ନିଜ ଅଭିନୟ ପାଇଁ ଦିନେ ମାଛ ମାର୍କେଟ୍‌ରେ ଗାଳି ଶୁଣିଥିଲେ ଦେବୁ ଦା, ଜାଣନ୍ତୁ କ’ଣ କହିଥିଲେ ମାଛ ବିକାଳି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ନିଜ ଅଭିନୟ ପାଇଁ ଦିନେ ମାଛ ମାର୍କେଟ୍‌ରେ ଗାଳି ଶୁଣିଥିଲେ ଦେବୁ ଦା, ଜାଣନ୍ତୁ କ’ଣ କହିଥିଲେ ମାଛ ବିକାଳି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ଅଂହକାରୀ ରାଜା ତ କେବେ ଅସହାୟ ପ୍ରଜା। ପୁଣିକେବେ ସମ୍ଭ୍ରାନ୍ତ ଜମିଦାର ତ ଆଉକେବେ ସାଦାସିଧା ସ୍କୁଲ୍‌ ଶିକ୍ଷକର ଭୂମିକା। କେତେବେଳେ ନୀତିଭ୍ରଷ୍ଟ ନେତା ତ ଆଉ କେତେବେଳେ କେବେ ନୀତିନିଷ୍ଠ ବାପା। ଏମିତି ଭିନ୍ନ ଭିନ୍ନ ଚରିତ୍ରରେ ନିଜ ଅଭିନୟର ନିଆରା ଛାପ ଛାଡ଼ିଥିବା ଅଭିନେତା ଦେବୁ ବୋଷ ଓରଫ୍‌ ରଥେନ୍ଦ୍ର ନାଥ ବୋଷ(୭୬)ଙ୍କ ବିୟୋଗରେ ମ୍ରିୟମାଣ ହୋଇ ପଡ଼ିଛନ୍ତି ତାଙ୍କ ପ୍ରିୟ ଓଡ଼ିଆ ସିନେ ଦର୍ଶକ ଏବଂ ଓଳିଉଡ୍।

୧୯୪୨ ମସିହା ଡିସେମ୍ବର ୨ ତାରିଖରେ ଜନ୍ମ ହୋଇଥିଲେ ଅଭିନେତା ଦେବୁ ବୋଷ ଓରଫ୍‌ ରଥେନ୍ଦ୍ର ନାଥ ବୋଷ। ଇଣ୍ଡଷ୍ଟ୍ରିରେ ସେ ଦେବୁ ଦା’ ନାଁରେ ସମସ୍ତଙ୍କର ଖୁବ୍ ପ୍ରିୟ। ଏହି ବରିଷ୍ଠ ଅଭିନେତା ୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରୀ’, ‘ସହରୀ ବାଘ’, ‘ସୁନା ଚଢ଼େଇ’ ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିଥିଲେ।

ତେବେ ଫିଲ୍ମ୍‌ ‘ଫୁଲ ଚନ୍ଦନ’ରେ ବାପା ଚରିତ୍ରରେ ଅଭିନୟ କରି ଇଣ୍ଡଷ୍ଟ୍ରି ଓ ଦର୍ଶକ ମହଳରେ ନିଜର ନୂଆ ପରିଚୟ ସୃଷ୍ଟି କରିଥିଲେ। ଏହାପରେ ସେ କେବଳ ଚଳଚ୍ଚିତ୍ର ନୁହଁ ପୂରା ଚଳଚ୍ଚିତ୍ର ଜଗତ ପାଇଁ ‘ବାପା’ ପାଲଟି ଯାଇଥିଲେ। ଆଜି ତାଙ୍କ ବିୟୋଗରେ ଓଲିଉଡ୍‌ ‘ବାପ ଛେଉଣ୍ଡ’ ହୋଇଯାଇଛି ବୋଲି କଳାକାରମାନେ କହିଛନ୍ତି।

ଦେବୁ ଦାଙ୍କୁ ପରଦାରେ ସବୁବେଳେ ଭଲ ଚରିତ୍ରରେ ଦେଖିବାକୁ ଚାହୁଁଥିଲେ ଦର୍ଶକ

୧୯୮୭ରେ ‘ଏଇ ତ ଦୁନିଆ’ ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ ଦେବୁ ଦା’। ଏହି ଫିଲ୍ମ୍‌ଟି ରିଲିଜ୍‌ ହେବା ପରେ ସେ ଦିନେ ଭୁବନେଶ୍ୱରର ୪ନମ୍ବର ମାଛ ମାର୍କେଟ୍‌କୁ ଯାଇଥିଲେ। ସେଠାକାର ମାଛ ବିକାଳିମାନେ କିନ୍ତୁ ଦେବୁ ବୋଷଙ୍କୁ ଦେଖିବାମାତ୍ରେ ଗାଳି କରିବା ଆରମ୍ଭ କଲେ। ପରେ କହିଥିଲେ, ‘ସାର୍‌, ଆପଣ ଏମିତି ରୋଲ୍‌ ଆଉ କେବେ ବି କରିବେନି।’ ଏହାପରେ କିଛି ବର୍ଷ ପର୍ଯ୍ୟନ୍ତ ଦେବୁ ଦା’ ମଧ୍ୟ ଆଉ ଖଳନାୟକ ଭୂମିକାରେ ଅଭିନୟ କରିନଥିଲେ। କିନ୍ତୁ ଏହାର ଢେର୍ ବର୍ଷ ପରେ ‘ଠାକୁର ଅଛନ୍ତି ଚଉବାହାକୁ’ ଫିଲ୍ମରେ ସେ ପୁଣି ଖଳନାୟକ ଭୂମିକାରେ ଦେଖାଦେଲେ। ତେବେ ଏହି ଫିଲ୍ମ୍‌ ରିଲିଜ୍ ହେବା ପରେ ଦେବୁ ଦା’ ଯେଉଁଆଡେ ଗଲେ, ଲୋକେ ତାଙ୍କୁ ଏମିତି ରୋଲ୍‌ କରିବାକୁ ବାରଣ କଲେ।

ଦର୍ଶକ କୁହନ୍ତି, ‘ପରଦାରେ ଦେବୁ ବୋଷଙ୍କୁ ଖଳନାୟକ ଭୂମିକାରେ ଆମେ କେବେ ବି ଗ୍ରହଣ କରିପାରିବୁ ନାହିଁ। କାରଣ ସେ ହିରୋ ଏବଂ ସର୍ବଦା ହିରୋ ହୋଇ ରୁହନ୍ତୁ।’

‘ସୁନା ଚଢ଼େଇ’ ଫିଲ୍ମରେ ‘କାଳିଆ… କାଳିଆ… ନାହିଁ ଆଉ ସାହା କେହି ତୋହରି ଭଳିଆ…’ ଗୀତଟିରେ ତାଙ୍କର ସେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା। ଶତାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ଦେବୁ ଦା’ଙ୍କର ଶେଷ ଫିଲ୍ମ ଥିଲା ‘ରାସ୍ତା’। ୨୦୧୪ରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା।

କେବଳ ଅଭିନୟ ନୁହେଁ, ନୃତ୍ୟରେ ମଧ୍ୟ ସେ ନିପୂଣ ଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ଓଡ଼ିଶା ନୃତ୍ୟ ଶିଖିଥିଲେ। ‘ମନଆକାଶ’ ଫିଲ୍ମରେ ଦେବୁ ଦା’ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ‘ଦିଗନ୍ତ’ ନାମକ ନାଟ୍ୟ ଅନୁଷ୍ଠାନ ସହିତ ମଧ୍ୟ ସେ ଜଡ଼ିତ ଥିଲେ। ବହୁ ନାଟକରେ ଅଭିନୟ ସହିତ ସେ ନିର୍ଦ୍ଦେଶନା ଦେଇଛନ୍ତି। ‘ସାରା ଆକାଶ’ ସମେତ ବହୁ ଲୋକପ୍ରିୟ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି।

ଇଣ୍ଡଷ୍ଟ୍ରିଆଲ୍ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍‌ରେ ସେ ଜଣେ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟ କରି ଦେବୁ ବୋଷ ଚାକିରିରୁ ଅବସର ନେଇଥିଲେ।



from Odisha Reporter https://ift.tt/2o4Ak80

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages