
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ପଛୁଆବର୍ଗର ଲୋକଙ୍କୁ କଂଗ୍ରେସ ଦୀର୍ଘ ୭୧ ବର୍ଷ ଧରି ଅଣଦେଖା କରି ଆସିଛି। ସେମାନଙ୍କ ପାଖରେ ସାମାନ୍ୟ ମୌଳିକ ସେବା ମଧ୍ୟ ପହଞ୍ଚାଇ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓବିସି କମିଶନଙ୍କୁ ଐତିହାସିକ ସାମ୍ୱିଧାନିକ ମାନ୍ୟତା ଦେଇ ପଛୁଆଜାତିଙ୍କ ସୁରକ୍ଷା ପାଇଁ କାମ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓଡ଼ିଶା ଗସ୍ତରେ ଆସିବା ସମୟରେ ତାଙ୍କୁ ବିମାନବନ୍ଦରରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଛି।
ଶ୍ରୀ ପ୍ରଧାନ କହିଛନ୍ତି-“ଓବିସି କମିଶନଙ୍କୁ ଐତିହାସିକ ସାମ୍ୱିଧାନିକ ମାନ୍ୟତା ପାଇଁ ଓଡିଶାର ୫୨ ପ୍ରତିଶତ ପଛୁଆଜାତିଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରତି ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି। ଅନୁସୂଚିତ ଜାତି, ଜନଜାତି, ମହିଳା, ସଂଖ୍ୟାଲଘୁ କମିଶନଙ୍କ ଭଳି ପଛୁଆଜାତି କମିଶନ ଗଠନ ନେଇ ଦୀର୍ଘଦିନର ଯେଉଁ ଦାବି ଥିଲା, ତାହାକୁ ମୋଦି ସରକାର ସାକାର କରିଛନ୍ତି।”
ସେ ଆହୁରି କହିଛନ୍ତି, ମୌସୁମୀ ଅଧିବେଶନରେ ଏପରି ଯୁଗାନ୍ତକାରୀ ପଦକ୍ଷେପ ସହ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ସୁରକ୍ଷା ପାଇଁ ଏସଟି-ଏସସି ବିଲ୍ରେ ଆବଶ୍ୟକ ସଂଶୋଧନ କରାଯାଇଛି।
from OdishaReporter https://ift.tt/2OWiC2J
No comments:
Post a Comment