୧୪ ନୁହେଁ, ୧୮ରେ ଶପଥ ନେବେ ଇମ୍ରାନ୍‌ ଖାନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

୧୪ ନୁହେଁ, ୧୮ରେ ଶପଥ ନେବେ ଇମ୍ରାନ୍‌ ଖାନ୍‌!

ଇସ୍‌ଲାମାବାଦ: କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ ଆସନ୍ତା ୧୪ ତାରିଖରେ ନୁହେଁ ବରଂ ୧୮ ତାରିଖରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଇମ୍ରାନ୍‌ଙ୍କ ଦଳ ତେହେରିକ୍-ଏ-ଇନ୍‌ସାଫ୍‌ (ପିଟିଆଇ)ର ଅତିରିକ୍ତ ସୂଚନା ସଚିବ ଫୈଜଲ ଜାଭେଦ୍‌ ଖାନ୍‌ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଇମ୍ରାନ୍‌ ତାଙ୍କ ଶପଥ ପାଠ କାର୍ଯ୍ୟକ୍ରମକୁ ଭାରତୀୟ କ୍ରିକେଟ୍‌ ତାରକା ସୁନୀଲ ଗାଭାସ୍କର, କପିଲ ଦେବ ଓ ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏଥିସହ ୧୯୯୨ର ବିଶ୍ୱକପ୍‌ ବିଜେତା ପାକିସ୍ତାନୀ କ୍ରିକେଟ୍‌ ଟିମ୍‌ର ସଦସ୍ୟମାନଙ୍କୁ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମକୁ ଡକାଯାଇଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ମମନୁନ୍‌ ହୁସେନ୍‌ ପାକିସ୍ତାନ ସଂସଦର ଏକ ଅଧିବେଶନ ୧୩ ତାରିଖରେ ଡାକିବା ପରେ ପିଟିଆଇ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଏହି ସମୟରେ ନୂଆ ନିର୍ବାଚିତ ଲୋକପ୍ରତିନିଧିମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା।

ପିଟିଆଇ ପକ୍ଷରୁ ୧୮ ତାରିଖରେ ଶପଥ ପାଠ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇଥିଲେ ହେଁ ସରକାରୀ ଭାବେ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ।



from OdishaReporter https://ift.tt/2B0HR0F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages