
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପେସ୍ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ୍ ଜାହାନଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ହସିନ୍ ସାମିଙ୍କୁ ଆଉ ଏକ ବାଉନ୍ସର ମାରିଛନ୍ତି।
ସାମି ଟିମ୍ ଇଣ୍ଡିଆ ସହ ଲଂଲଣ୍ଡରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ଭାରତରେ ଥିବା ହସିନ୍ ତାଙ୍କ ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ପୂର୍ବରୁ ଚେକ୍ ବାଉନ୍ସ ଓ ଘରୋଇ ହିଂସା ଭଳି ଅଭିଯୋଗ ଆଣିଥିବା ହସିନ୍ ଆଜି ସାମିଙ୍କ ବିରୋଧରେ ବୟସ ଜାଲିଆତିର ଅଭିଯୋଗ ଆଣିଛନ୍ତି।
ନିଜ ଅଭିଯୋଗକୁ ଯର୍ଥାଥ ଦର୍ଶାଇବା ପାଇଁ ହସିନ୍ ୫ଟି ଦସ୍ତାବିଜ୍ ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ କରିଛନ୍ତି।
ଏଥିରେ ସାମିଙ୍କ ଦଶମ, ଦ୍ୱାଦଶ ଶ୍ରେଣୀର ମାର୍କଶିଟ୍, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ଚେକ୍ ବୁକ୍ ଓ ଭୋଟ୍ର ପରିଚୟ ପତ୍ର ରହିଛି। ଏପରି କରି ହସିନ୍ ସ୍ୱାମୀ ସାମିଙ୍କ ବୟସ ଜାଲିଆତି କଥା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି।
ସାମିଙ୍କ ଡ୍ରାଇଭିଂ ଲାଇସେନ୍ସରେ ଜନ୍ମ ତାରିଖ ୮.୫.୧୯୮୨ ରହିଛି।
କିନ୍ତୁ ଦଶମ ଶ୍ରେଣୀ ମାର୍କଶିଟ୍ରେ ଜନ୍ମ ତାରିଖ ୩.୧.୧୯୮୪ ରହିଛି। ଏଥିସହ ସାମିଙ୍କ ଭୋଟ୍ର ପରିଚୟପତ୍ରରେ ୧.୧.୨୦୦୧ ସୁଦ୍ଧା ସାମିଙ୍କ ବୟସ ୨୧ ରହିଥିବା ଜଣାପଡ଼ିଛି। ଏହା ବ୍ୟତୀତ ସାମିଙ୍କ ଦ୍ୱାଦଶ ଶ୍ରେଣୀ ମାର୍କଶିଟ୍ରେ ଜନ୍ମ ତାରିଖ ୩.୯.୧୯୯୦ ରହିଛି।
ଏହି ଦସ୍ତାବିଜ୍କୁ ଫେସବୁକ୍ରେ ଶେୟାର କରି ହସିନ୍ ସାମିଙ୍କୁ ୪୨୦ ବୋଲି କହିଛନ୍ତି। ସାମି ୪୨୦ ହୋଇଥିଲେ ହେଁ ତାଙ୍କୁ ଚାରିଆଡ଼ୁ ସମର୍ଥନ ମିଳୁଛି, କାରଣ ସେ ଜଣେ ଷ୍ଟାର। ମିଡିଆ ଓ ବିସିସିଆଇ ସାମିଙ୍କୁ ସମର୍ଥନ କରିଥିବାରୁ ହସିନ୍ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।
from OdishaReporter https://ift.tt/2MbYRCk


No comments:
Post a Comment