ଶ୍ରୀମନ୍ଦିର ପରିଚାଳନା ଚିନ୍ତା: ଦେଶର ତିନି ବିଖ୍ୟାତ ମନ୍ଦିର ବୁଲିବ ସ୍ୱତନ୍ତ୍ର କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଶ୍ରୀମନ୍ଦିର ପରିଚାଳନା ଚିନ୍ତା: ଦେଶର ତିନି ବିଖ୍ୟାତ ମନ୍ଦିର ବୁଲିବ ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ରାଜ୍ୟ ସରକାର ଗଠନ କରିଥିବା ୩ ଜଣିଆ କମିଟି ଆଜି ଅମୃତସରର ପ୍ରସିଦ୍ଧ ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରିବାକୁ ପଞ୍ଜାବ ଅଭିମୁଖେ ଯାତ୍ରା କରିଛି।

ଶ୍ରୀମନ୍ଦିର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ୩ଜଣିଆ କମିଟି ଗଠନ କରିଥିଲେ। କମିଟିରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମହୀମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି।

କମିଟିର ସଦସ୍ୟମାନେ ଆସନ୍ତାକାଲି ଅମୃତସରର ସ୍ୱର୍ଣ୍ଣମନ୍ଦିର କରିସାରିବା ପରେ ଅଗଷ୍ଟ ୧୮ରେ ଜମ୍ମୁର ବୈଷ୍ଣୋଦେବୀ ମନ୍ଦିର, ଅଗଷ୍ଟ ୨୦ରେ ତିରୁପତି ମନ୍ଦିର ଓ ଅଗଷ୍ଟ ୨୧ରେ କର୍ଣ୍ଣାଟକର ଧର୍ମସ୍ଥଳ ପରିଦର୍ଶନ କରିବେ।

ଏ ସମସ୍ତ ଧର୍ମସ୍ଥଳରେ ଭକ୍ତଙ୍କ ନିମନ୍ତେ କରାଯାଇଥିବା ସୁବିଧା ଓ ମନ୍ଦିର ପରିଚାଳନା ବ୍ୟବସ୍ଥା ଆଦିର ଅନୁଧ୍ୟାନ କରି ୨୩ ତାରିଖରେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି ।



from OdishaReporter https://ift.tt/2PdlQz4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages