
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିଟୋ ଲିଙ୍କରେ STF ଆଜି ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ ଶେଖ୍ ଆସାଦୁଲ୍ କାଦିର ଓରଫ ମାଛୁ। ଗତକାଲି ରାତିକୁ ଏସ୍ଟିଏମ୍ ତାକୁ ଗିରଫ କରିଛି।
ସେପଟେ ଟିଟୋକୁ ଆଉଏକ ମାମଲାରେ ପକ୍ଷଭୁକ୍ତ ପାଇଁ କଟକ SDJM କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ୨୦୧୬ରେ ଚାଉଳିଆଗଞ୍ଜ ବଟି, ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋକୁ ପକ୍ଷଭୁକ୍ତ କରାଯାଇଛି। ଏଥିପାଇଁ କମିଶନରେଟ୍ ପୁଲିସ କୋର୍ଟରେ ଆବେଦନ କରିଥିଲା।
ଗତକାଲି ଟିଟୋ ଲିଙ୍କରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି, କେନ୍ଦ୍ରାପଡ଼ା ତହସିଲ୍, ଡେରାବିଶ୍ ତହସିଲ୍ ଓ ମହାକାଳପଡ଼ା ତହସିଲରେ ଚଢ଼ଉ କରିଥିଲା ଭିଜିଲାନ୍ସର ୬ ଜଣିଆ ଟିମ୍। ସେହିପରି ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଓ କେନ୍ଦ୍ରାପଡ଼ା ବାଇପାସ୍ରେ ଥିବା ଟିଟୋର ପେଟ୍ରୋଲ୍ ପମ୍ପରେ ମଧ୍ୟ ଚଢ଼ଉ କରିଥିଲା। ଟିଟୋ ସରକାରୀ ଜମି ଜବରଦଖଲ କରିଛି କି ନାହିଁ, ତା’ର ଯାଞ୍ଚ କରାଯାଇଥିଲା। ପେଟ୍ରୋଲ୍ ପମ୍ପରେ ଅମିନ ଓ ଆର୍ଆଇଙ୍କୁ ନେଇ ଜାଗା ମାପଚୁପ କରାଯାଇଥିଲା।
ସୂଚନାରୁ ପ୍ରକାଶ, ଜୁନ୍ ୩୦ ତରିଖରେ ଚଣ୍ଡିଖୋଲରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ଟିଟୋକୁ ଏନ୍କାଉଣ୍ଟର କରିଥିଲା। ଟିଟୋର ବାମ ଗୋଡ଼ର ଆଣ୍ଠୁ ପାଖରେ ଗୁଳି ବାଜିଥିଲା। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା’ ପରଦିନ ଅର୍ଥାତ ଜୁଲାଇ ୧ ତାରିଖରେ ତାକୁ ଗିରଫ କରାଯାଇଥିଲା। ଏହାସହ ତା’ର ଜଣେ ପରେ ଜଣେ ସହଯୋଗୀଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍।
from OdishaReporter https://ift.tt/2vtHrtI
No comments:
Post a Comment