ଭଲ ଆରମ୍ଭ ସତ୍ତ୍ୱେ ଅଡ଼ୁଆରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଭଲ ଆରମ୍ଭ ସତ୍ତ୍ୱେ ଅଡ଼ୁଆରେ ଭାରତ

ଲଣ୍ଡନ୍‌: ଓପନ୍‌ରଙ୍କ ଭଲ ଆରମ୍ଭ ସତ୍ତ୍ୱେ ନଟିଂହାମ୍‌ରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆ ପୁଣି ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି। ପ୍ରଥମ ଦିନ ଲଞ୍ଚ୍‌ ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୮୨ ରନ୍‌ କରିଛି। ଲଞ୍ଚ୍‌ର ଠିକ୍‌ ପୂର୍ବରୁ ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରାଙ୍କ ୱିକେଟ୍‌ ହରାଇ ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌ରେ ରହିଛି। ଅଧିନାୟକ ବିରାଟ୍‌ କୋହଲି ୪ ରନ୍‌ କରି ଅପରାଜିତ ଅଛନ୍ତି।

ଚଳିତ ଇଂଲଣ୍ଡ ଗସ୍ତର ପ୍ରଥମ ଦୁଇଟି ଟେଷ୍ଟ୍‌ରେ  ଦୟନୀୟ ପ୍ରଦର୍ଶନ ପରେ ସିରିଜ୍‌ ବଞ୍ଚାଇବାକୁ ଭାରତ ପାଇଁ ‘କର ବା ମର’ କୁହାଯାଉଥିବା ନଟିଂହାମ୍‌ରେ ଟସ୍‌ କିନ୍ତୁ ଘରୋଇ ଦଳ ସପକ୍ଷରେ ଯାଇଥିଲା। ଟସ୍‌ ଜିତି ଇଂଲିଶ ଅଧିନାୟକ ଜୋ ରୁଟ୍‌ ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲେ। ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିବା ଆଉଟ୍‌ ଅଫ୍‌ ଫର୍ମ ମୁରଲୀ ବିଜୟଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆ ଟେଷ୍ଟ୍‌ ଟିମ୍‌କୁ ଫେରିଥିବା ବାମହାତୀ ଶିଖର ଧୱନ୍‌ ଇଂଲିଶି ବୋଲରଙ୍କୁ ଆରମ୍ଭରୁ ବେଶ ସହଜର ସହ ମୁକାବିଲା କରିଥିଲେ। ଉଭୟ ଧୱନ ଓ ରାହୁଲ୍‌ ଓପନିଂ ଯୋଡ଼ିରେ ୬୦ ରନ୍‌ କରିଥିଲେ।

କିଛି ଦର୍ଶନୀୟ ଶଟ୍‌ ସହ କ୍ରିଜ୍‌ରେ ଜମି ଯାଉଥିବା ବେଳେ ଧୱନ୍‌ ୱକ୍ସଙ୍କ ବଲ୍‌ରେ ବଟଲର୍‌ଙ୍କୁ ଦ୍ୱିତୀୟ ସ୍ଲିପ୍‌ରେ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହି କାରଣରୁ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାର ଧୱନଙ୍କ ବିଫଳତାର ଧାରା ତୃତୀୟ ଟେଷ୍ଟରେ ମଧ୍ୟ ଜାରି ରହିଛି। ସେହିପରି ଦଳୀୟ ସ୍କୋର ୬୫ରେ ୱକ୍ସଙ୍କ ଏକ ଇନ୍‌ସୁଇଂକୁ ବୁଝି ନ ପାରି ରାହୁଲ ବ୍ୟକ୍ତିଗତ ସ୍କୋର୍‌ ୨୩ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଲଞ୍ଚ୍‌ ଅଳ୍ପ ସମୟ ପୂର୍ବରୁ ପୂଜାରା(୧୪) ତ୍ରୁଟିପୂର୍ଣ୍ଣ ଶଟ୍‌ ଖେଳି ପ୍ୟାଭିଲିୟନ୍‌ ଫେରିବାରୁ ଭାରତୀୟ ଡ୍ରେସିଂ ରୁମ୍‌ରେ ନୈରାଶ୍ୟ ସୃଷ୍ଟି ହୋଇଛି।



from Odisha Reporter https://ift.tt/2wehQ8r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages