ଏୟାରପୋର୍ଟରେ ହଙ୍ଗାମା କଲେ ୧୫୦ ଯାତ୍ରୀ , ଜାଣନ୍ତୁ କାରଣ କ’ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଏୟାରପୋର୍ଟରେ ହଙ୍ଗାମା କଲେ ୧୫୦ ଯାତ୍ରୀ , ଜାଣନ୍ତୁ କାରଣ କ’ଣ

ମୁମ୍ବାଇ: ଏୟାରପୋର୍ଟରେ ଫସିଗଲେ ଯାତ୍ରୀ। ଦୁବାଇ ଯାଇ ନ ପାରି ହଟହଟା ହେଲେ ୧୫୦ ଜଣା ଯାତ୍ରୀ। ବିମାନରେ ତ୍ରୁଟି ଦେଖାଯିବାରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ବାହାରିଥିବା ଯାତ୍ରୀମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ  ଯାତ୍ରୀମାନେ ଏୟାରପୋର୍ଟରେ ହଙ୍ଗାମା କରିଥିଲେ। ମୁମ୍ବାଇ ଏୟାରପୋର୍ଟରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ ମୁମ୍ବାଇରୁ-ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆ ଗତକାଲି ରାତି ୮ଟାରେ ଉଡ଼ାଣ କରିବାର ଥିଲା।  କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ନଜରକୁ ଆସିବା ପରେ ଏହା ନିର୍ଦ୍ଧାରିତ ସମୟରେ ଉଡ଼ିପାରି ନ ଥିଲା। ଏଥିପାଇଁ ଦୀର୍ଘ ସମୟ ଧରି ବିମାନକୁ ଅଟକି ରହିବାକୁ ପଡ଼ିଥିଲା। ସେପଟେ ବିମାନ କେତେବେଳେ ଟେକ୍‌ ଅଫ୍ କରିବ ସେନେଇ କୌଣସି ସୂଚନା ଦିଆଯାଇ ନଥିଲା।

ଏପରିକି ଆଜି ସକାଳ ପର୍ଯ୍ୟନ୍ତ ବିମାନଟି ଉଡ଼ାଣ କରି ନଥିଲା। ଫଳରେ ଯାତ୍ରୀମାନେ ବିରକ୍ତି ପ୍ରକାଶ କରି ଏୟାରଇଣ୍ଡିଆ କର୍ମଚାରୀଙ୍କ ଉପରେ ବର୍ଷିଥିଲେ। ଆଉ ଟିକେଟ୍ ଫେରାଇ ଦେବା ପାଇଁ ଦାବି କରିଥିଲେ। ଅନେକ ଯାତ୍ରୀ ଏୟାର ଇଣ୍ଡିଆର ଏଭଳି ବେପରୁଆ ସେବାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ସେପଟେ ଏୟାରଇଣ୍ଡିଆ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପ୍ରତିକ୍ରୟା ରଖିଛନ୍ତି। କହିଛନ୍ତି ବିମାନର ତ୍ରୁଟି ସଜଡ଼ା ପରେ ଯାତ୍ରା ଆରମ୍ଭ କରିବା।



from OdishaReporter https://ift.tt/2OE4j2B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages