ପଟିଆ ରାସ୍ତାରେ ନନ୍ଦନକାନନ ଗଲାବେଳେ ଟିକେ ସାବଧାନ ଥିବେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ପଟିଆ ରାସ୍ତାରେ ନନ୍ଦନକାନନ ଗଲାବେଳେ ଟିକେ ସାବଧାନ ଥିବେ !

ଭୁବନେଶ୍ୱର (ଓଡ଼ଶା ରିପୋର୍ଟର): ହନୁ ପାଗଳ ହୋଇଯାଇଛି। ଜଙ୍ଗଲ ଭିତରୁ ଧସେଇ ପଶି ଆସିଛି ରାଜଧାନୀ ଭିତରକୁ।

ବିଚ୍‌ ରାସ୍ତା ଉପରେ ବସି ସେ ମୁହଁ ଛିଞ୍ଚାଡୁଛି, ଖିଙ୍କାରି ହେଉଛି। ଯାହାକୁ ଦେଖୁଛି ଝପଟି ପଡୁଛି। କାହା ହାତରୁ କୁରକୁରେ ପ୍ୟାକେଟ ଛଡ଼େଇ ଖାଉଛି ତ, କାହା ହାତରୁ ପରିବା ବ୍ୟାଗ୍‌ ଧରି ଚମ୍ପଟ ମାରୁଛି।

୩ ଦିନ ହେଲା ଏଇଥିପାଈଁ ନାକେଦମ୍‌ ହେଲେଣି ପଟିଆ ଗାଁ ଲୋକେ। ମଞ୍ଚେଶ୍ୱର ଦୟା ୱେଷ୍ଟ କେନାଲ ପାଖାପାଖି ଅଞ୍ଚଳରେ ସଞ୍ଜ ନଇଁଲେ ତା ଉତ୍ପାତ ବଢୁଛି।

୨ ଦିନ ତଳେ ପଟିଆ ଦେଇ ଯାଇଥିବା ନନ୍ଦନକାନନ ରାସ୍ତା ଉପରେ ତାକୁ ଦେଖିବାକୁ ମିଳିଥିଲା ବୋଲି ଲୋକେ କହୁଛନ୍ତି।

ନନ୍ଦନକାନନ ଅଭିମୁଖେ ଯାଉଥିବା ପ୍ରେମୀ ଯୁଗଳଙ୍କୁ ଟାର୍ଗେଟ କରୁଛି ଏଇ ପାଗଳ ମାଙ୍କଡ଼। ହେଲେ ସୌଭାଗ୍ୟକୁ ସେମାନଙ୍କ ମଧ୍ୟରୁ କେହି ତା ହାବୁଡ଼ରେ ପଡ଼ି ଖଣ୍ଡିଆ ଖାବରା ହୋଇ ନାହାନ୍ତି। ହନୁ ଖାଲି ଯାହା ବ୍ୟାଗ୍‌ ଛଡ଼େଇଛି, ନ ହେଲେ ଖାଦ୍ୟ ସାମଗ୍ରୀ ଲୁଟି ଚାଲିଯାଇଛି।

ହେଲେ ଦୁଭାଗ୍ୟ ପଟିଆ ଗ୍ରାମବାସୀଙ୍କର। ଏହି ପାଗଳ ମାଙ୍କଡ଼ କାମୁଡ଼ାରେ ୩୦ରୁ ୩୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏପରିକି ଏହି ମାଙ୍କଡ଼କୁ କାବୁ କରିବାକୁ ବନ ବିଭାଗକୁ ବି ଲୋକେ କହିଥିଲେ। ଏମିତିକି ଶୀଘ୍ର ମାଙ୍କଡ଼କୁ ଧରି ନେଇଯିବା ଦାବିରେ ଲୋକେ ଟାୟାର ଜାଳି  ମଞ୍ଚେଶ୍ୱର ଦୟା ୱେଷ୍ଟ କେନାଲ ରାସ୍ତା ଅବରୋଧ କରିଥିଲେ।

ଶେଷ ଖବର ସୁଦ୍ଧା, କାଲି ଦିନତମାମ୍‌ ଆଊ ରାତିରେ ବନ ବିଭାଗ ମାଙ୍କଡ଼ ଧରିବାକୁ ଛକି ବସିଥିଲେ ବି ସେ ଚକମା ଦେଇ ଖସିଯାଇଥିଲା।

ଆଜି କଳେ ବଳେ କୌଶଳେ ତାକୁ ଟ୍ରାଙ୍କୁଲାଇଜ୍‌ କରି ଧରି ନିଆଯିବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।



from OdishaReporter https://ift.tt/2AHp1vq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages