କୁକୁର ନ ଗଲେ ମୁଁ ବି ଯିବିନି, ବନ୍ୟା ଘେରରେ ଫସିଥିବା ମହିଳା କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

କୁକୁର ନ ଗଲେ ମୁଁ ବି ଯିବିନି, ବନ୍ୟା ଘେରରେ ଫସିଥିବା ମହିଳା କହିଲେ ଏମିତି କଥା

କୋଚି: କୁକୁର ପାଳିବା ଅନେକ ଲୋକଙ୍କ ସଉକ। ହେଲେ କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଫସିଥିବା ଜଣେ ମହିଳାଙ୍କ କୁକୁର ପ୍ରୀତି କଥା ଶୁଣିଲେ ଆପଣ  ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣଙ୍କ ବନ୍ୟା ଘେରରୁ ନିଜ ଜୀବନ ବଞ୍ଚାଇବା ଅପେକ୍ଷା ତାଙ୍କ ସହ ଥିବା କୁକୁରମାନଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଇଥିଲେ। ଯଦି ତାଙ୍କ  କୁକୁରମାନଙ୍କୁ ଉଦ୍ଧାର କରା ନ ଯାଏ, ତା’ହେଲେ ସେ ମଧ୍ୟ ଏଠାରୁ ପାଦେ ବି ଘୁଞ୍ଚିବେ ନାହିଁ ବୋଲି ଉଦ୍ଧାରକାରୀ ଦଳ ସଦସ୍ୟଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ।
 
ଲଗାଣ ବର୍ଷା ଯୋଗୁ ତ୍ରିସୁରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାରକାରୀ ଦଳ ବେଶ ସତର୍କତାର ସହ ଉଦ୍ଧାର କରୁଛନ୍ତି। ତେବେ ଆଜି ଉଦ୍ଧାରକାରୀ ଦଳ ସୁନୀତା ନାମକ ଜଣେ ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ଅକଳରେ ପଡ଼ିଥିଲେ। 
 
ଉଦ୍ଧାରକାରୀ ଦଳ ମହିଳାଙ୍କ ଘରେ ପହଞ୍ଚିଥିଲେ।  ମହିଳାଙ୍କ ଘରେ ବନ୍ୟା ପାଣି ପଶି ଯାଇଥିବାରୁ ମହିଳା ଓ ତାଙ୍କ ସ୍ୱାମୀ ବଡ଼ ଖଟ ଉପରେ ଆଶ୍ରୟ ନେଇଥିଲେ। କିନ୍ତୁ ଏହି ଦମ୍ପତିଙ୍କ ସହ ୨୫ଟି ବୁଲା କୁକୁର ମଧ୍ୟ ଖଟ ଉପରେ ରହିଥିବା ଦେଖି ଉଦ୍ଧାରକାରୀ ଦଳ ଚକିତ ହୋଇଯାଇଥିଲେ।
 
ଏହି କୁକୁରମାନଙ୍କୁ ମହିଳା ଜଣଙ୍କ ଦୀର୍ଘଦିନରୁ ପାଳିଛନ୍ତି। ଉଦ୍ଧାରକାରୀ ଦଳ କୁକୁରଙ୍କୁ ଛାଡ଼ି କେବଳ ଦମ୍ପତିଙ୍କୁ ଉଦ୍ଧାର କରାଯିବ ବୋଲି କହିଥିଲେ। କିନ୍ତୁ ମହିଳା ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। ଉଦ୍ଧାରକାରୀ ଦଳ ଯେତେ ବୁଝାଇ ଥିଲେ ମଧ୍ୟ ମହିଳା ଜଣଙ୍କ କୁକୁରମାନଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ହୋଇ ନଥିଲେ। 
 
ଶେଷରେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର ନକରି ଫେରିଥିଲା। ଏହାପରେ ସୁନିତା ହ୍ୟୁମ୍ୟାନ୍‌ ସୋସାଇଟି ଇଣ୍ଟରନ୍ୟାଶନାଲ୍‌ ସହ ଯୋଗାଯୋଗ କରିଥିଲେ। ସୋସାଇଟିର ସଦସ୍ୟମାନେ ସେଠାରେ ପହଞ୍ଚି କୁକୁରମାନଙ୍କ ସହ ଦମ୍ପତିଙ୍କୁ ମଧ୍ୟ ବନ୍ୟା ଘେରରୁ ଉଦ୍ଧାର କରିଥିଲେ। 
 
ଏବେ କୁକୁରଙ୍କ ପଲଟନକୁ ଦମ୍ପତିଙ୍କ ସହ ଏକ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି।


from Odisha Reporter https://ift.tt/2L46nOi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages