ବନ୍ଧୁଙ୍କ ସାଙ୍ଗେ ଶିକାର କରିବାକୁ ଯାଇ ଫସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ବନ୍ଧୁଙ୍କ ସାଙ୍ଗେ ଶିକାର କରିବାକୁ ଯାଇ ଫସିଗଲେ

dear

ନୂଆପଡ଼ା (ମାୟାଧର ସରାଫ): ସାଙ୍ଗମାନଙ୍କ ସହ ଦୋକୋ ମାଝୀ ଶିକାର କରିବାକୁ ଯାଇଥିଲେ। ଏପରିକି ଗୋଟିଏ କୁଟୁରା ଶିକାର କରି ଘରକୁ ଫେରୁଥିଲେ। ହଠାତ ବନ ବିଭାଗ ପକ୍ଷରୁ ଚଢ଼ଉ ହେବାରୁ ଧରାପଡ଼ିଗଲେ। ଅନ୍ୟମାନେ ଫେରାର ହୋଇଗଲେ। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି।

ନୂଆଗଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ପାଟ୍ରୋଲିଂ ସତ୍ତ୍ୱେ ଶିକାରୀମାନେ ଅବାଧ ଶିକାର କରିଚାଲିଛନ୍ତି। ହେଲେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହେଉନଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍‌ ଅଭୟାରଣ୍ୟର ପଟିଡଙ୍ଗର ଲୁହୁରାଘାଟି ଚଢ଼ଉ କରି ଦୋକୋ ମାଝି ନାମକ ଜଣେ ଶିକାରୀକୁ ଗିରଫ କରିଥିଲେ। ତାଙ୍କଠାରୁ କୁଟୁରା ମୁଣ୍ଡ ଓ କିଛି ମାଂସ ମଧ୍ୟ ଜବତ କରିଥିଲେ।

ଦୋକୋଙ୍କ ସହିତ ଯାଇଥିବା ଅନ୍ୟ ୫ ଜଣ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଚମ୍ପଟ ମାରିଥିଲେ। ସେମାନଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।



from Odisha Reporter https://ift.tt/2PSEtIX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages