
ଭୁବନେଶ୍ୱର (ଓଡିଶା ରିପୋର୍ଟର ): ଜଣେ ବିଜେଡି ନେତ୍ରୀଙ୍କ ପାଇଁ ସରକାରୀସ୍ତରରେ ଅହେତୁକ ଦରଦକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।
ଶୁଣିବାକୁ ମିଳୁଛି, ବିଜେଡିର ଜଣେ ଯୁବନେତ୍ରୀଙ୍କ ମାଲିକାନାରେ ଥିବା ଏକ ସଂସ୍ଥାକୁ ସହାୟତାର ହାତ ବଢ଼ାଇବା ପାଇଁ କୁଆଡ଼େ ଏବେ ତୃତୀୟ ମହଲା ତତ୍ପର ହୋଇପଡ଼ିଛି। କଟକ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀ ଓ ଜଣେ ସାଧାରଣ ସମ୍ପାଦକଙ୍କ ଅତ୍ୟନ୍ତ ଖାସ୍ ଭାବେ ଜଣାଶୁଣା ଏହି ନେତ୍ରୀ ଗତ କିଛିଦିନ ଧରି ଦଳର ବିଧାୟକ ପ୍ରାର୍ଥୀ ହେବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ଏବେ ତାଙ୍କୁ କୁଆଡ଼େ ନିୟମିତ ଭାବେ ତୃତୀୟ ମହଲାରେ ଦେଖିବାକୁ ମିଳୁଛି।
ସୋମବାର ସମ୍ପୃକ୍ତ ନେତ୍ରୀ କୁଆଡ଼େ ବେଶ୍ କିଛି ଘଣ୍ଟା ଧରି ତୃତୀୟ ମହଲାର ଜଣେ ଅତିରିକ୍ତ ସଚିବଙ୍କ ଚ୍ୟାମ୍ବରରେ ରହିଥିଲେ। ଚର୍ଚ୍ଚା ହେଉଛି, ବିଜେଡିର ଏକ ଜିଲ୍ଲା ସଭାପତି ତଥା ବର୍ତମାନର ଜଣେ ମନ୍ତ୍ରୀଙ୍କ ସୁପାରିସ ପତ୍ର ନେଇ ସେ କୁଆଡ଼େ ତୃତୀୟ ମହଲାର ଏହି ଅତିରିକ୍ତ ସଚିବଙ୍କୁ ଭେଟିଥିଲେ।
ସମ୍ପୃକ୍ତ ଅଫିସର୍ ଏବେ ସରକାରଙ୍କ ବିଭିନ୍ନ ପ୍ରଚାରପ୍ରସାର କାର୍ଯ୍ୟ ଦାୟିତ୍ୱରେ ଥିବାରୁ ନେତ୍ରୀଜଣକ କୁଆଡ଼େ ନିଜ ସଂସ୍ଥା ପାଇଁ ବହୁ କୋଟି ଟଙ୍କାର କାର୍ଯ୍ୟ ହାତେଇବାକୁ ଯାଇଥିଲେ। ପୂର୍ବରୁ ଅନ୍ୟ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପ୍ରଭାବିତ କରି ସେ କୋଟିକୋଟି ଟଙ୍କାର ସରକାରୀ କାର୍ଯ୍ୟ ନେଇଥିବାବେଳେ ଏବେ ନିଜ ଜିଲ୍ଲାର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମାଧ୍ୟମରେ କୁଆଡ଼େ ଅନୁରୂପ ପାଣ୍ଠି ହାସଲ କରିବାକୁ ଯୋଜନା କରିଛନ୍ତି।
ତୃତୀୟ ମହଲାର କିଛି ନିର୍ଦ୍ଦିଷ୍ଟ ଅଫିସର୍ଙ୍କ ସହ ଘନିଷ୍ଠତା ବଢ଼ାଇ ସେ କୁଆଡ଼େ ଏଭଳି କୋଟି କୋଟି ଟଙ୍କାର କାର୍ଯ୍ୟ ହାତେଇବାରେ ଲାଗିଛନ୍ତି। ଅବଶ୍ୟ ତାଙ୍କ ପାଇଁ କେବଳ ଜଣେ ମନ୍ତ୍ରୀ ନୁହଁନ୍ତି, ଯାଜପୁରର ଜଣେ ଦିବଂଗତ ପ୍ରଭାବଶାଳୀ ନେତାଙ୍କ ପୁଅ ( ପ୍ରଥମ ଥର ବିଧାୟକ ) ମଧ୍ୟ ତୃତୀୟ ମହଲାରେ ଯାଇ କୁଆଡ଼େ ଗୁହାରି କରୁଛନ୍ତି।
ତେବେ ଏହି ନେତ୍ରୀଙ୍କ ପାଇଁ ବିଜେଡି ନେତାମାନଙ୍କ ଏତେ ଦରଦକୁ ନେଇ ଏବେ ଦଳୀୟ ମହଲରେ ଚର୍ଚ୍ଚା।
from OdishaReporter https://ift.tt/2MfTBSk
No comments:
Post a Comment