ଅକାମୀ ହୋଇଗଲା ଓଡ଼ିଶା ମାନବାଧିକାର କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଅକାମୀ ହୋଇଗଲା ଓଡ଼ିଶା ମାନବାଧିକାର କମିଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍ଆରସି) ଆଜିଠୁ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇପଡ଼ିଛି। ରାଜ୍ୟରେ ମାନବାଧିକାର ଉଲ୍ଲଘଂନ ମାମଲା ବଢ଼ି ଚାଲିଥିବାବେଳେ ଓଏଚ୍ଆରସିରେ ଅଧ୍ୟକ୍ଷ ଓ ସଦସ୍ୟ ପଦ ଖାଲି ପଡ଼ିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ରାଜ୍ୟରେ ଲୋକପାଳ ଓ ଲୋକାୟୁକ୍ତ ବ୍ୟବସ୍ଥାକୁ ଅକାମୀ କରିଦେବା ପରେ ଏବେ ମାନାବଧିକାର କମିଶନକୁ ମଧ୍ୟ ରାଜ୍ୟ ସରକାର ନିଷ୍କ୍ରିୟ କରିଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୩ ନଭେମ୍ବର ୧୮ ତାରିଖରୁ ମାନବାଧିକାର କମିଶନରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ବୀରକିଶୋର ମିଶ୍ର ଆଜି ଅବସର ନେଇଛନ୍ତି।

୨୦୧୩ ଅଗଷ୍ଟ ୧୪ ତାରିଖରେ କମିଶନରେ ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ ମିଶ୍ରଙ୍କୁ ସେହିବର୍ଷ ନଭେମ୍ବରରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରାଇଥିଲେ। ତେବେ ଆଜି ତାଙ୍କର ୫ବର୍ଷ କାର୍ଯ୍ୟକାଳ ପୂରଣ ହୋଇଥିବାରୁ ସେ ନିୟମ ଅନୁସାରେ ଅବସର ନେଇଛନ୍ତି।

ଅବଶ୍ୟ ପରବର୍ତ୍ତୀ ସମୟରେ ଅବସରପ୍ରାପ୍ତ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ୨୦୧୪ ଜୁଲାଇ ୪ରେ କମିଶନ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ସେ ବେଦାନ୍ତରେ ଯୋଗ ଦେବା ପାଇଁ ୨୦୧୫ ଏପ୍ରିଲ ୨୭ତାରିଖରେ କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସେବେଠୁ ଜଷ୍ଟିସ ମିଶ୍ର ଏକାକୀ ମାନବାଧିକାର କମିଶନ ଏହି ଦାୟିତ୍ୱ ତୁଲାଉଥିଲେ।

ଉଲ୍ଲେଖଯୋଗ୍ୟ ଯେ କୁନ୍ଦୁଲି ଗଣବଳାକ୍ରାର, ବମିଖାଲ ଫ୍ଲାଏଓଭର ଭୁଶୁଡ଼ିବା, ମାଓବାଦୀଙ୍କ ନାଁରେ ଗୁମୁଡୁମାହାରେ ନିରୀହ ଆଦିବାସୀଙ୍କୁ ହତ୍ୟା ଭଳି ଗୁରୁତର ମାନବାଧିକାର ଉଲ୍ଲଘଂନ ମାମଲାର ତଦନ୍ତ କରୁଥିବା ଓଡ଼ିଶା ମାନବାଧିକାର କମିଶନ ଆଜିଠୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ବେପରଵାୟ ରହିଛନ୍ତି।

ମାନବାଧିକାର କମିଶନ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ନିମନ୍ତେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଆଇନ ମନ୍ତ୍ରୀଙ୍କୁ ନେଇ ଗଠିତ ସର୍ଚ୍ଚ କମିଟିର ଏପର୍ଯ୍ୟନ୍ତ ବୈଠକ ବସିନି। କିମ୍ବା ଏହି ବୈଠକ ନିମନ୍ତେ କୌଣସି ଆଗ୍ରହ ମଧ୍ୟ ସରକାରୀସ୍ତରରେ ପ୍ରକାଶ ପାଇନି।

କମିଶନଙ୍କ ନିକଟରେ ଏବେ ପ୍ରାୟ ୧୦ହଜାରରୁ ଊଦ୍ଧ୍ୱର୍ ମାମଲା ପଡ଼ି ରହିଥିବା ଜଣାପଡ଼ିଛି।



from OdishaReporter https://ift.tt/2Bb5iof

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages