁ କରିବା ପଛର ରହସ୍ୟ

ଏବେ ଯୁବପିଢ଼ୀଙ୍କ ମଧ୍ୟରେ ଟାଟୁ କ୍ରେଜ୍‌। ବିଭିନ୍ନ ଷ୍ଟାଇଲ୍‌ରେ ଟାଟୁ କରିବା ସଉକରେ ପରିଣତ ହୋଇଛି। ସାଧାରଣତଃ ସମସ୍ତଙ୍କର ଧାରଣା ଟାଟୁ କରିବା ଏକ ଫ୍ୟାସନ୍‌ ଓ ଷ୍ଟାଇଲ୍‌। ଏହା ଫ୍ୟାସନ୍‌ ସତ, ହେଲେ ଏହାର ପ୍ରଭାବ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ ଷ୍ଟାର୍‌ ଓ କ୍ରିକେଟର୍‌ମାନଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ। ଆମେମାନେ ଦେଖିଛେ, କେତେକ କ୍ରିକେଟର୍‌ରମାନେ ତାଙ୍କ ଶରୀରରେ  ଟାଟୁ କରିଥାନ୍ତି। ଏହି ଟାଟୁ କରିବା ପଛରେ କ’ଣ ରାଜ୍‌ ରହିଛି, ଆପଣଙ୍କ ମନରେ ବିଭିନ୍ନ ସମୟରେ ପ୍ରଶ୍ନ ଉଙ୍କି ମାରୁଥିବ। ତାହାହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ..

ବିରାଟ କୋହଲି: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି, ନିଜର ଆକର୍ଷଣୀୟ ବ୍ୟାଟିଂ ପାଇଁ ବେଶ୍‌ ଚର୍ଚ୍ଚାରେ। କ୍ରିକେଟ୍ ବ୍ୟତୀତ କୋହଲି ନିଜର ଫିଟ୍‌ନେସ୍‌ ଓ ଲୁକ୍‌ ଉପରେ ବେଶ୍‌ ଧ୍ୟାନ ଦିଅନ୍ତି। ଏହାସହ ନିଜ ଟାଟୁ ପାଇଁ ମଧ୍ୟ ବିରାଟ ଆକର୍ଷଣୀୟ। ବିରାଟ ତାଙ୍କ ଶରୀରର ୪ଟି ଜାଗାରେ ଟାଟୁ କରିଛନ୍ତି। ତାଙ୍କର ବାମ ବାହୁରେ ବୃଷ ରାଶିର ଟାଟୁ ରହିଛି। ଏହାସହ ମଣିବନ୍ଧରେ ଚୀନ ଲୋକଙ୍କ ବିଶ୍ୱାସର କରୁଥିବା ପ୍ରତୀକ(Chinese symbol of faith) ଟାଟୁ କରିଛନ୍ତି। ବିରାଟ ଡାହାଣ ହାତରେ ଜାପାନର ସମୁରାଇ ଯୋଦ୍ଧା ଖଣ୍ଡା ଉଠାଉଥିବା ଏକ ଟାଟୁ କରିଛନ୍ତି। ନକରାତ୍ମକ ଶକ୍ତିରୁ ରକ୍ଷା ପାଇବା ପାଇଁ ହାତରେ ‘ଓଁ’ର ଟାଟୁ କରିଛନ୍ତି।

ବିରାଟ୍‌ କରିଥିବା ସମସ୍ତ ଟାଟୁ ତାଙ୍କୁ ନକାରାତ୍ମ ଶକ୍ତିରୁ ରକ୍ଷା କରିଥାଏ ବୋଲି ସେ ବିଶ୍ୱାସ କରନ୍ତି।

ଲାସିଥ୍‌ ମାଲିଙ୍ଗା- ଶ୍ରୀଲଙ୍କାର ଲୋକପ୍ରିୟ କ୍ରିକେଟର ଲାସିଥ୍‌ ମାଲିଙ୍ଗା ନିଜର ଡାହାଣ ହାତରେ ଦୁଇଟି ତାରିଖ ଟାଟୁ କରିଛନ୍ତି। ଏହି ତାରିଖ ତାଙ୍କ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ତାରିଖଟି କ୍ରିକେଟ୍‌ରେ ଡେବ୍ୟୁ ପାଇଁ ହୋଇଥିବା ବେଳେ  ଅନ୍ୟଟି ୪ଟି ୱିକେଟ୍‌ ନେଇଥିବା ଦିନର ବୋଲି ଜଣାପଡ଼ିଛି। ଲାସିଥ୍‌ ନିଜ ଡାହାଣ ହାତରେ ନିଜର ସ୍ତ୍ରୀଙ୍କ ନାମ ଟାଟୁରେ ଲେଖିଛନ୍ତି। ଏହି ଟାଟୁ  ମାଧ୍ୟମରେ ସେ ତାଙ୍କ ସ୍ତ୍ରୀଙ୍କ ପ୍ରତି ଭଲ ପାଇବା ଜାହିର କରିଛନ୍ତି।

 ଶିଖର ଧୱନ: ଟିମ୍‌ ଇଣ୍ଡିଆର ଜଣାଶୁଣା କ୍ରିକେଟର ଧୱନ ନିଜ ବାମ କାନ୍ଧରେ ‘ଟକାରପ୍‌ ଡିମ୍‌’ ‘ ର ଏକ ଟାଟୁ କରିଛନ୍ତି। ଯାହାକି ଖୁସି ଓ ଶକ୍ତିର ପ୍ରତୀକ। ଧୱନ ପିଠିରେ ପକ୍ଷୀର ଟାଟୁ କରିଛନ୍ତି। ସେ ତାଙ୍କ ବାହୁରେ ସ୍ତ୍ରୀ ଆୟଷା ନାମରେ ଟାଟୁ କରିଛନ୍ତି।

 



from OdishaReporter https://ift.tt/2M5FoHw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages