ସଂରକ୍ଷଣ ଦାବିରେ ତେଜିଲା ମରାଠା ବିକ୍ଷୋଭ: ମୁମ୍ବାଇରେ ଜେଲ୍‌ ଭରୋ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ସଂରକ୍ଷଣ ଦାବିରେ ତେଜିଲା ମରାଠା ବିକ୍ଷୋଭ: ମୁମ୍ବାଇରେ ଜେଲ୍‌ ଭରୋ ଆନ୍ଦୋଳନ

ମୁମ୍ବାଇ: ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ମରାଠା ସଂପ୍ରଦାୟଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ତୀବ୍ର ରୂପ ଧାରଣ କରିଛି। ଆଜି ସଂଗଠନ ପକ୍ଷରୁ ମୁମ୍ବାଇରେ ଜେଲ୍‌ ଭରୋ ଆନ୍ଦୋଳନ ଆରମ୍ଭ ହୋଇଛି।

ମରାଠା କ୍ରାନ୍ତି ମୋର୍ଚ୍ଚାର ହଜାର ହଜାର ବିକ୍ଷୋଭକାରୀ ଦକ୍ଷିଣ ମୁମ୍ବାଇର ଆଜାଦ୍‌ ମଇଦାନରେ ଶାନ୍ତିପୂର୍ଣ୍ଣ ଭାବେ ଜେଲ୍‌ ଭରୋ ଆନ୍ଦୋଳନ କରିଛନ୍ତି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସଂଗଠନର କିଛି ସଦସ୍ୟ ସମାନ ଧରଣର ବିକ୍ଷୋଭ କରିଛନ୍ତି। ତେବେ ଏଭଳି ଆନ୍ଦୋଳନ ଯୋଗୁ ସଡ଼କ ଓ ରେଳ ପଥରେ ଯାତାୟାତ ପ୍ରଭାବିତ ହୋଇ ନଥିବା ଜଣେ ଅଧିକାରୀ କହିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷକର୍ମୀଙ୍କୁ ନିୟୋଜିତ କରାଯାଇଛି।

କିନ୍ତୁ ପୁଲିସ୍‌ କହିଛି, ମରାଠା ସଂହପ୍ରଦାୟ ପକ୍ଷରୁ ପୁଣେ-ସୋଲାପୁର ରାସ୍ତା ଅବୋରଧ କରିଛନ୍ତି। ପୁଣେର ଜୁନା ଜିଲ୍ଲାରେ ମଧ୍ୟ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ଶିହୁରି ଓ ଖେଡ଼ା ତହସିଲରେ ମଧ୍ୟ ସଂରକ୍ଷଣ ଦାବିରେ ଶୋଭାଯାତ୍ରା କରାଯାଇଥିଲା। ହିଙ୍ଗୋଳ ଜିଲ୍ଲାରେ ଚାଷୀମାନେ ଶଗଡ଼ ଧରି ମରାଠା ସଂପ୍ରଦାୟଙ୍କ ଦାବି ସପକ୍ଷରେ ଆନ୍ଦୋଳନ କରିଥିଲେ।

କେଦାର ସିନ୍ଧେ ନାମକ ଜଣେ ଆନ୍ଦୋଳନକାରୀ କହିଛନ୍ତି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଉପରେ ଆମର ଆସ୍ଥା ଆଉ ନାହିଁ। ସେ ସଂରକ୍ଷଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା କେବଳ ଧୂଆଁବାଣ ବୋଲି ଜଣାପଡିଲାଣି। କିଛି ବିକ୍ଷୋଭକାରୀ ରାଜ୍ୟ ଶ୍ରମ ମନ୍ତ୍ରୀଙ୍କ ବାସଭବନ ଆଗରେ ମଧ୍ୟ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।

ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫୦% ସଂରକ୍ଷଣ, କୋପ୍ରାଡି ଦୁଷ୍କର୍ମ ଘଟଣାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଓ ଏସ୍‌ସି/ଏସ୍‌ଟି ଆଇନ୍‌କୁ ସଂଶୋଧନ କରିବା ଦାବିରେ ମରାଠା ସଂପ୍ରଦାୟ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଇତି ମଧ୍ୟରେ ୬  ଜଣ ଲୋକ ଆତ୍ମହତ୍ୟା କରି ସାରିଛନ୍ତି।



from OdishaReporter https://ift.tt/2OASx9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages