
କେନ୍ଦ୍ରାପଡ଼ା:(ଓଡ଼ିଶା ରିପୋର୍ଟର): ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାନେ। ଜଣେ ୯ ବର୍ଷର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ପରେ କେନ୍ଦ୍ରାପଡ଼ା ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ, ଗତ ରବିବାର ଦିନ ସଂପୃକ୍ତ ନାବାଳିକାଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ଡାକି ଅସଦାଚରଣ କରିଥିଲେ। କିନ୍ତୁ ସଂପୃକ୍ତ ନାବାଳିକା ଜଣକ କୌଶଳକ୍ରମେ ଖସିଆସି ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଛନ୍ତି।
ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାନେଙ୍କୁ ଗିରଫ କରିଛି। ଅଭିଯୋଗ ପରେ ଭୁବନେଶ୍ୱର କୃଷିବିଜ୍ଞାନ କେନ୍ଦ୍ରର ଏକ ଟିମ୍ ମଧ୍ୟ ବିଭାଗୀୟ ତଦନ୍ତ ଜାରି ରଖିଛି।
from OdishaReporter https://ift.tt/2LV64dX
No comments:
Post a Comment