
ମୁମ୍ବାଇ: ଜଣେ ୧୦ ବର୍ଷର ଝିଅର ଉପସ୍ଥିତ ବୁଦ୍ଧି ପାଇଁ କିଛି ଲୋକ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଏହି ଘଟଣାଟି ମୁମ୍ବାଇରେ ଘଟିଛି। ମୁମ୍ବାଇର ପରେଲ୍ ଅଞ୍ଚଳରେ ଗତକାଲି ସକାଳ ସାଢେ ୮ଟାବେଳେ ଏକ ରେସିଡେନ୍ସିଆଲ୍ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି।

ସୂଚନା ଅନୁଯାୟୀ, ସଟସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ଜଣେ ୧୦ ବର୍ଷର ଝିଅର ଉପସ୍ଥିତ ବୁଦ୍ଧି ଯୋଗୁ ଏତେବଡ଼ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢି ପାରିନଥିବା କୁହାଯାଉଛି।
ବହୁ ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥିବା ଏହି ଝିଅଟିର ନାଁ ହେଉଛି, ଜେନ୍ ସଦାଭତ୍ରେ। ଝିଅଟି ନିଜ ପରିବାର ସହ ଦୁର୍ଘଟଣାଗ୍ରସ୍ତ ବିଲ୍ଡିଂର ୧୬ତମ ଫ୍ଲାଟ୍ରେ ରହୁଥିଲା। ନିଆଁ ଲାଗୁଥିବା ଦେଖି ଝିଅଟି ସଙ୍ଗେ ସଙ୍ଗେ ପଡ଼ୋଶୀଙ୍କୁ ଡାକି ଆଲର୍ଟ୍ କରାଇଦେବା ସହ ଧୂଆଁରୁ ବର୍ତ୍ତିବା ପାଇଁ ନିଶ୍ୱାସପ୍ରଶ୍ୱାସ ନେବାର କୌଶଳ ମଧ୍ୟ ବତାଇଥିଲା। ଯଦି ଏହି ୧୦ ବର୍ଷର ଝିଅ, ଜେନ୍ ପଡ଼ୋଶୀଙ୍କୁ ସତର୍କ କରି ନଥା’ନ୍ତା, ତେବେ ଦୁର୍ଘଟଣାର ପରିଣାମ ଆହୁରି ଭୟଙ୍କର ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2BE9ugn
No comments:
Post a Comment