ଗର୍ଜିଲେ ବିରୋଧୀ: କହିଲେ- ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଗର୍ଜିଲେ ବିରୋଧୀ: କହିଲେ- ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମ ରାଜ୍ୟର ନାଗରିକ ପଞ୍ଜିକାରୁ ବାଦ୍‌ ପଡ଼ିଛନ୍ତି ୪୦ ଲକ୍ଷ ବାଂଲାଦେଶୀ ଅନୁପ୍ରବେଶକାରୀ। ଏହାପରେ ଆରମ୍ଭ ହୋଇଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଏହା ଭିତରେ ଓଡ଼ିଶାରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୭ରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୩୭୦୦ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି। କିନ୍ତୁ ବାସ୍ତବ ସଂଖ୍ୟା ଏହାଠାରୁ ଢେର୍‌ ଅଧିକ ହେବ। ତେଣୁ ଆସାମ ଭଳି ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି।

ଓଡ଼ିଶାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବଳରାମଗଡ଼ି, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ହଜାର ହଜାର ସଂଖ୍ୟକ ବାଂଲାଦେଶୀ ନାଗରିକ ଅନୁପ୍ରବେଶ କରିଛନ୍ତି। ଏମାନେ ସମୁଦ୍ର କୂଳିଆ ଗାଁ ଗଣ୍ଡା, ସାହି ବସ୍ତିରେ ବସତି ସ୍ଥାପନ କରିଛନ୍ତି।

ଏମାନେ ପ୍ରଥମେ ଜଳପଥ କିମ୍ବା ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ପ୍ରବେଶ କରନ୍ତି। ପରେ ଛୋଟମୋଟ ଜୀବିକା କରନ୍ତି, ଆଉ ତା’ପରେ ଜମିବାଡ଼ି କରି ଆଧିପତ୍ୟ ବିସ୍ତାର କରନ୍ତି। ଅନୁପ୍ରବେଶ ସମସ୍ୟାକୁ ରୋକିବା ପାଇଁ ନା ହେଉଛି ଚିହ୍ନଟ, ନା ଧରପଗଡ଼। ବରଂ ରାଜନୈତିକ ପୃଷ୍ଠପୋଷକତା ଯୋଗୁ ଅନେକ ବାଂଲାଦେଶୀ ନାଗରିକ ଭାରତର ଭୋଟ୍ ପରିଚୟ ପତ୍ର ଓ ଆଧାରକାର୍ଡ ମଧ୍ୟ ହାସଲ କରିସାରିଲେଣି।

୨୦୧୭ ମସିହାରେ ଓଡ଼ିଶାରେ ବସବାସ କରୁଥିଲେ ପ୍ରାୟ ୩୭୦୦ ବାଂଲାଦେଶୀ ଅନୁପ୍ରବେଶକାରୀ। ଗତବର୍ଷ ଲୋକସଭାରେ ସାଂସଦ ତଥାଗତ ସତପଥୀଙ୍କ ପ୍ରଶ୍ନର ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ଏହି ସଂଖ୍ୟା ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଥିବାରୁ ଆସାମ ଭଳି ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି- “ଯେ ପର୍ଯ୍ୟନ୍ତ ଅନୁପ୍ରବେଶକାରୀ ଚିହ୍ନଟ ହେବେନି, ସେ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ସୃଷ୍ଟି ହେବ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଚିହ୍ନଟ କରି ଥଇଥାନ କରନ୍ତୁ।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଅନୁପ୍ରବେଶକାରୀ ଚିହ୍ନଟ ହେବା ଦରକାର।”



from OdishaReporter https://ift.tt/2vd5wWp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages