
ୱାସିଂଟନ୍(ଓଡ଼ିଶା ରିପୋର୍ଟର): ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କ କାରନାମା ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ଯାହାକୁ ଜବତ କରିଛି ଆମେରିକାର ପୁଲିସ୍। ଗତ ଶୁକ୍ରବାର ରାତିରେ ଏକ ବ୍ୟସ୍ତବହୂଳ ସଡ଼କ ପାର୍ଶ୍ୱରେ ଥିବା ଆପାର୍ଟମେଣ୍ଟରେ ନିଜ ଘରକୁ ଯିବାପାଇଁ ଜଣେ ମହିଳା ଚେଷ୍ଟା କରୁଥାନ୍ତି।
ଏତିକି ବେଳେ ଚାଲିଚାଲି ଯାଉଥିବା ଜଣେ ଯୁବକ ତାଙ୍କୁ ପଛପଟୁ ଜାବୁଡ଼ି ଧରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ଯୁବକଙ୍କ ଇରାଦା ଠିକ୍ ବୁଝିପାରିଥିଲେ, ଆଉ ଖସି ପଳାଇଥିଲେ।
ସିସିଟିଭି ଫୁଟେଜ ଜବତ ହେବା ପରେ ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ୍ ଉଦ୍ୟମ ଚଳାଇଛି।
from OdishaReporter https://ift.tt/2AIOm8x
No comments:
Post a Comment