ହରମନ୍‌ପ୍ରୀତ୍‌  ଓ ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ହରମନ୍‌ପ୍ରୀତ୍‌  ଓ ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ଅଧିନାୟକ ‘ହରମନ୍‌ପ୍ରୀତ୍‌ କୌର କିଆ’ ସୁପର୍‌ଲିଗ୍‌ରେ ନିଜର ପଦାର୍ପଣ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଛନ୍ତି। ‘ଲାଙ୍କାଶାୟାର ଥଣ୍ଡର’ ପକ୍ଷରୁ ଖେଳୁଥିବା ହରମନ୍‌ପ୍ରୀତ୍‌ଙ୍କ ଇନିଂସ୍‌ ଯୋଗୁ ଦଳ ୫ ୱିକେଟ୍‌ରେ ‘ସରେ ଷ୍ଟାର୍ସ’କୁ ପରାସ୍ତ କରିଛି।

ମ୍ୟାଚ୍‌ର ଅନ୍ତିମ ୪ ବଲ୍‌ରେ ଲାଙ୍କାଶାୟାରକୁ ୧୦ ରନ୍‌ ଦରକାର ଥିଲା। ହରମନପ୍ରୀତ ତୃତୀୟ ବଲ୍‌ରେ ୨ ରନ୍‌ ଓ ୪ର୍ଥ ବଲ୍‌ରେ ଚୌକା ମାରିଥିଲେ। ସେହିପରି ୫ମ ବଲ୍‌ରେ ଏକ ବିଶାଳ ଛକା ମାରି ଲାଙ୍କାଶାୟାରକୁ ଜବରଦସ୍ତ ବିଜୟ ଦେଇଥିଲେ। ହରମନପ୍ରୀତ ମାତ୍ର ୨୧ ବଲ୍‌ରେ ୩ ଚୌକା ଓ ୧ ଛକା ସହ ଅପରାଜିତ ୩୪ ରନ୍‌ର ଇନିଂସ ଖେଳିଥିଲେ।

ଏହି ମ୍ୟାଚ୍‌ରେ ନାଟାଲି ସ୍କିଭିରଙ୍କ ଅପରାଜିତ ୯୫ ରନ୍‌ ବଳରେ ସରେ ଷ୍ଟାର୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୪୮ ରନ୍‌ କରିଥିଲା। ଜବାବରେ ଲାଙ୍କାଶାୟାର ଥଣ୍ଡର ଗୋଟିଏ ବଲ୍‌ ବାକିଥାଇ ୫ ୱିକେଟ୍‌ରେ ମ୍ୟାଚ୍‌ଟିକୁ ଜିତିନେଇଛି। ଦଳ ପକ୍ଷରୁ ବୋଲଟନ୍‌ ସର୍ବାଧିକ ୬୧ ବଲ୍‌ରେ ୮୭ ରନ୍‌ କରିଥିଲେ।

ଚଳିତ ଲିଗ୍‌ର ଅନ୍ୟ ଏକ ମୁକାବିଲାରେ ଭାରତୀୟ ମହିଳା ଦଳର ଓପନର୍‌ ସ୍ମୃତି ମନ୍ଧାନା ଆଉ ଏକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଛନ୍ତି। ମନ୍ଧାନାଙ୍କ ୨୭ ବଲ୍‌ରେ ୪୩ ରନ୍‌ ଇନିଂସ ବଳରେ ୱେଷ୍ଟର୍ଣ୍ଣ ଷ୍ଟର୍ମ ୯ ୱିକେଟ୍‌ରେ ସଦର୍ଣ୍ଣ ଭାଇପର୍ସକୁ ପରାସ୍ତ କରିଛି।

ସଦର୍ଣ୍ଣ ଭାଇପର୍ସ ୯୧ ରନ୍‌ କରି ଅଲ ଆଉଟ୍‌ ହୋଇଥିବା ବେଳେ ୱେଷ୍ଟର୍ଣ୍ଣ ଷ୍ଟର୍ମ ୯.୩ ଓଭରରେ ମାତ୍ର ୧ ୱିକେଟ୍‌ ହରାଇ ଆବଶ୍ୟକ ରନ୍‌ ହାସଲ କରିନେଇଥିଲା। ଦମରଦାର ଇନିଂସ ପାଇଁ ମନ୍ଧାନା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

 



from OdishaReporter https://ift.tt/2OyqdEl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages