ସ୍ୱାଧୀନତା ଦିବସରେ ଓଡ଼ିଶାରୁ ଏଇମାନେ ରାଷ୍ଟ୍ରପତି ପଦକ ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ସ୍ୱାଧୀନତା ଦିବସରେ ଓଡ଼ିଶାରୁ ଏଇମାନେ ରାଷ୍ଟ୍ରପତି ପଦକ ପାଇବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପୂର୍ବରୁ ଘୋଷଣା ହୋଇଛି ପୁଲିସ ପଦକ। ସାହସିକତା, ବିଶିଷ୍ଟ ଓ ଉଲ୍ଲେଖନୀୟ ସେବା ଲାଗି ୨୦୧୮ ମସିହାରେ ସାରା ଦେଶରେ ମୋଟ ୯୪୨ ଜଣଙ୍କୁ ଏହି ପଦକ ମିଳିବ। ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ପୁଲିସ ବିଭାଗର ବିଭିନ୍ନ ବିଭାଗ ଲାଗି ମୋଟ ୬୭୫ଟି ପଦକ ଘୋଷଣା ହୋଇଛି। ଏହାମଧ୍ୟରୁ ସାହସିକତା ପାଇଁ ୧୭୭ଟି ଓ ବିଶିଷ୍ଟ ସେବା ଲାଗି ୮୮ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ ମିଳିବ। ସେହିଭଳି ଉଲ୍ଳେଖନୀୟ ସେବା ବର୍ଗରେ ମୋଟ୍‌ ୧୭ ଜଣ ପୁଲିସ ଅଧିକାରୀ ସମ୍ମାନିତ ହେବେ।

ଓଡ଼ିଶାରୁ ମୋଟ ୨୯ ଜଣଙ୍କୁ ପୁଲିସ ମେଡାଲ ମିଳିବ। ଏହାମଧ୍ୟରୁ ଉଲେଖନୀୟ ସେବା ପାଇଁ ୪ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ସେମାନେ ହେଲେ SK ରଥ,  GR ମହାନ୍ତି, M ରାଧାକ୍ରିଷ୍ଣ ଓ RC ନାୟକ।

ସେହିପରି ‘ରାଷ୍ଟ୍ରପତି ସଂସ୍କାର ମୂଳକ ସେବା ପଦକ’  ପାଇବେ ସମ୍ୱଲପୁର ସର୍କଲ ଜେଲ୍‌ର ଜେଲର ସୌଭାଗ୍ୟ କୁମାର ବଳ ଓ ବ୍ରହ୍ମପୁର ସର୍କଲ୍‌ ଜେଲର ପ୍ରିଜନ ୱେଲ୍‌ଫେୟାର୍‌ ଅଫିସର ବିଜୟ ଚନ୍ଦ୍ର ରଥ।

ଉତ୍ତମ କାର୍ଯ୍ୟ ପାଇଁ ‘ସଂସ୍କାର ମୂଳକ ସେବା ପଦକ’ ପାଇବେ ବରଗଡ଼ ସବ୍‌ଜେଲ୍‌ର ୱାର୍ଡର ଅନିରୁଦ୍ଧ ବଢ଼େଇ ଓ ବ୍ରହ୍ମପୁର ସର୍କଲ ଜେଲର ଆସିଷ୍ଟାଣ୍ଡ୍‌ ଜେଲ୍‌ର ହନୁ ସେଠୀ।

ଓଡ଼ିଶାର ଲିଡିଂ ଫାୟାରମ୍ୟାନ୍‌ ଫନିନ୍ଦ୍ର ନାୟକଙ୍କୁ ‘ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯିବ। ଡେପୁଟି ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁ, ଷ୍ଟେସନ ଅଫିସର ପ୍ରତାପ କୁମାର ସିଂହ, ଷ୍ଟେସନ ଅଫିସର ଗୌରାଙ୍ଗ ଚରଣ ସିଂହ, ଷ୍ଟେସନ ଅଫିସର କ୍ଷୀରୋଦ କୁମାର ଶତପଥୀ, ଡ୍ରାଇଭର ହାବିଲଦାର ପୂର୍ଣ୍ଣଚନ୍ଦ୍ର ରାଉତଙ୍କୁ ଉତ୍ତମ ସେବା ପାଇଁ ‘ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯିବ।

ସେହିପରି ଓଡ଼ିଶାର ହୋମଗାର୍ଡ ସୁବାଷ ଚନ୍ଦ୍ର ସାହୁ, ହୋମଗାର୍ଡ ସୁଶାନ୍ତ କୁମାର ସାହୁ, ପ୍ଲାଟୁନ୍‌ କମାଣ୍ଡର ଦୋଳ ଗୋବିନ୍ଦ ମହାପାତ୍ର, ହୋମଗାର୍ଡ ପ୍ରଶାନ୍ତ କୁମାର ବେହେରାଙ୍କୁ ‘ରାଷ୍ଟ୍ରପତି ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ସେବା ପଦକ’ ପ୍ରଦାନ କରାଯିବ।



from OdishaReporter https://ift.tt/2KRTx5u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages