କ୍ରାନ୍ତି ଦିବସରେ ନାରା ଦେବେ ନିରଞ୍ଜନ- ଗର୍ବରେ କୁହ ମୁଁ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

କ୍ରାନ୍ତି ଦିବସରେ ନାରା ଦେବେ ନିରଞ୍ଜନ- ଗର୍ବରେ କୁହ ମୁଁ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରି ପୁଣିଥରେ କ୍ଷମତାକୁ ଫେରିବା ପାଇଁ ରାଜ୍ୟ କଂଗ୍ରେସ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି।
ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀ ଓ ନେତାମାନେ ‘ଗର୍ବରେ କୁହେ ମୁଁ କଂଗ୍ରେସ’ ନାମକ ଏକ କାର୍ଯ୍ୟକ୍ରମ ପାଳନ କରିବେ। ଏହି ଦିନ ସମସ୍ତ କର୍ମୀ ଓ ନେତା ନିଜ ନିଜର ବାସଭବନରେ ଦଳୀୟ ପତାକା ଉଡ଼ାଇ ଲୋକଙ୍କୁ ଦଳୀୟ ସଂଗଠନ ପ୍ରତି ଆକୃଷ୍ଟ କରାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ଖୁବଶୀଘ୍ର ଦଳ ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ଜନ ସମାବେଶ ଆୟୋଜନ କରିବା ପାଇଁ ମଧ୍ୟ ପିସିସି ପକ୍ଷରୁ ଯୋଜନା ଚାଲିଛି।
ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,  କଂଗ୍ରେସ ଭଳି ଦେଶର ସର୍ବବୃହତ୍ ଜାତୀୟ ଦଳ ସହ ଜଡ଼ିତ ଥିବା ରାଜ୍ୟର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ମନୋବଳ ବୃଦ୍ଧି କରିବା ପାଇଁ  ପିସିସି ପକ୍ଷରୁ ‘ଗର୍ବରେ କୁହେ ମୁଁ କଂଗ୍ରେସ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜୋନାଲ ସଭାପତିଙ୍କ ନାମ ଘୋଷଣା କରାଯିବ। ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଭୁବନେଶ୍ୱର ଗସ୍ତରେ ଆସି ଏହି ଘୋଷଣା କରିବେ । ତା’ପରେ ପିସିସି କମିଟି ଘୋଷଣା ହେବ।
ସେହିପରି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ କହିଛନ୍ତି, ଖୁବଶୀଘ୍ର ପ୍ରଚାର କମିଟି କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯିବ। ଏହାପରେ ଭୁବନେଶ୍ୱରରେ ଏକ ବୈଠକ ବସି ଆଗାମୀ ସାଧାରଣ ନିର୍ବାଚନରେ ଦଳ କେଉଁ ଶୈଳୀରେ ପ୍ରଚାର କରିବ ତା’ର ରୂପରେଖ ପ୍ରସ୍ତୁତ କରାଯିବ।


from OdishaReporter https://ift.tt/2KnELn5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages