ମହାଦେବଙ୍କ ଗଳାରେ ଫଣା ଟେକିଲା ନାଗ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ମହାଦେବଙ୍କ ଗଳାରେ ଫଣା ଟେକିଲା ନାଗ, ଦେଖନ୍ତୁ ଭିଡିଓ

କରିମନଗର(ତେଲେଙ୍ଗାନା): ଦେବ ଦେବ ମହାଦେବଙ୍କ ସହ ସାପର ସମ୍ପର୍କ ଖୁବ୍‌ ନିବିଡ଼। ମହାଦେବ ତାଙ୍କ ଗଳାରେ ନାଗସାପ ଧାରଣ କରିଥିବା ଆପଣ ମୂର୍ତ୍ତିରେ ଦେଖିଥିବେ। କିନ୍ତୁ କେବେ ଏହି ଭୋଳାବାବାଙ୍କ ବେକରେ ସତସତିକାନାଗସାପ ଗୁଡ଼ାଇ ହେବାର ଦେଖିଛନ୍ତି କି ?

ହଁ ଆଶ୍ଚର୍ଯ୍ୟ ହେଲା ଭଳି ଏମିତି ଏକ  ଅଜବ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ମହାଦେବଙ୍କ ବେକରେ ଏକ ନାଗ ସାପ ଗୁଡ଼ାଇ ହୋଇ ଫଣା ଟେକୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ଅଧିକରୁ ଅଧିକ ଶେୟାର ମଧ୍ୟ ହେଉଛି।

ଟାଇମ୍‌ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏହି ଦୃଶ୍ୟ ହେଉଛି  ତେଲେଙ୍ଗାନା କରିମ ନଗର ଅଞ୍ଚଳର। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଓ ଭକ୍ତିଭାବ ବଢିବା ସହ ଏହା ମହାଦେବ ଶଙ୍କରଙ୍କ ଅଲୌକିକ ଶକ୍ତି ବୋଲି କୁହାଯାଉଛି।  ତେବେ ଏକ ଏନ୍‌ଜିଓ ସାପଟିକୁ ସ୍ନେକ୍‌ ହେଲ୍‌ପଲାଇନ୍‌ ସଦସ୍ୟଙ୍କ ସହାୟତାରେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେଇ ଥିବା ଜଣାପଡ଼ିଛି। ଏହି ଭିଡିଓଟି ହ୍ୱାଟସ୍‌ ଆପ୍‌, ଟ୍ୱିଟର ଏବଂ ଫେସବୁକ୍‌ରେ ଜୋରଦାର ଶେୟାର ହେଉଛି।



from OdishaReporter https://ift.tt/2vbf4kK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages