ବର୍ଷା ବାହାରିଲେ ‘ନିମ୍‌ପୁରରୁ ନବୀନ ନିବାସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ବର୍ଷା ବାହାରିଲେ ‘ନିମ୍‌ପୁରରୁ ନବୀନ ନିବାସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟେ ସାଧାରଣ ଝିଅର ଅସାଧାରଣ କାହାଣୀ। ଅନେକ ଝିଅଙ୍କ ଜୀବନ ପରି ତା ଜୀବନ। ସେ ବି ଜନ୍ମ ହେଲା ବେଳେ ବି କାହା ମନରେ ସେତେଟା ଖୁସି ନଥିଲା। ତା ପାଦରେ ପାଉଁଜି ନୁହେଁ ଥିଲା ଦାୟିତ୍ୱର ବେଡ଼ି।

କର୍ତ୍ତବ୍ୟର ଛୁଞ୍ଚିରେ ଫୋଡ଼ା ହୋଇଥିଲା ତା’ର ନାକ ଓ କାନ। ହାର ବଦଳରେ ବେକରେ ଝୁଲେଇ ଦିଆଯାଇଥିଲା ସଂସାରର ବୋଝ।

ଏସବୁ ବାଦ୍‌ ବି ତା ଓଠରେ ଥିଲା ଝରଣାର ହସ। ଆଉ ଆଖିରେ ଥିଲା ସାରା ଆକାଶର ସ୍ୱପ୍ନ। ତା’ର ସେ ସ୍ୱପ୍ନ ଭିତରୁ ଗୋଟେ ବଡ଼ ସ୍ୱପ୍ନ ଥିଲା। ତାହା ହେଲା, ନବୀନ ନିବାସରେ ପହଞ୍ଚିବା।

ଏମିତି କଥା ପଢ଼ି ଆପଣ ଏବେ ଦ୍ୱନ୍ଦ୍ୱରେ ପଡ଼ିବେଣି। କିଏ ସେ ଝିଅ ଏବଂ କାହିଁକି ସେ ନବୀନ ନିବାସ ଯିବାକୁ ଚାହୁଁଛନ୍ତି ବୋଲି ଭାବୁଥିବେ।

ତେବେ ଏହା କୌଣସି ବାସ୍ତବ ଜୀବନର ଘଟଣା ନୁହେଁ। ରିଅଲ୍‌ ପରି ଲାଗୁଥିବା ଏ ଘଟଣା ସବୁ ଘଟିବ ରିଲ୍‌ ବା ଚିତ୍ର ପରଦାରେ। ଏମିତି ଏକ ନୂଆ ପ୍ରକାର କାହାଣୀକୁ ନେଇ ନିର୍ମାଣ ହେଉଛି ନିଆରା ଓଡ଼ିଆ ଫିଲ୍ମ ‘ନିମ୍‌କି, ନିମ୍‌ପୁର୍‌ରୁ ନବୀନ ନିବାସ’। ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ଗତ ଦେଢ଼ବର୍ଷ ତଳେ ବର୍ଷାଙ୍କ ମନରେ ଏମିତି ଏକ କନସେପ୍ଟ ଆସିଥିଲା। ଗୋଟେ ଝିଅ ନନୀନ୍ ନିବାସରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛି। ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଯିବାପରେ, ଶେଷରେ ସେ ନବୀନ୍‌ ନିବାସରେ ପହଞ୍ଚିପାରୁଛି ନା ନାହିଁ ତାକୁ ନେଇ କାହାଣୀ ଗତିଶୀଳ ହୋଇଛି।

ତେବେ କାହାଣୀଟି ସମ୍ପୂର୍ଣ୍ଣ ଭାବେ ନୂଆ ଏବଂ ଅରିଜିନାଲ୍‌ ରହିଛି ବୋଲି କହିଛନ୍ତି ବର୍ଷା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ଚିତ୍ର ନିର୍ମାତା ସୁଶାନ୍ତ ମଣୀ। ଗତ ମଙ୍ଗଳବାର ଦିନ ଏହାର ଟିଜର୍ ରିଲିଜ୍ ହୋଇଛି।



from OdishaReporter https://ift.tt/2vR1rXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages