ସରକାରୀ ବିଜ୍ଞାପନରେ ବଦଳିଗଲେ ସ୍ୱାମୀ ! ଜାଣନ୍ତୁ, କେମିତି ସମସ୍ୟାରେ ପଡ଼ିଲେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ସରକାରୀ ବିଜ୍ଞାପନରେ ବଦଳିଗଲେ ସ୍ୱାମୀ ! ଜାଣନ୍ତୁ, କେମିତି ସମସ୍ୟାରେ ପଡ଼ିଲେ ପତ୍ନୀ

ହାଇଦ୍ରାବାଦ୍‌(ଓଡ଼ିଶା ରିପୋର୍ଟର୍‌): ଏକ ସରକାରୀ ବିଜ୍ଞାପନରେ ଜଣେ ମହିଳା ଓ ତାଙ୍କ ଝିଅର ଫଟୋ ସହ ଅନ୍ୟଜଣେ ବ୍ୟକ୍ତିଙ୍କ ଫଟୋକୁ ଯୋଡ଼ି ସମସ୍ତଙ୍କୁ ଗୋଟିଏ ପରିବାର ବୋଲି ଦର୍ଶାଯାଇଛି। ଆଉ ଏହି ବିଜ୍ଞାପନ ବିଭିନ୍ନ ଖବରକାଗଜରେ ବାହାରିବା ପରେ ସଂପୃକ୍ତ ମହିଳାଙ୍କ ପାଇଁ ସାମାଜିକ ସମସ୍ୟା ସୃଷ୍ଟି କରିଛି।

ତେଲେଙ୍ଗାନା ସରକାରଙ୍କ ଏହି ତ୍ରୁଟିଯୁକ୍ତ ବିଜ୍ଞାପନ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି।
ତେଲେଙ୍ଗାନା ସରକାରଙ୍କ ‘ରାଇଥୁ ବୀମା’ (Rythu Bhima)ଏବଂ ‘କାନ୍ତି ଭେଲୁଗୁ’ ଯୋଜନାର ବିଜ୍ଞାପନ ବିଭିନ୍ନ ଖବରକାଗଜରେ ଛପାଯାଇଥିଲା। ତେବେ ‘ରାଇଥୁ ବୀମା’ ଯୋଜନା ବିଜ୍ଞାପନରେ ସେଠାକାର ୨୬ ବର୍ଷ ବୟସ୍କା ମହିଳା ପଦ୍ମା ଓ ତାଙ୍କ ଝିଅ ସହ ଅନ୍ୟଜଣେ ପୁରୁଷଙ୍କ ଫଟୋ ରହିଛି। ବିଜ୍ଞାପନରେ ସେହି ପରୁଷଙ୍କୁ ପଦ୍ମାଙ୍କ ସ୍ୱାମୀ ଭାବେ ଚିତ୍ରଣ କରାଯାଇଛି ଏବଂ ସମସ୍ତେ ‘ରାଇଥୁ ବୀମା’ କାର୍ଡ ଧରିଥିବା ଦେଖିବାକୁ ମିଳିଛି।

ବିଭିନ୍ନ ଖବରକାଗଜରେ ଏହି ବିଜ୍ଞାପନ ବାହାରିବା ପରେ ପଦ୍ମା ଅଭିଯୋଗ କରିଛନ୍ତି, ଅନ୍ୟଜଣେ ପୁରୁଷଙ୍କୁ ବିଜ୍ଞାପନରେ ତାଙ୍କ ସ୍ୱାମୀ ଭାବେ ଚିତ୍ରଣ କରାଯାଇଥିବାରୁ ସେ ରହୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଏଥିପାଇଁ ତାଙ୍କୁ ତାତ୍ସଲ୍ୟ କରୁଛନ୍ତି। ଏପରିକି ବନ୍ଧୁବାନ୍ଧବ ମଧ୍ୟ ତାଙ୍କ ଘରକୁ ଆସିବା ପାଇଁ ନାପସନ୍ଦ କରୁଥିବା ପଦ୍ମା କହିଛନ୍ତି।
‘ରାଇଥୁ ବୀମା’ (Rythu Bhima) ହେଉଛି, କୃଷକମାନଙ୍କ ପାଇଁ ଏକ ବୀମା ଯୋଜନା ଏବଂ ‘କାନ୍ତି ଭେଲୁଗୁ’ ହେଉଛି, ଆଖି ପରୀକ୍ଷା ସମ୍ପର୍କିତ ଯୋଜନା। ଏହି ଦୁଇ ଯୋଜନାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ରାଓ ଗତ ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ଅବସରରେ ଶୁଭାରମ୍ଭ କରିଥିଲେ। ଏହି ଦୁଇ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ଖବରକାଗଜରେ ସଂପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଛପାଯାଇଥିଲା। ତେବେ ‘ରାଇଥୁ ବୀମା’ ଯୋଜନାର ବିଜ୍ଞାପନରେ ଅଭିଯୋଗକାରିଣୀ ମହିଳାଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫଟୋ ରହିଥିଲା।
ପଦ୍ମାଙ୍କ ସ୍ୱାମୀ ନୟାକୁଲା ନାଗାରାଜୁ କହିଛନ୍ତି, “୩ବର୍ଷ ତଳେ ସେ ପଦ୍ମା ଓ ଝିଅଙ୍କ ସହିତ ୟାଦାଗିରିଗୁଟା ନିକଟସ୍ଥ ଭଙ୍ଗାପାଲିକୁ ଯାଇଥିଲେ। ସେଠାରେ କିଛି ଲୋକ ତାଙ୍କୁ ଋଣ ଦେବାକୁ କହିଥିଲେ ଏବଂ ଏହା ବଦଳରେ ତାଙ୍କ ପରିବାରର ଏକ ଫୋଟୋ ନେବାପାଇଁ ଚାହିଁଥିଲେ। କିନ୍ତୁ ପ୍ରକାଶିତ ବିଜ୍ଞାପନରେ ତାଙ୍କ ଫୋଟୋକୁ ପତ୍ନୀ ଓ ଝିଅର ଫଟୋ ସହ ନରଖି, ଅନ୍ୟ ଜଣେ ବ୍ୟକ୍ତିଙ୍କର ଫୋଟୋ ଲଗାଇ ସମସ୍ତଙ୍କୁ ଗୋଟିଏ ପରିବାରର ବୋଲି ଦର୍ଶାଯାଇଛି।”

ନାଗାରାଜୁ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ନିଜସ୍ୱ ଜମି ନଥିବାରୁ ସେ ‘ରାଇଥୁ ବୀମା’ ଯୋଜନାର ସୁଫଳ ପାଇଁ ଆବେଦନ ମଧ୍ୟ କରିପାରିବେ ନାହିଁ। ସେହିଭଳି ତାଙ୍କ ପରିବାରର ଫୋଟୋକୁ ବିଜ୍ଞାପନରେ ଅପବ୍ୟବହାର କରାଯାଇଛି ବୋଲି ପଦ୍ମା କହିଛନ୍ତି।
ଏନେଇ ପଦ୍ମାଙ୍କ ସ୍ୱାମୀ ନାଗାରାଜୁ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା।

ଏହି ପ୍ରସଙ୍ଗରେ ନାଗାରାଜୁଙ୍କ ପରିବାର କିଛି କଂଗ୍ରେସ ନେତାଙ୍କୁ ଭେଟିବା ସହ ତେଲେଙ୍ଗାନା ସରକାରଙ୍କ ନିକଟରେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।
ତେଲେଙ୍ଗାନା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗର କମିଶନର୍‌ ଏ ସମ୍ପର୍କରେ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଦୁଇଟି ବିଜ୍ଞାପନ ସଂସ୍ଥାକୁ ନୋଟିସ୍‌ ପଠାଯାଇଛି। ସଂପୃକ୍ତ ବିଜ୍ଞାପନ ସଂସ୍ଥା, କିପରି ପରିବାରର ବିନା ଅନୁମତିରେ ଏହି ଫଟୋର ବ୍ୟବହାର କରିଛନ୍ତି, ସେଥିପାଇଁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



from Odisha Reporter https://ift.tt/2w4FQvC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages