ବିଜେପି-ବିଜେଡି ପରେ ଏବେ ବୁଥ୍ ଉପରେ କଂଗ୍ରେସର ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ବିଜେପି-ବିଜେଡି ପରେ ଏବେ ବୁଥ୍ ଉପରେ କଂଗ୍ରେସର ନଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଓ ବିଜେଡି ପରେ ଏବେ କଂଗ୍ରେସ ବୁଥ୍ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ କରୁଛି। ଏଥିପାଇଁ ଦଳ ପକ୍ଷରୁ ଆସନ୍ତାକାଲି ପାଇଲଟ୍ ପ୍ରୋଜେକ୍ଟ ‘ଆମ ବୁଥ୍ ଆମ ଗୌରବ’ ନାମକ ନୂଆ କାର୍ଯ୍ୟକ୍ରମ ଘୋଷଣା କରାଯିବ।

ଏହା ସହିତ ପ୍ରୋଜେକ୍ଟ ‘ଶକ୍ତି’ ନାମକ ଅନ୍ୟ ଏକ ସ୍ୱତନ୍ତ୍ର ମୋବାଇଲ ‘ଆପ୍’ ମାଧ୍ୟମରେ ପ୍ରତ୍ୟେକ କର୍ମୀ ଓ ସମର୍ଥକଙ୍କ ଉପରେ ସିଧାସଳଖ ନଜର ରଖିବ ଦଳ। ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଖୁବ୍ କମ୍ ସମୟ ମଧ୍ୟରେ କଂଗ୍ରେସ ପକ୍ଷରୁ ଏଭଳି ରଣନୀତି ଚୂଡ଼ାନ୍ତ ହୋଇଛି। ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଦଳର ନବଗଠିତ ପିସିସି କମିଟି, କୋର୍ କମିଟି, ନିର୍ବାଚନ କମିଟି ଓ ପ୍ରଚାର କମିଟିର ବୈଠକ ସହ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରେ ଆସନ୍ତାକାଲିଠୁ ୩ ଦିନ ଧରି ପଦାଧିକାରୀମାନଙ୍କ ମାରାଥନ୍ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ପୂର୍ବାହ୍ନରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବ। ତା’ପରେ ପିସିସି କମିଟି ଓ ଦଳର ଜିଲ୍ଲା ସଭାପତିମାନଙ୍କ ବୈଠକ ହେବ। ଏଥିରେ କିନ୍ତୁ ଦଳର ସମ୍ପାଦକମାନେ ଭାଗ ନେବେ ନାହିଁ।

୨୦ ତାରିଖରେ ଦଳର ନିର୍ବାଚନ କମିଟି ଓ କୋର୍ କମିଟି ବୈଠକ ବସିବ। ଆଗାମୀ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀମାନଙ୍କ ସମ୍ପର୍କରେ ନିର୍ବାଚନ କମିଟି ବୈଠକରେ ହିଁ ଚୂଡ଼ାନ୍ତ ଆଲୋଚନା ହେବ।

ତେବେ ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେବେ ଘୋଷଣା ହେବ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ୩ଦିନ ଧରି ହେବାକୁ ଥିବା ବୈଠକରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ସହପ୍ରଭାରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ଏବେ ବୁଥ୍ କମିଟି ଗଠନ ଉପରେ ଗୁରୁତ୍ୱ ଦେଉଥିବାବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନି। ଆସନ୍ତାକାଲି ଏଆଇସିସିର ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ‘ଆମ ବୁଥ୍ ଆମ ଗୌରବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ।

ପୂର୍ବରୁ ବ୍ଲକ୍ ସଭାପତି ପଦକୁ ଉଚ୍ଛେଦ କରି ଜିଲ୍ଲା ପରିଷଦ ଜୋନ୍ କମିଟି ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇସାରିଛି। ତେଣୁ ଜିଲ୍ଲା ପରିଷଦ ଜୋନ୍ ଗୁଡ଼ିକ ଅଧୀନରେ ଅତିବେଶୀରେ ୩୦ରୁ ୪୦ଟି ବୁଥ୍ ରହିବ। ଏହି ବୁଥ୍ କମିଟିଗୁଡ଼ିକୁ ସର୍ବାଧିକ ୬୦ଦିନର ଅବଧି ମଧ୍ୟରେ ଗଠନ କରିବାକୁ କୁହାଯିବ। ଏହି ବୁଥ୍ ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ, ତାହା ଏଆଇସିସି ଦ୍ୱାରା ପ୍ରସ୍ତୁତ ମୋବାଇଲ ଆପ୍ ‘ଶକ୍ତି’ ମାଧ୍ୟମରେ ନଜର ରଖାଯିବ।

ଏହି ମୋବାଇଲ୍ ଆପରେ ଜଣେ କଂଗ୍ରେସ ସମର୍ଥକ କିମ୍ବା କର୍ମୀ ନିଜର ଭୋଟର୍ ପରିଚୟପତ୍ରରେ ଥିବା ନମ୍ବରକୁ ଅପଲୋଡ୍ କଲେ ତାଙ୍କର ଠିକଣା ଓ ବିସ୍ତୃତ ବିବରଣୀ ଆପେଆପେ ଏଆଇସିସିର ଡାଟାବେସରେ ସୁରକ୍ଷିତ ହୋଇଯିବ।

ଏହି ଦୁଇଟି ନୂଆ କାର୍ଯ୍ୟକ୍ରମକୁ ସଠିକ୍ ଓ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ନିମନ୍ତେ ଦଳର ନେତାମାନଙ୍କୁ ବୈଠକରେ ତାଗିଦ୍ କରାଯିବ।

ରାଜ୍ୟସ୍ତରରେ ୩ଦିନର ବୈଠକ ପରେ ଜିଲ୍ଲାସ୍ତରରେ ଜିଲ୍ଲା ପରିଷଦ ଜୋନ୍ ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ଅନୁରୂପ ବୈଠକ ହେବ।



from Odisha Reporter https://ift.tt/2MknVLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages