ରାଜ୍ୟରେ ୧୭ଟି ବ୍ଲକରେ ବର୍ଷା ଜନିତ ସମସ୍ୟା ଦେଖାଦେଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ରାଜ୍ୟରେ ୧୭ଟି ବ୍ଲକରେ ବର୍ଷା ଜନିତ ସମସ୍ୟା ଦେଖାଦେଇଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୭ଟି ବ୍ଲକ୍‌ରେ ବର୍ଷା ଅଭାବ ଜନିତ ସଂଗୀନ ସ୍ଥିତି ଦେଖା ଦେଇଛି। ଏ ସବୁ ବ୍ଲକ୍‌ରେ ୩୯ରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି। ବଲାଙ୍ଗିର ଜିଲ୍ଲା ମୁରୀବାହାଲରେ ସବୁଠାରୁ କମ୍ ବର୍ଷା ହୋଇଛି। ସେହିପରି  ବଲାଙ୍ଗିରର ୪ଟି ବ୍ଲକ୍‌, ସୁନ୍ଦରଗଡ଼ର ୫ଟି, ନୂଆପଡ଼ା ଓ କୋରାପୁଟ ଜିଲ୍ଲାର ୨ଟି ଲେଖାଏଁ ବ୍ଲକ୍‌ରେ କମ୍‌ ବର୍ଷା ହୋଇଥିବା ରେକର୍ଡ ହୋଇଛି।

ସାମଗ୍ରିକ ଭାବେ ରାଜ୍ୟର ୪ଟି ଜିଲ୍ଲା ଅନୁଗୋଳ, ସୁନ୍ଦରଗଡ଼, ବଲାଙ୍ଗିର ଓ ନୂଆପଡ଼ାରେ କମ୍ ବର୍ଷା ହେଇଛି। ୧୮ଟି ଜିଲ୍ଲାରେ ସ୍ୱାଭାବିକ ଓ ୮ଟିରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ଭିତରେ ୫ଟି ଜିଲ୍ଲାରେ ହାରାହାରି ୨୦ ମିଲିମିଟର ବର୍ଷା ହୋଇଛି। ମୟୂରଭଞ୍ଜର ୩୩.୨ ମିମି, ଝାରସୁଗୁଡ଼ାରେ ୨୧.୭ ମିମି, ବାଲେଶ୍ୱରରେ ୨୧.୨ ମିମି ଓ ସୁନ୍ଦରଗଡ଼ରେ ୨୦.୫ ମିମି ବର୍ଷା ହୋଇଛି। ବାକି ୨୫ଟି ଜିଲ୍ଲାରେ ୨୦ ମିଲିମିଟରରୁ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ରାଜ୍ୟର ୮ଟି ବ୍ଲକରେ ୫୦ ମିମିମିଟରରୁ ଅଧିକ ବର୍ଷା ହୋଇଛି। ସବୁଠାରୁ ଅଧିକ ୭୫.୦ ମିମି ବର୍ଷା ବାରିପଦାରେ ହୋଇଛି। ତା ତଳକୁ ୬୮.୫ ମିମି ମୟୂରଭଞ୍ଜ ଜିଲ୍ଲା ସାମାଖୁଣ୍ଟା, ୬୫.୦ ମିମି ଯଶୀପୁର, ୬୦.୦ ମିମି ବେତନଟୀ ଓ ୫୬.୦ ମିମି ସାରସକଣା ବ୍ଲକ୍‌ରେ ବର୍ଷା ହୋଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ୬୯.୦ ମିମି ଓ କୁଆଁରମୁଣ୍ଡା ବ୍ଲକରେ ୬୩.୦ ଓ ହେମଗିରି ବ୍ଲକରେ ୫୫.୨ ମିଲିମିଟର ବର୍ଷା ହୋଇଛି।



from OdishaReporter https://ift.tt/2v9uvtG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages